Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ରାହୁଲ ଗାନ୍ଧୀଙ୍କୁ ଅଯୋଗ୍ୟ ଘୋଷଣା କରିବା ପ୍ରତିବାଦରେ ବିକ୍ଷୋଭ କରୁଥିଲେ କଂଗ୍ରେସ ନେତା; ଉଠାଇନେଲା ଦିଲ୍ଲୀ ପୁଲିସ
  • ||
  • ଭାରତରେ ସମସ୍ତ ଇଞ୍ଜିନିୟରିଂ ଟିମ୍‌କୁ ଛଟେଇ କଲା GitHub; ୧୪୦ ଇଞ୍ଜିନିୟର ହେବେ ପ୍ରଭାବିତ
  • ||
  • ସୁପ୍ରିମକୋର୍ଟଙ୍କୁ କେନ୍ଦ୍ର ସରକାରଙ୍କ ସୂଚନା; ୟୁକ୍ରେନ୍ ଫେରନ୍ତା ଡାକ୍ତରୀ ଛାତ୍ରଙ୍କୁ MBBS ପରୀକ୍ଷା ପାସ୍ କରିବାକୁ ମିଳିବ ଥରେ ସୁଯୋଗ, ଦୁଇ ବର୍ଷ ଇଣ୍ଟର୍ଣ୍ଣସିପ୍ ବାଧ୍ୟତାମୁଳକ
  • ||
  • ଭଦ୍ରକ: ଶ୍ରୀରାମନବମି ପାଇଁ ମହିଳା ଶ୍ରଦ୍ଧାଳୁଙ୍କ ବିଶାଳ କଳଶ ଶୋଭାଯାତ୍ରା
  • ||
  • ପାଟଣା: ଅଟେଇ ସଂରକ୍ଷିତ ଜଙ୍ଗଲରୁ ଧରାପଡ଼ିଲେ ଧନୁତୀରଧାରୀ ୯ ଶୀକାରି
  • ||
  • ମେକ୍ସିକୋରେ ପ୍ରବାସୀ ଥଇଥାନ କେନ୍ଦ୍ରରେ ଭୟଙ୍କର ଅଗ୍ନିକାଣ୍ଡ; ୩୯ ମୃତ, ଏକାଧିକ ଆହତ
  • ||
  • ସୁନ୍ଦରଗଡ : ଆୟକର ଫାଙ୍କିବା ଅଭିଯୋଗ, ସୁନ୍ଦରଗଡ ସହରର ବିଭିନ୍ନ ସ୍ଥାନରେ ଚଢାଉ
  • ||
  • ବାଲେଶ୍ବର : ଅନ୍ବେଷା ଇନ୍ ଚିଟ୍ ଫଣ୍ଡ ମାମଲା : ଡାଇରେକ୍ଟରଙ୍କୁ ୫ବର୍ଷ ଓ ଅନ୍ୟ ୨ଜଣଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ
  • ||
  • ବଢ଼ିଲା ପାନ୍‌-ଆଧାର ଲିଙ୍କ ଅବଧି, ଏତିକି ସମୟ ଦେଲେ କେନ୍ଦ୍ର ସରକାର
  • ||
  • ଆନନ୍ଦପୁର: ଟଙ୍କା ନେଣଦେଣକୁ ନେଇ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ
  • ||

CBSE ଦଶମ ଶ୍ରେଣୀ ପରୀକ୍ଷାରେ ବାଜି ମାରି ନେଇଛନ୍ତି ଛାତ୍ରୀ

29/05/2018 at 10:38 PM

ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ବାଜି ମାରି ନେଇଛନ୍ତି ଛାତ୍ରୀ । ଏଥର ଏକା ମାର୍କ ରଖି ଟପ୍ପର ହୋଇଥିବା ୪ଜଣଙ୍କ ଭିତରେ ଅଛନ୍ତି ୩ଛାତ୍ରୀ । କେବଳ ସେତିକି ନୁହେଁ, ଛାତ୍ରୀଙ୍କ ପାସ ରହିଛି ୮୮.୬୭ପ୍ରତିଶତ, ଯାହା ଛାତ୍ରଙ୍କଠାରୁ ଅଧିକ ।
ସିବିଏସ୍‌ଇ ଦଶମ ଶ୍ରେଣୀ ପରୀକ୍ଷାରେ ଏଥର ପାସ ହାର ରହିଛି ୮୬.୭% । ଛାତ୍ରଙ୍କୁ ପଛରେ ପକାଇ ଦେଇଛନ୍ତି ଛାତ୍ରୀ । ଛାତ୍ରୀଙ୍କ ପାସ ହାର ୮୮.୬୭% ଥିବା ବେଳେ ଛାତ୍ରଙ୍କ ପାସ ହାର ୮୫.୩୨ % । ଏଥର ଟପ୍ପର ହୋଇଛନ୍ତି ୪ଛାତ୍ରଛାତ୍ରୀ । ଡିପିଏସ୍‌ ଗୁରୁଗ୍ରାମ ର ପ୍ରଖର ମିତ୍ତଲ, ଆରପି. ପବ୍ଲିକ ସ୍କୁଲ ବିଜନୌର ର ରିମଝିମ ଅଗ୍ରୱାଲ, ସ୍କଟିସ୍‌ ସ୍କୁଲ ସାମଲୀ ର ନନ୍ଦିନୀ ଗର୍ଗ ଏବଂ ଭବନ ବିଦ୍ୟାଳୟ କୋଚି ର ଶ୍ରୀଲକ୍ଷ୍ମୀ ଜୀ । ସମସ୍ତ ଟପ୍ପର ୫ଶହରୁ ରଖିଛନ୍ତି ୪୯୯ ମାର୍କ ଅର୍ଥାତ ୯୯.୮% ନମ୍ବର ।
ଦିବ୍ୟାଙ୍ଗ ବର୍ଗରେ ୪୮୯ମାର୍କ ସହ ଟପ୍‌ କରିଛନ୍ତି ଉଭୟ ସନସିଟି ଗୁରୁଗ୍ରାମ ର ଅନୁଷ୍କା ପାଣ୍ଡା ଏବଂ ଉତ୍ତମ ସ୍କୁଲ ଗାଜିଆବାଦର ସାନ୍ୟା ଗାନ୍ଧୀ । ଦିବ୍ୟାଙ୍ଗ ବର୍ଗରେ ଜବାହର ନବୋଦୟ ବିଦ୍ୟାଳୟ ମୟୁରଭଞ୍ଜର ସୌମ୍ୟଦୀପ ପ୍ରଧାନ ୪୮୪ ନମ୍ବର ସହ ସେକେଣ୍ଡ ଟପ୍ପର ହୋଇଛନ୍ତି । ଏଥର ୧୬ଲକ୍ଷ ୨୪ହଜାର ୬୮୨ପରୀକ୍ଷାର୍ଥୀଙ୍କ ଭିତରୁ ୧୪ଲକ୍ଷ ୮ହଜାର ୫୯୪ପାସ କରିଛନ୍ତି । ଥିରୁଅନନ୍ତପୁରମ୍ ରେ ପାସ ହାର ରହିଛି ସର୍ବାଧିକ ୯୯.୬୦% । ୧ଲକ୍ଷ ୩୧ହଜାର ୪୯୩ଛାତ୍ରଛାତ୍ରୀ ୯୦%ରୁ ଅଧିକ ମାର୍କ ରଖିଛନ୍ତି । ୨୭ହଜାର ୪୭୬ଜଣ ୯୫%ରୁ ଅଧିକ ନମ୍ବର ରଖିଛନ୍ତି । ଓଡିଶା, ପଶ୍ଚିମବଙ୍ଗ ଓ ଛତିଶଗଡକୁ ନେଇ ଗଠିତ ଭୁବନେଶ୍ୱର ଜୋନରେ ୭୭ ହଜାର ୭୦୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଓଡିଶାରୁ ୧୮ ହଜାରରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

Leave a Reply

   Related Posts