ସିବିଏସସି ଜାରି କଲା ଦ୍ୱାଦଶ ପରୀକ୍ଷାଫଳ : ୫୦୦ ରୁ ୪୯୯ ନମ୍ବର ରଖି ଟପ କରିଛନ୍ତି ଦୁଇ ଛାତ୍ରୀ

Published By : Prameya-News7 Bureau | May 02, 2019 IST

ନୂଆଦିଲ୍ଲୀ ୨/୫ : ସିବିଏସସି ଦ୍ୱାଦଶ ପରୀକ୍ଷାଫଳ ବାହାରିଛି | ସମସ୍ତ ଜୋନର ପରୀକ୍ଷାଫଳ ଏକାସଙ୍ଗେ ଜାରି କରିଛି ସିବିଏସସି | ପରୀକ୍ଷା ଫଳ ସିବିଏସସି ୱେବସାଇଟରେ ଉପଲବ୍ଧ | cbse.nic.in ଏବଂ cbseresults.nic.in results.nic.in. କୁ ଯାଇ ଆପଣ ପରୀକ୍ଷାଫଳ ଦେଖିପାରିବେ | ନିଜ ରୋଲ ନମ୍ବର ଦେଇ ଏହି ୱେବସାଇଟରେ ପରୀକ୍ଷାର୍ଥୀ ନିଜ ପରୀକ୍ଷାଫଳ ଚେକ କରିପାରିବେ |

{"id":109805}


ଗାଜିଆବାଦ ଦିଲ୍ଲୀ ପବ୍ଲିକ ସ୍କୁଲର ହନ୍ସିକା ଶୁକ୍ଲା ଓ ମୁଜାଫରନଗର ଏସଡି ପବ୍ଲିକ ସ୍କୁଲର କରିସହାମ ଅରୋଡ ଟପ କରିଛନ୍ତି | ଉଭୟ ଛାତ୍ରୀ ୫୦୦ ରୁ ୪୯୯ ନମ୍ବର ରଖି ଟପ କରିଛନ୍ତି | ପରୀକ୍ଷା ଫେବୃଆରୀ ୧୫ ତାରିଖରେ ଆରମ୍ଭ ହୋଇ ଏପ୍ରିଲ ୪ ତାରିଖରେ ଶେଷ ହୋଇଥିଲା | ସିବିଏସସି ଦଶମ ଏବଂ ଦ୍ୱାଦଶ ପରୀକ୍ଷା ପାଇଁ ୩୧ ଲକ୍ଷ ଛାତ୍ରଛାତ୍ରୀ ରେଜିଷ୍ଟର କରିଥିଲେ | ଏଥିରୁ ପାଖାପାଖି ୧୮ ଲକ୍ଷ ୨୭ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ |

{"id":109807}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.