ସିବିଏସସି ଜାରି କଲା ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସାମ୍ପଲ ପେପର, କେମିତି ଡାଉନଲୋଡ଼ କରିବେ ଜାଣନ୍ତୁ

Published By : Prameya-News7 Bureau | January 19, 2019 IST

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ସେକଣ୍ଡାରୀ ଏଡୁକେସନ ବା ସିବିଏସସି ନିକଟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ସାମ୍ପଲ ପେପର ପ୍ରକାଶ କରିଛି | ଏଥିପାଇଁ ସିବିଏସସି ନୋଟିଫିକେସନ ଜାରି କରିଛି | ଛାତ୍ର ବୋର୍ଡର ଅଫିସିଆଲ ୱେବସାଇଟକୁ ଯାଇ ଏହି ସାମ୍ପଲ ପେପର ଡାଉନଲୋଡ଼ କରିପାରିବେ | ପୂର୍ବରୁ ବୋର୍ଡ ୨୦୧୯ ଦ୍ୱାଦଶ ବୋର୍ଡ ପରୀକ୍ଷା ତାରିଖ ବଦଳାଇଥିଲା | ଏହି ସମ୍ବନ୍ଧୀୟ ସମସ୍ତ ସୂଚନା ଅଫିସିଆଲ ୱେବସାଇଟ cbse.nic.in. ରେ ଦିଆଯାଇଛି | କେଉଁ କେଉଁ ପରୀକ୍ଷା ତାରିଖ ପରିବର୍ତନ ହୋଇଛି ଆପଣ ନିଜେ ଚେକ କରିପାରିବେ |

wp:embed {"url":"http://cbseacademic.nic.in/web_material/SQP/CLASS_X_2018_19/X-Science_SQP_2018-19.pdf"}
http://cbseacademic.nic.in/web_material/SQP/CLASS_X_2018_19/X-Science_SQP_2018-19.pdf
/wp:embed

ନୂଆ ୱେବସାଇଟ ସିଟ ଅନୁସାରେ କମ୍ପ୍ୟୁଟର ସାଇନ୍ସ ଏବଂ ଇନଫରମେଟିକ୍ସ ପ୍ରାକ୍ଟିସ ପରୀକ୍ଷା ଏପ୍ରିଲ ୨ ତାରିଖକୁ ଘୁଞ୍ଚାଇ ଦିଆଯାଇଛି | ଏହାପୂର୍ବରୁ ଏହି ପରୀକ୍ଷା ମାର୍ଚ୍ଚ ୨୮ ତାରିଖ ହେବ ବୋଲି ଘୋଷଣା କରାଯାଇଥିଲା | ଫିଲୋସଫି, ଆନ୍ତରପ୍ରିନ୍ୟୋରସିପ, ହ୍ୟୁମାନ ରାଇଟ୍ସ ଆଣ୍ଡ ଜେଣ୍ଡର ଷ୍ଟଡ଼ିଜ, ଥିଏଟର ଷ୍ଟଡ଼ିଜ, ଲାଇବ୍ରେରୀ ଏବଂ ଇନଫର୍ମେଶନ ସାଇନ୍ସ ପରୀକ୍ଷା ଏପ୍ରିଲ ୨ ତାରିଖରେ ହେବାକୁ ଥିଲା | ଏହି ସବୁ ପରୀକ୍ଷା ତାରିଖ ଘୁଂଚି ୪ ତାରିଖରେ ହେବ ବୋଲି ଘୋଷଣା ହୋଇଛି |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.