ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣି ରେଜଲ୍ଟ ; ପାସ୍ ହାର ୮୩.୦୧ ପ୍ରତିଶତ
26/05/2018 at 9:55 AM

ପ୍ରକାଶ ପାଇଲା ସିବିଏସଇ ଦ୍ବାଦଶ ଶ୍ରେଣି ରେଜଲ୍ଟ । ଏବର୍ଷ ପାସ୍ ହାର ୮୩.୦୧ ପ୍ରତିଶତ ହୋଇଛି। ଗତବର୍ଷ ପାସ୍ ହାର ତୁଳନାରେ ଏବର୍ଷ ପାସ୍ ହାରରେ ବୃଦ୍ଧି ପାଇଛି। ଗତବର୍ଷ ପାସ୍ ହାର ୮୨.୦୨ରହିଥିଲା । ଏବର୍ଷ ତ୍ରବେନ୍ଦ୍ରମରେ ପାସ୍ ହାର ସର୍ବାଧିକ ୯୭.୩୨ ପ୍ରତିଶତ ରହିଛି। ଚେନ୍ନାଇ ୯୩.୮୭ ପ୍ରତିଶତ ପାସ୍ ହାର ସହିତ ଦ୍ବିତୀୟ ସ୍ଥାନରେ ରହିଛି। ୮୯ପ୍ରତିଶତ ପାସ୍ ହାର ସହିତ ଦିଲ୍ଲୀ ତୃତୀୟ ସ୍ଥାନରେ ରହିଛି। ପୁଅଙ୍କ ତୁଳନାରେ ଝିଅ ବାଜିମାତ୍ କରିଛନ୍ତି।ଛାତ୍ରୀଙ୍କ ପାସ୍ ହାର ୮୮.୩୧ ପ୍ରତିଶତ ରହିଥିବାବେଳେ ପୁଅଙ୍କ ପାସ୍ ହାର ରହିଛି ୭୮.୯୯ ପ୍ରତିଶତ।ମେଘନା ଶ୍ରୀବାସ୍ତବ ୫୦୦ ମାର୍କରୁ ୪୯୯ ନମ୍ବର ରଖି ଟପ୍ପର ହୋଇଛନ୍ତି। ଅନୁଷ୍କା ଚନ୍ଦ୍ର ମୋଟ ୫୦୦ରୁ ୪୯୮ ନମ୍ବର ରଖି ଦ୍ବିତୀୟ ସ୍ଥାନରେ ରହିଛନ୍ତି। ସେହିପରେ ମୋଟ ୫୦୦ ନମ୍ବରରୁ ସାତ ଜଣ ପରୀକ୍ଷାର୍ଥୀ ୪୯୭ ନମ୍ବର ରଖି ତୃତୀୟ ସ୍ଥାନରେ ରହିଛନ୍ତି ।ଏବର୍ଷ ଦ୍ବାଦଶ ଶ୍ରେଣୀରେ ମୋଟ ୧୧ ଲକ୍ଷ ୮୬ ହଜାର ୩୦୬ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଦେଶବ୍ୟାପୀ ୪ ହଜାର ୧୩୮ଟି ଏବଂ ବିଦେଶରେ ୭୧ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷାର୍ଥୀ ପରୀକ୍ଷା ଦେଇଥିଲେ। ।