Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ସିବିଏସଇ ଦଶମ ପରୀକ୍ଷା ଫଳ

28/05/2018 at 12:04 PM

ଆସନ୍ତାକାଲି ପ୍ରକାଶ ପାଇବ ଚଳିତ ବର୍ଷର ସିବିଏସଇ ଦଶମ ପରୀକ୍ଷା ଫଳ । ଅପରାହ୍ନ ୪ ଟାରେ ଫଳ ପ୍ରକାଶ ପାଇବା ନେଇ ଟ୍ବିଟ୍ କରି ସୂଚନା ରଖିଛନ୍ତି ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟର ସଚିବ ଅନୀଲ ସ୍ୱରୂପ । ଚଳିତ ବର୍ଷ ଦେଶସାରା ଦେଶରେ କେନ୍ଦ୍ରୀୟ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେଶନ , ସିବିଏସଇ ପରିଚାଳିତ ଦଶମ ପରୀକ୍ଷା ଦେଇଛନ୍ତି ପ୍ରାୟ ୧୬ ଲକ୍ଷ ୩୮ ହଜାର୪୨୦ ରୁ ଅଧିକ ପରୀକ୍ଷାର୍ଥୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଥିଲେ । ପରୀକ୍ଷାଫଳ cbse.nic.in ଏବଂ cbseresults.nic.in ୱେବସାଇଟ୍ରେ ଉପଲବ୍ଧ ହେବ ।ଚଳିତ ବର୍ଷ ସିବିଏସଇ ଦଶମ ପରୀକ୍ଷାରେ ଇଂରାଜୀ ପ୍ରଶ୍ନପତ୍ରରେ କିଛି ତ୍ରୁଟି ଥିଲା । ତେଣୁ ସେହି ପେପର ଦେଇଥିବା ପରୀକ୍ଷାର୍ଥୀଙ୍କୁ ୨ ନମ୍ବର ଗ୍ରେସ ଦେବାକୁ ନିଷ୍ପତି ହୋଇଥିଲା । ଗତ ୨୬ ତାରିଖରେ ସିବିଏସଇ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ସେଥିରେ ମୋଟ ୮୩.୧ ପ୍ରତିଶତ ଛାତ୍ରଛାତ୍ରୀ କୃତକାର୍ଯ୍ୟ ହୋଇଛନ୍ତି ।

Leave a Reply

   Related Posts