କରୋନା ଟୀକା ପାଇଁ ରାଜ୍ୟ ସରକାରଙ୍କ ପ୍ରସ୍ତୁତି : ଗଠନ ହୋଇଛି ଟୀକାକରଣ ଟ୍ୟାକ୍ସ ଫୋର୍ସ, ସ୍ପଟ ପଞ୍ଜିକରଣ ମନା

Published By : Prameya-News7 Bureau | December 15, 2020 IST

ଭୁବନେଶ୍ୱର ୧୫।୧୨: କରୋନା ଟୀକାକରଣ ପାଇଁ ରାଜ୍ୟ ସରକାରଙ୍କ ଜୋରଦାର ପ୍ରସ୍ତୁତି । କରୋନା ଟୀକା ଆସିଲେ ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ବ୍ୟକ୍ତି, ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇଥିବା ବୟସ୍କ ଲୋକଙ୍କୁ ପ୍ରାଥମିକତା ଦିଆଯିବ । କେନ୍ଦ୍ର ସରକାରଙ୍କ ନିୟମ ଅନୁସାରେ ଆଗୁଆ ନିଜ ନାମକୁ ପଞ୍ଜିକରଣ କରିବାକୁ ପଡିବ । ସ୍ପଟ ପଞ୍ଜିକରଣ ହେବ ନାହିଁ । କେବଳ ପୋଟାଲ ଜରିଆରେ ପଞ୍ଜିକରଣ ହେବ ।

କେନ୍ଦ୍ର ସରକାର ଜାରି କରିଥିବା ନିୟମ ଅନୁଯାୟୀ,  ପରିଚୟ ପତ୍ର ଦେଇ ପଞ୍ଜିକରଣ କରିବାକୁ ପଡିବ । ଗୋଟିଏ ସେଣ୍ଟରରେ ୧୦୦ ରୁ ୨୦୦ ଶହ ଲୋକଙ୍କୁ ଟୀକା ଦିଆଯିବ । ଟୀକାକରଣକୁ ସୁବ୍ୟବସ୍ଥିତ କରିବା ପାଇଁ ରାଜ୍ୟ ସ୍ତରରୁ ବ୍ଳକ ସ୍ତର ପର୍ଯ୍ୟନ୍ତ ଟ୍ୟାକ୍ସ ଫୋର୍ସ ଗଠନ କରାଯାଇଛି । ୨ ରୁ ୮ ଡିଗ୍ରୀ ତାପମାତ୍ରା ପର୍ଯ୍ୟନ୍ତ ଟୀକା ସଂରକ୍ଷଣର ବ୍ୟବସ୍ଥା ରହିଛି । ରାଜ୍ୟ ସ୍ତରରୁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ପର୍ଯ୍ୟନ୍ତ ପର୍ଯ୍ୟାପ୍ତ ସଂରକ୍ଷଣ ବ୍ୟବସ୍ଥା ରହିଛି । ଟୀକାକରଣ ପାଇଁ ୩ ଲକ୍ଷରୁ ଅଧିକ ଲୋକଙ୍କ ଚିହ୍ନଟ କରାଯାଇଛି । ଟୀକା ଦେବା ପାଇଁ ଯେତିକି ସ୍ୱାସ୍ଥ୍ୟ କର୍ମୀ ଆବଶ୍ୟକ ସେତିକି ତାଲିମ ପ୍ରାପ୍ତ ସ୍ୱାସ୍ଥ୍ୟ କର୍ମୀ ରହିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.