ରାଜ୍ୟରେ କମୁଛି ସଂକ୍ରମଣ ହାର : ପ୍ରତ୍ୟେକ ଦିନର ଚାଲିଛି ସମୀକ୍ଷା, ସେହି ଅନୁସାରେ ଅନ୍‌ଲକ୍‌ ନିଷ୍ପତ୍ତି

Published By : Prameya-News7 Bureau | July 13, 2021 IST

ଭୁବନେଶ୍ୱର ୧୩।୦୭ : ରାଜ୍ୟରେ ସଂକ୍ରମଣ କମୁଛି । ଗତ କିଛି ଦିନର ସଂକ୍ରମଣ ସଂଖ୍ୟାକୁ ତୁଳନା କଲେ ବର୍ତ୍ତମାନର ସଂଖ୍ୟା କମି କମି ଆସୁଛି । କଟକ ଓ ଖୋର୍ଦ୍ଧା ସମେତ କିଛି ଜିଲ୍ଲାକୁ ସେଥିପାଇଁ ସ୍ୱତନ୍ତ୍ର ଫୋକସ ଦିଆଯାଉଛି। ପ୍ରତ୍ୟେକ ଦିନର ସଂକ୍ରମଣ ହାର ଅନ୍ୟାନ୍ୟ ତଥ୍ୟକୁ ସମୀକ୍ଷା କରାଯାଉଛି ଓ ସେହି ଅନୁସାରେ ଅନଲକ ନେଇ ସରକାର ନିଷ୍ପତ୍ତି ନେବେ ବୋଲି ଡିଏମଇଟି ସିବିକେ ମହାନ୍ତି କହିଛନ୍ତି ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ଲୋକ ଢିଲା ପଣ ହେବା ଅନୁଚିତ । କିନ୍ତୁ ସଂକ୍ରମଣ ବଢୁଥିବା ରାଜ୍ୟରୁ ଆସୁଥିବା ଲୋକମାନଙ୍କ ଉପରେ କଟକଣା ରହିବା ଦରକାର । କେନ୍ଦ୍ର ସରକାର ଏହା ଉପରେ ଆବଶ୍ୟକ ପଦକ୍ଷେପ ନେବା ଦରକାର । ଯେଉଁମାନେ ଆସୁଛନ୍ତି ତାଙ୍କ କ୍ୱାରେଣ୍ଟାଇନ କରିବା ସହ ତାଙ୍କ ଉପରେ ନଜର ରହିବ । ଯେଉଁମାନେ ସଂକ୍ରମଣ ବଢୁଥିବା ରାଜ୍ୟରୁ ଫେରୁଥିବା ଲୋକମାନେ ପୁଣି ଥରେ ବିପଦ ସୃଷ୍ଟି କରିବାର ଯଥେଷ୍ଟ ସମ୍ଭାବନା ରହିଛି । ପୂର୍ବରୁ ସୀମାବର୍ତ୍ତୀ ଜିଲ୍ଲା ଓ ବିଶେଷ ପ୍ରଭାବିତ ରାଜ୍ୟରୁ ଫେରିଥିବା ଲୋକମାନେ ସଂକ୍ରମଣ ବଢାଇଥିଲେ । ତେଣୁ ଆମକୁ ସଚେତନ ରହିବା ଦରକାର ନ ହେଲେ ବିପଦ ପୁଣି ବଢ଼ିବ ।

ସେହିପରି ସେପ୍ଟେମ୍ବର ୧୨ରୁ ନିଟ ପରୀକ୍ଷା ଆରମ୍ଭ ହେବ । କେନ୍ଦ୍ର ସରକାର ସେ ଯାହା ଗାଇଡ଼ ଲାଇନ କରିବେ, ସେହି ଅନୁଯାୟୀ ପରୀକ୍ଷା କରାଯିବ । ସାନିଟାଇଜସେନ, ସାମାଜିକ ଦୂରତା  ଓ ମାକ୍ସ ପିନ୍ଧି ପରୀକ୍ଷା କରାଯିବ । ସବୁ ପରୀକ୍ଷା ବନ୍ଦ କରି ହେବନି । ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ଆଖି ଆଗରେ ରଖି ଏହି ନିଷ୍ପତ୍ତି କେନ୍ଦ୍ର ସରକାର ନିଆଯାଇଛି ବୋଲି ଡିଏମ୍‌ଇଟି କହିଛନ୍ତି ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.