ସ୍କୁଲରେ ଛାତ୍ରୀଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବ ସିବିଆଇ, ୟୁପି-ହରିୟାଣା ସରକାରଙ୍କୁ ଆଦେଶ ଦେଲେ SC

Published By : Prameya-News7 Bureau | April 16, 2022 IST

ନୂଆଦିଲ୍ଲୀ ୧୬।୦୪: ଉତ୍ତର ପ୍ରଦେଶରେ ଜଣେ ନାବାଳିକା ସ୍କୁଲ ଛାତ୍ରୀଙ୍କ ସହ ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ସୁପ୍ରିମକୋର୍ଟ ଶନିବାର ବଡ ନିଷ୍ପତ୍ତି ଶୁଣାଇଛନ୍ତି। କୋର୍ଟ ଏହି ମାମଲାର ତଦନ୍ତ ଦାୟିତ୍ଵ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ଦିଲ୍ଲୀ-ହରିୟାଣା ସରକାରଙ୍କୁ ଚାରି ସପ୍ତାହରେ ତଦନ୍ତ ସଂପର୍କିତ ସମସ୍ତ କାଗଜପତ୍ର ସିବିଆଇକୁ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚତମ ନ୍ୟାୟାଳୟ।

ସୂଚନାଯୋଗ୍ୟ, ୧୪ ବର୍ଷୀୟ ଛାତ୍ରୀଙ୍କ ମୃତଦେହ ନିଜ ସ୍କୁଲର ଶ୍ରେଣୀ ଗୃହରେ ଝୁଲିଥିବା ଅବସ୍ଥାରେ ମିଳିଥିଲା। ନାବାଳିକାଙ୍କ ମାଆ ସୁପ୍ରିମକୋର୍ଟରେ ଆବେଦନ କରି ମାମଲାର ତଦନ୍ତ ସିବିଆଇ ଦ୍ଵାରା କରାଇବାକୁ ଦାବି କରିଥିଲେ। ମୃତକଙ୍କ ମାଆ ସୁପ୍ରିମକୋର୍ଟରେ ପଞ୍ଜାବ ହରିୟାଣା ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ଯାଚିକା ଦାଖଲ କରିଥିଲେ।

ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ ଯେ, ଝିଅ ସହିତ ଦୁଷ୍କର୍ମ ପରେ ହତ୍ୟା କରାଯାଇଛି। ଝିଅକୁ ନୋଏଡାରୁ ହରିୟାଣା ମଧ୍ୟରେ ଦିଲ୍ଲୀ ରାସ୍ତାରେ ଅପହରଣ କରାଯାଇଥିବା ପୀଡିତାଙ୍କ ମାଆ ଅଭିଯୋଗ କରିଥିଲେ। ଗୋଟିଏ ଶ୍ରେଣୀ ଗୃହରେ ବନ୍ଦ କରାଯାଇ କାଗଜ ଉପରେ ବଳପୂର୍ବକ ଦସ୍ତଖତ କରାଇଥିଲେ। ଆଉ ପୋଲିସ ପରିବାର ଲୋକଙ୍କୁ ନଡକାଇ ଶବ ବ୍ୟବଚ୍ଛେଦ କରାଇଥିଲା। ଏହା ପରେ ପୀଡିତାଙ୍କ ଅନ୍ତିମ ସଂସ୍କାର ପାଇଁ ପରିବାର ଲୋକଙ୍କୁ ବାଧ୍ୟ କରାଗଲା।

ପୀଡିତାଙ୍କ ମାଆ କହିଛନ୍ତି, ତାଙ୍କୁ ଅଚାନକ ସ୍କୁଲ ଡକାଗଲା। ସେଠାରେ ପହଞ୍ଚିବା ମାତ୍ରେ ତାଙ୍କ ଫୋନ ଛଡାଇ ନିଆଗଲା। ପୁଣି କୁହାଗଲା ତାଙ୍କ ଝିଅଙ୍କ ମୃତ୍ୟୁ ଘଟିଛି। ପରେ ଶ୍ରେଣୀ ଗୃହରୁ ଝୁଲନ୍ତା ଅବସ୍ଥାରେ ଛାତ୍ରୀଙ୍କ ମୃତଦେହ ମିଳିଥିଲା। ଆବେଦନକାରୀ ଦୁଇଟି ଏଫଆଇଆର  ରୁଜୁ କରାଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.