scan steel
web-baneer-728x90
krs-728-90-banner (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ବାହାନଗା ଟ୍ରେନ ଟ୍ରାଜେଡ଼ି, ଅମୀର ଖାନଙ୍କ ଭଡା ଘର ସିଲ୍ ଖୋଲିଲା CBI

20/06/2023 at 11:08 AM

ସୋର ୨୦/୦୬: ବାହାନଗା ଟ୍ରେନ ଟ୍ରାଜେଡ଼ି ଘଟଣା । ଅମୀର ଖାନଙ୍କ ସୋର କମରପୁର ଭଡା ଘର ସିଲ୍ ଖୋଲିଲା CBI । ସିଗନାଲ ଜେଇ ଇନ୍ ଚାର୍ଜ ଥିଲେ ଅମୀର ଖାନ । ଅମୀର ଖାନଙ୍କ ଉପସ୍ଥିତରେ ସିଲ ଘରକୁ ଖୋଲିଲା CBI । ଘର ଭିତରେ ବିଭିନ୍ନ ଜିନିଷ ଉପରେ ଛାନଭିନ ଜାରି । ଗତ ଆଠ ଦିନ ହେଲା ଅମୀର ଖାନ ଓ ତାଙ୍କ ସ୍ତ୍ରୀ ଗୁଡିଆ ଭଡ଼ା ଘରୁ ପଳାଇଥିଲା ।

ସୂଚନା ଥାଉକି, ସୋରରେ ଥିବା ରେଳ ସିଗ୍‌ନାଲ୍ ଇନଚାର୍ଜଙ୍କ ଘରକୁ ସିଲ୍ କରିଥିଲା କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା(ସିବିଆଇ) । ସିଗ୍‌ନାଲ୍ ମ୍ୟାନ ଅମିର ଖାନଙ୍କ କମରପୁର ସ୍ଥିତ ଭଡା ଘରକୁ ସିବିଆଇ ସିଲ୍ କରିଥିଲା ଟିମ୍ । ରେଳ ଦୁର୍ଘଟଣା ପରଠୁ ପରିବାର ସହ ଅନୁପସ୍ଥିତ ରହୁଥିଲେ ସିଗନାଲ ମ୍ୟାନ୍ । ଏହା ପୂର୍ବରୁ ସିବିଆଇ ବାହାନଗା ବଜାର ଷ୍ଟେସନର କର୍ମଚାରୀଙ୍କୁ ନିଜ ହେପାଜତରେ ରଖି ଜେରା କରୁଛି ।

ବାହାନଗା ଟ୍ରେନ ଦୁର୍ଘଟଣାକୁ ବିତି ସାରିଛି ଅନେକ ଦିନ । ରେଳ ମନ୍ତ୍ରୀଙ୍କ ସୁପାରିସ୍ କ୍ରମେ ସିବିଆଇ ଏହି ଭୟାନକ ଟ୍ରେନ ଦୁର୍ଘଟଣାର ତଦନ୍ତ କରୁଛି । ଦଳ ବାଲେଶ୍ଵରରେ ଡେରା ପକାଇଛନ୍ତି ଏବଂ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି। ଏହି କ୍ରମରେ ବାହାନଗା ଷ୍ଟେସନର ଏଏସଏମ ସମେତ ୫ ଅଭିଯୁକ୍ତକୁ ନିଜ ହେପାଜତକୁ ନେଇ ତଦନ୍ତ ଚଳାଇଛି ସିବିଆଇ । ଏଥିରେ ୪ ଜଣ ସିଗନାଲ୍ ବିଭାଗର କର୍ମଚାରୀ ଅଛନ୍ତି ।

ସିବିଆଇର ଏକ ୪ ଜଣିଆ ଟିମ୍ ଦୁର୍ଘଟଣା ସମୟରେ କ୍ଷତିଗ୍ରସ୍ତ ଟ୍ରାକର ସ୍କାନିଂ କରି ସାରିଛନ୍ତି। ଏହା ପୂର୍ବରୁ ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ରିଲେ ରୁମ୍‌କୁ ଯାଇ ସେଠାରେ ମଧ୍ୟ ତନାଘନା କରିଥିଲେ ।  ଷ୍ଟେସନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାହାନଗା ବଜାର ଷ୍ଟେସନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍‌ ଯାଞ୍ଚ କରିଥିଲେ । ଏହି ସମୟ ଭିତରେ ଏହି ଟିମ୍‌ ରିଲେ ରୁମ୍‌, ପ୍ୟାନେଲ ରୁମ୍‌, ଡାଟା ଲକର ସିଲ୍‌ କରିଥିଲେ ।

ସୂଚନାଯୋଗ୍ୟ, ଜୁନ ୨ ତାରିଖ ସନ୍ଧ୍ୟା ପ୍ରାୟ ୬ଟା ୪୫ରୁ ୭ଟା ମଧ୍ୟରେ ବାହାନଗା ବଜାର ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍, ଯଶବନ୍ତପୁର-ହାଓ୍ଵଡା ଏକ୍ସପ୍ରେସ୍ ଏବଂ ମାଲବାହୀ ଟ୍ରେନ ମଧ୍ୟରେ ଭୀଷଣ ଧକ୍କା ହୋଇଥିଲା। ଏହି ଭୟଙ୍କର ଟ୍ରେନ ଦୁର୍ଘଟଣାରେ ଅତି କମରେ ୨୯୧ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୨୦୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି। ଏବେ ମଧ୍ୟ ଅନେକ ମୃତକଙ୍କ ଶବ ଚିହ୍ନଟ ହୋଇ ପାରିନାହିଁ। ସେଥିପାଇଁ ଡିଏନଏ ଟେଷ୍ଟର ସାହାରା ନିଆଯାଇଛି। ଭୁବନେଶ୍ଵରର ଅନେକ ହସ୍ପିଟାଲ୍‌ରେ ଶବଗୁଡ଼ିକୁ ରଖାଯାଇଛି।

you can also read…

   Related Posts