୧୯୯୩ ସିରିଜ୍‌ ବୋମା ବିସ୍ଫୋରଣ ମାମଲାର ମୁଖ୍ୟ ଅଭିଯୁକ୍ତ ଅବଦୁଲ କରୀମ ତୁଣ୍ଡା ବିରୋଧରେ ସୁପ୍ରିମକୋର୍ଟ ଯିବ ସିବିଆଇ

Published By : Prameya-News7 Bureau | March 01, 2024 IST

ନୂଆଦିଲ୍ଲୀ: ୧୯୯୩ ମସିହାରେ ହୋଇଥିବା ସିରିଜ୍ ବୋମା ବିସ୍ଫୋରଣ ମାମଲାରେ ନିର୍ଦ୍ଦୋଷର ଖଲାସ ହୋଇଥିବା ମୁଖ୍ୟ ଅଭିଯୁକ୍ତ ଅବଦୁଲ କରୀମ ତୁଣ୍ଡା ପୁଣିଥରେ ଜେଲ୍ ଯାଇପାରେ। ନିର୍ଦ୍ଦୋଷ ଖଲାସ ବିରୋଧରେ ସିବିଆଇ କୋର୍ଟରେ ଆବେଦନ କରିବ ବୋଲି ତଦନ୍ତକାରୀ ସଂସ୍ଥା କହିଛି।

ଗୁରୁବାର ଅଜମେର ଏକ ଅଦାଲତ ତୁଣ୍ଡାକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଷରେ ଖଲାସ କରିଥିଲେ। ହେଲେ ଶୁକ୍ରବାର ତୁଣ୍ଡା ବିରୋଧରେ ସିବିଆଇ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ସୂଚନା ମିଳିଛି।

ସୂଚନା ଥାଉକି ୧୯୯୩ ମସିହାରେ  ଡିସେମ୍ବର ୫-୬ ତାରିଖ ମଧ୍ୟ ରାତ୍ରୀରେ ଅଲଗା ଅଲଗା ସ୍ଥାନରେ ଲକ୍ଷ୍ନୌର ରାଜଧାନୀ ଏକ୍ସପ୍ରେସ, କାନପୁର, ହାଇଦ୍ରାବଦୃ, ସୁରତ ଓ ମୁମ୍ବାଇରେ ୬ଟି ରେଳଗାଡ଼ିରେ ବୋମା ବିସ୍ଫୋରଣ ହୋଇଥିଲା। ଏଥିରେ ୨ ଜଣଙ୍କର ମୃତ୍ୟୁ ହୋଇଥିଲା।  ୨୨ ଜଣ ଆହତ ହୋଇଥିଲେ।

ଏହି ଘଟଣାରେ ତଦନ୍ତ ସିବିଆଇ ହାତକୁ ଯାଇଥିଲା। ଅଲଗା ଅଲଗା ଭାବେ ୫ଟି ମାମଲା ରୁଜୁ ହୋଇଥିଲା। ହେଲେ ଗୁରୁବାର ଅଜମେର କୋର୍ଟ ମୁଖ୍ୟ ଅଭିଯୁକ୍ତ ତୁଣ୍ଡାକୁ ନିର୍ଦ୍ଦୋଷରେ ଖଲାସ କରିବା ପରେ ସିବିଆଇ କୋର୍ଟଙ୍କର ଏହି ନିଷ୍ପତ୍ତି ବିରୋଧରେ ଏବେ ସୁପ୍ରିମକୋର୍ଟର ଦ୍ୱାରସ୍ଥ ହେବ ବୋଲି ଜଣାପଡ଼ିଛି।  

ପଢ଼ନ୍ତୁ-ଗ୍ୟାଙ୍ଗଷ୍ଟାର୍‌ର ପତ୍ନୀ ପାୟଲ ମୋଷ୍ଟ ଓ୍ୱାଣ୍ଟେଡ୍‌ ଘୋଷିତ, ୨୫ ହଜାର ଟଙ୍କା ପୁରସ୍କାର ଘୋଷଣା

ସିବିଆଇ ପ୍ରବକ୍ତା କହିଛନ୍ତି ଯେ ଏହି ମାମଲାରେ ସିବିଆଇ ୨୧ ଜଣଙ୍କ ବିରୋଧରେ ଚାର୍ଜଶିଟ୍ ଦାଖଲ କରିଥିଲା। ସେଥିମଧ୍ୟରୁ ୧୫ ଜଣଙ୍କୁ ୨୦ ବର୍ଷ ପାଇଁ ଆଜୀବନ କାରଦଣ୍ଡରେ ଦଣ୍ଡିତ କରାଯାଇଥିଲା। ଅଜମେର ଏକ ଟାଡା କୋର୍ଟ ୨୦୦୪ ଫେବ୍ରୁଆରୀ ୨୮ ତାରିଖରେ ଏହି ସଜା ଶୁଣାଇଥିଲେ। ସେତେବେଳେ ସୁପ୍ରିମକୋର୍ଟ ଦୋଷୀଙ୍କ ମଧ୍ୟରୁ ୧୦ ଜଣଙ୍କ ଦଣ୍ଡ କାଏମ ରଖିଥିଲେ ବୋଲି ସିବିଆଇ ପ୍ରବକ୍ତା କହିଛନ୍ତି।

ସୂଚନା ଅନୁସାରେ, ୮୧ ବର୍ଷୀୟ ତୁଣ୍ଡା ମୋଷ୍ଟ ୱାଣ୍ଟେଡ୍ ଦାଉଦ୍ ଇବ୍ରାହିମ୍‌ର ଘନିଷ୍ଠ ଥିଲା। ବାବରି ମସ୍‌ଜିଦ ଭାଙ୍ଗିବାର ବାର୍ଷିକୀରେ ପ୍ରତିହିଂସା ପରାୟଣ ହୋଇ ତୁଣ୍ଡା ବୋମା ବିସ୍ଫୋରଣ ଘଟାଇଥିଲା। ୨୦୧୩ରେ ତାକୁ ଭାରତ ଓ ବାଂଲାଦେଶ ସୀମାରୁ ଗିରଫ କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.