ବାହାନଗାରେ CBIର ଛାନଭିନ, ତଦନ୍ତ ସାରି ଫେରିଛି ଟିମ୍
6/06/2023 at 2:15 PM

ବାଲେଶ୍ୱର ୦୬।୦୬ : ବାହାନଗାରେ CBI ଟିମର ଛାନଭିନ । ବାହାନଗାରେ ପ୍ରାଥମିକ ତଦନ୍ତ ସାରି ଫେରିଛନ୍ତି ସିବିଆଇ ଟିମ୍। ମଙ୍ଗଳବାର ସକାଳେ ସିବିଆଇ ଟିମ୍ ବାହାନଗାରେ ପହଂଚିବା ପରେ ଘଟଣା ସ୍ଥଳକୁ ଯାଇ ଅନୁଧ୍ଯାନ କରିଥିଲେ। ସେମାନେ ଘଟଣା ସ୍ଥଳ ବୁଲି ଦେଖିବା ସହ ବିଭିନ୍ନ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ସେମାନଙ୍କ ସହ ଥିଲେ ସେଣ୍ଟ୍ରାଲ ଫରେନସିକ ଟିମ୍। କେମିତି ହେଲା ଦୁର୍ଘଟଣା, ଏଥିପାଇଁ କିଏ ଦାୟୀ ଖୋଳତାଡ କରିଛନ୍ତି ।
ବାହାନଗା ଟ୍ରେନ ଦୁର୍ଘଟଣା ପଛରେ ହୋଇଛି କି ଷଡ଼ଯନ୍ତ୍ର? ସିଗନାଲକୁ କିଏ ଟ୍ୟାମ୍ପରିଂ କରିଥିଲା କି? ସିଗନାଲ ଟ୍ୟାମ୍ପରିଂ ନେଇ ଖୋର୍ଦ୍ଧା ଡିଆରଏମ ସନ୍ଦେହ ବ୍ୟକ୍ତ କରିଛନ୍ତି। ଇଣ୍ଟରଲକିଂ ସିଷ୍ଟମରେ ଜାଣିଶୁଣି ତ୍ରୁଟି କରାଯାଇଥିବା ଖୋର୍ଦ୍ଧା ଡିଆରଏମ କହିବା ପରେ ସନ୍ଦେହ ବଢିଛି। ସେ କହିଛନ୍ତି ଯେ ଜଣେ କେହି ଏହି ସିଷ୍ଟମରେ କ୍ଷତି କରିବାକୁ ଚେଷ୍ଟା କରିଛି।
ଡାଟା ଲକର ଅନୁଯାୟୀ ମେନ ଲାଇନକୁ ଗ୍ରୀନ ସିଗନାଲ ଥିଲା। ସବୁକିଛି ଠିକ ଥିଲେ ହିଁ ଗ୍ରୀନ ସିଗନାଲ୍ ମିଳିଥାଏ। କେଉଁଥିରେ ଅସୁବିଧା ରହିଲେ ସିଗନାଲ ଗ୍ରୀନ ମିଳିନଥାଏ । ସିଗନାଲ ଲାଲ ହୋଇଥାଏ। ତେଣୁ ଦୁର୍ଘଟଣା ନେଇ ଖୋର୍ଦ୍ଧା DRM ଷଡଯନ୍ତ୍ରର ଗନ୍ଧ ବାରିଛନ୍ତି। ଏସବୁ ଦିଗକୁ ନେଇ ତଦନ୍ତ କରିଛନ୍ତି ସିବିଆଇ ଟିମ୍ ।
You Can Read :