ବାହାନଗା ଟ୍ରେନ୍ ଟ୍ରାଜେଡି, ୨ୟ ଦିନରେ ସିବିଆଇର ଛାନ୍ଭିନ୍
7/06/2023 at 2:02 PM

ବାଲେଶ୍ୱର ୦୭।୦୬: ବାହାନଗା ଟ୍ରେନ୍ ଟ୍ରାଜେଡି। ଦ୍ବିତୀୟ ଦିନରେ ଚାଲିଛି ସିବିଆଇ ଯାଞ୍ଚ। ଦୁର୍ଘଟଣା ପଛରେ ଷଡ଼ଯନ୍ତ୍ର ରହିଥିବା ନେଇ ସନ୍ଦେହ ବଢୁଥିବା ବେଳେ, ଘଟଣା ସ୍ଥଳରେ ତଦନ୍ତ କରୁଛି ସିବିଆଇ।

ମଙ୍ଗଳବାର ମଧ୍ୟ ଅଢେଇ ଘଣ୍ଟା ଧରି ସିବିଆଇ ଅଧିକାରୀ ମାନେ ରେଲୱେର ବିଭିନ୍ନ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ। ସିବିଆଇ ଅଧିକାରୀ ପ୍ୟାନେଲ୍ ବୋର୍ଡ ଓ ରିଲେ ରୁମ୍ ରେ ଦୀର୍ଘ ସମୟ ଧରି ତନଘନା କରିଥିଲେ। ସିବିଆଇ, ଜିଆରପି ଠାରୁ ତଦନ୍ତ ଦାୟିତ୍ବ ନେବା ସହିତ ମାମଲା ରୁଜୁ କରିଛି। ସିବିଆଇର ୫ଜଣିଆ ଟିମ୍ ଦୁର୍ଘଟଣାସ୍ତଳରେ ପହଞ୍ଚି ଛାନଭିନ କରିଥିଲେ । ଇଣ୍ଟରଲକିଂ ପଏଣ୍ଟ ତନଖି କରିଥିଲେ ସିବିଆଇ ଟିମ୍। ଲୁପ୍ ଲାଇନ୍ ଓ ମେନ୍ ଲାଇନ୍ ଭିତରେ କେତେ ଦୁର ଥାଏ ଓ ଟ୍ରାକ ଚେଞ୍ଜ କିପରି ହୁଏ ଏସବୁ ଦେଖିଥିଲେ । ସେଠାରୁ ସିଧା ସିଲ୍ ହୋଇଥିବା ଦକ୍ଷିଣ କ୍ୟାବିନ୍ କୁ ଯାଇଥିଲା ସିବିଆଇ ଟିମ୍।

ସେହିପରି ପୁରା ଟିମ୍ ନିର୍ମାଣାଧୀନ ରେଳ ଲାଇନରେ ଚାଲି ଚାଲି ଷ୍ଟେସନ ମ୍ୟାନେଜର ରୁମରେ ଥିବା ପ୍ୟାନେଲ ବୋର୍ଡ ରୁମରେ ପହଞ୍ଚିଥିଲେ। ବାହାନଗା ଷ୍ଟେସନରେ ବିଭିନ୍ନ ଉଚ୍ଚପଦସ୍ଥ ଅଧିକାରୀମାନଙ୍କୁ ପଚରାଉଚରା କରାଯାଇଛି। ଷ୍ଟେସନ ମାଷ୍ଟର ଙ୍କୁ ରେଲୱେ ସେଫ୍ଟି କମିଶନର ପଚରା ଉଚୁରା କରୁଥିବା ଯୋଗୁଁ ସିନିୟର୍ ଷ୍ଟେସନ ମ୍ୟାଜେନରଙ୍କୁ ସିବିଆଇ ଜେରା କରିଛି। ସିଗ୍ନାଲ ରୁମ୍ ରେ ପ୍ରାୟ ୧୫-୨୦ ମିନିଟ ଛାନଭିନ କରିଥିଲେ।
You Can Read :