TMC ନେତା ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ, ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ହେବ ପଚରାଉଚରା

Published By : Prameya-News7 Bureau | April 17, 2023 IST

ନୂଆଦିଲ୍ଳୀ, ୧୭/୦୪: ତୃଣମୂଳ କଂଗ୍ରେସ ସାଂସଦ ଏବଂ ଦଳj ସାଧାରଣ ସମ୍ପାଦକ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ। ପଶ୍ଚିମବଙ୍ଗ ଶିକ୍ଷକ ନିଯୁକ୍ତି ମାମଲାରେ ଲିଙ୍କ୍‌ ନେଇ ସିବିଆଇ ତାଙ୍କୁ ସମନ ନୋଟିସ୍‌ ଜାରି କରିଛି। ଅଭିଷେକଙ୍କୁ ଏହି ସମନ ସୁପ୍ରିମକୋର୍ଟଙ୍କ ଦ୍ବାରା ପଚରାଉଚରା ଉପରେ ରୋକ୍‌ ଲଗାଇବା ନିଷ୍ପତ୍ତିର କିଛି ଘଣ୍ଟା ପରେ ଆସିଛି। କୁହାଯାଉଛି ସୁପ୍ରିମକୋର୍ଟର ନିର୍ଦ୍ଦେଶ ଉଲ୍ଲଂଘନଙ୍କୁ ନେଇ ଅଭିଷେକ ବାନାର୍ଜୀ ଅଦାଲତ ଅବମାନନା ଯାଚିକା ଦାୟର କରିପାରନ୍ତି। ଏହାକୁ ନେଇ ଟିଏମସି କେନ୍ଦ୍ର ସରକାରଙ୍କ ଘେରିପାରେ।

ସୂଚନାଯୋଗ୍ୟ, ଏପ୍ରିଲ୍‌ ୧୩ରେ କଲିକତା ହାଇକୋର୍ଟ ପଶ୍ଚିମବଙ୍ଗ ପୋଲିସ୍‌କୁ ଆଦେଶ ଦେଇ, ସ୍କୁଲ୍‌ ଶିକ୍ଷକ ନିଯୁକ୍ତି ଘୋଟାଲା ମାମଲାରେ ତଦନ୍ତ କରୁଥିବା ସିବିଆଇ ଏବଂ ଇଡିର ଅଧିକାରୀଙ୍କ ବିରୋଧରେ ପ୍ରାଥମିକ ମାମଲା ରୁଜୁ କରିବାକୁ ମନା କରିଥିଲେ। ଅଦାଲତ ଏଜେନ୍ସୀଙ୍କୁ ମାମଲାରେ ରାଜ୍ୟ ଟିଏମସି ନେତାଙ୍କ ଭୂମିକା ଯାଞ୍ଚ କରିବାକୁ କହିଥିଲେ। ଅଦାଲତ କହିଥିଲେ କେନ୍ଦ୍ରୀୟ ଏଜେନ୍ସୀ ଘୋଷ ଏବଂ ବାନାର୍ଜୀଙ୍କୁ ପଚରାଉଚରା କରିପାରିବେ।

ଆଉ କଲିକତା ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ରୋକ୍ ଲଗାଇଥି​‌ଲେ । ଏହା ସହ ଅଭିଷେକ ବାନାର୍ଜୀ ଏବଂ ଅଭିଯୁକ୍ତ କୁନ୍ତଳ ଘୋଷଙ୍କୁ ଇଡି ଏବଂ ସିବିଆଇ ପଚରାଉଚରା ଉପରେ ହାଇକୋର୍ଟଙ୍କ ନିଷ୍ପତ୍ତି ଉପରେ ମଧ୍ୟ ରୋକ୍‌ ଲଗାଇଥିଲେ ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟ ଏହି ମାମଲାରେ ଯାଚିକା ଉପରେ ୨୪ ଏପ୍ରିଲ୍‌ରେ ଶୁଣାଣି କରିବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.