ମଦ ଦୁର୍ନୀତି ଅଭିଯୋଗ: ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି CBI ସମନ
18/02/2023 at 3:53 PM

ନୂଆଦିଲ୍ଲୀ: ମଦ ଦୁର୍ନୀତି ଅଭିଯୋଗରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ପୁଣି ସିବିଆଇ ସମନ। ମନୀଷ ଶନିବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି। ରବିବାର ତାଙ୍କୁ ପୁଣିଥରେ ସିବିଆଇ ମୁଖ୍ୟାଳୟରେ ହାଜର ହେବାକୁ କୁହାଯାଇଛି ବୋଲି ମନୀଷ କହିଛନ୍ତି। ତେବେ ତାଙ୍କ ବିରୋଧରେ ମିଳିଥିବା ଏକ ନୂଆ ପ୍ରମାଣକୁ ନେଇ ମନୀଷଙ୍କୁ ସମନ କରାଯାଇଛି ବୋଲି ସିବିଆଇ କହିଛି। ଦିଲ୍ଲୀ ମଦ ନୀତରେ ଗଠନ ଓ କାର୍ଯ୍ୟକାରୀରେ ଦୁର୍ନୀତି ହୋଇଥିବା ଅଭିଯୋଗରେ ନୂଆ ସମନ କରାଯାଇଛି।
ମନୀଷ ଟ୍ୱିଟ୍ କରି କହିଛନ୍ତି “ସିବିଆଇ କାଲି ପୁଣିଥରେ ଡାକିଛି। ମୋ ପଛରେ ସେମାନେ ସିବିଆଇ ଓ ଇଡିର ପୂରା ଶକ୍ତି ଲଗାଇ ଦେଇଛନ୍ତି। ଘରେ ରେଡ୍ ବ୍ୟାଙ୍କ ଲକର ସନ୍ଧାନ ପରେ ମୋ ବିରୋଧରେ କିଛି ମିଳିଲାନି। ମୁଁ ଦିଲ୍ଲୀର ପିଲାମାନଙ୍କ ପାଇଁ ଭଲ ଶିକ୍ଷାର ବ୍ୟବସ୍ଥା କରିଛି। ଏମାନେ ତାକୁ ରୋକିବାକୁ ଚାହୁଁଛନ୍ତି। ମୁଁ ଯାଞ୍ଚରେ ସବୁବେଳେ ସହଯୋଗ କରିଛି ଆଗକୁ ମଧ୍ୟ କରିବି।”
सीबीआई ने कल फिर बुलाया है. मेरे ख़िलाफ़ इन्होंने CBI, ED की पूरी ताक़त लगा रखी है, घर पर रेड, बैंक लॉकर तलाशी, कहीं मेरे ख़िलाफ़ कुछ नहीं मिला
— Manish Sisodia (@msisodia) February 18, 2023
मैंने दिल्ली के बच्चों के लिए अच्छी शिक्षा का इंतज़ाम किया है। ये उसे रोकना चाहते हैं।
मैंने जाँच में हमेशा सहयोग किया है और करूँगा.
ସୂଚନା ଥାଉକି ସିବିଆଇ ଦିଲ୍ଲୀର ମଦ ଦୁର୍ନୀତି ଅଭିଯୋଗ କରି ମନୀଷଙ୍କ ସହିତ ୧୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି। ଗତବର୍ଷ ଅଗଷ୍ଟ ମାସରେ ଦିଲ୍ଲୀର ଏକ ସ୍ୱତନ୍ତ୍ର କୋର୍ଟରେ ଆପିସିରି ବିଭିନ୍ନ ଧାରାରେ ମାମଲା ରୁଜ୍ଜୁ ହୋଇଛି। ବେଆଇନ ଭାବେ ବ୍ୟକ୍ତିଲାଭ ପାଇଁ ଏହି ଆଇନ୍ରେ ଦୁର୍ନୀତି କରାଯାଇଛି ବୋଲି ସିବିଆଇ ଅଭିଯୋଗ କରିଛି। ଡିଲରମାନଙ୍କ ସ୍ୱାର୍ଥରେ ସେମାନଙ୍କ ଠାରୁ ଲାଞ୍ଚ ନିଆଯାଇ ସେମାନଙ୍କୁ ଲାଇସେନ୍ସ ଦିଆଯାଇଛି ବୋଲି ସିବିଆଇ ଅଭିଯୋଗ କରିଥିବା ବେଳେ ଆପ୍ ଏହାକୁ ଖଣ୍ଡନ କରୁଛି।
ଅନ୍ୟପଟେ ମନୀଷଙ୍କୁ ନୂଆ ସମନ ମିଳିବା ପରେ ପ୍ରତିକ୍ରିୟା ରଖିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ। ଦିଲ୍ଲୀ ଲିକର ପଲିସିରେ କୌଣସି ଦୁର୍ନୀତି ହୋଇ ନାହିଁ। ମନୀଷ ସିସୋଦିଆଙ୍କ ବିରୋଧରେ ଏହା ଏକ ଷଡ଼ଯନ୍ତ୍ର ବୋଲି କେଜରିୱାଲ୍ କହିଛନ୍ତି।