ମଦ ଦୁର୍ନୀତି ମାମଲାରେ ଏବେ ଅରବିନ୍ଦ କେଜ୍ରିୱାଲ୍‌ ହେବ ପଚରା ଉଚରା, ଏପ୍ରିଲ୍‌ ୧୬ରେ ହାଜର ହେବାକୁ ସିବିଆଇର ସମନ

Published By : Prameya-News7 Bureau | April 14, 2023 IST

ନୂଆଦିଲ୍ଲୀ, ୧୪/୦୪: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ୍‌ଙ୍କୁ ସିବିଆଇ ସମନ । ନୂଆ ମଦ ନୀତି ମାମଲାରେ ପଚରାଉଚରା ପାଇଁ କେଜ୍ରିଓ୍ବାଲଙ୍କୁ ସମନ କରିଛି ସିବିଆଇ। ୧୬ ଏପ୍ରିଲ ରବିବାର ସକାଳ ୧୧ଟା ବେଳେ ଉପସ୍ଥିତ ହେବାକୁ ନୋଟିିସ୍‌ କରାଯାଇଛି।

ସୂଚନାଥାଉ, ନୂଆ ମଦ ନୀତି ମାମଲାରେ ସିବିଆଇ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ପୂର୍ବରୁ ହିଁ ଗିରଫ କରିସାରିଛି। ତାଙ୍କୁ ସିବିଆଇ ୨୬ ଫେବ୍ରୁଆରୀରେ ଗିରଫ କରିଥିଲା। ଏହାକୁ ନେଇ ଆପ୍‌ ଲଗାତାର ଟାର୍ଗେଟ କରିଆସୁଛି।

କୁହାଯାଉଛି, କେଜ୍ରିଓ୍ବାଲଙ୍କ ଉପରେ ଅଭିଯୋଗ ରହିଛି ଯେ ସେ ମଦ ଘୋଟାଲରେ ସାମିଲ୍‌ ଅଭିଯୁକ୍ତଙ୍କ ସହ କଥା ହୋଇଥିଲେ। ଏହା ପରେ ଆହୁରି ଅଭିଯୋଗ ଲାଗିଛି ଯେ ସେ ମଦ ବ୍ୟବସାୟୀଙ୍କୁ ଦିଲ୍ଲୀ ଆସି ବ୍ୟବସାୟ କରିବାକୁ ପ୍ରୋତ୍ସାହିତ କରିଥିଲେ। ସିବିଆଇର କହିବା ଅନୁଯାୟୀ କେଜ୍ରିଓ୍ବାଲଙ୍କୁ ନେଇ ଅନେକ ପ୍ରମାଣ ମିଳିଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.