ଆଇଏନଏକ୍ସ ମିଡିଆ ମାମଲା: ଚାର୍ଜସିଟ୍ ଦାଖଲ କଲେ ସିବିଆଇ, ଜାଣନ୍ତୁ ଚିଦାମ୍ବରମଙ୍କ ସାଙ୍ଗରେ ଆଉ କିଏ ସବୁ ଅଭିଯୁକ୍ତ

Published By : Prameya-News7 Bureau | October 18, 2019 IST

ନୂଆଦିଲ୍ଲୀ: ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ଶୁକ୍ରବାର ଚାର୍ଜସିଟ୍ ଦାଖଲ କରିଛନ୍ତି। ଏଥିରେ ସିବିଆଇ ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ପି.ଚିଦାମ୍ବରମଙ୍କ ସମେତ ମୋଟ ୧୪ ଜଣଙ୍କୁ ଅଭିଯୁକ୍ତ ରହିଛନ୍ତି। ଦିଲ୍ଲୀ କୋର୍ଟ ଚାର୍ଜସିଟ୍ ଗ୍ରହଣ କରିଥିବା ବେଳେ ଅକ୍ଟୋବର ୨୧ ତାରିଖକୁ ଆଗାମୀ ଶୁଣାଣି ଧାର୍ଯ୍ୟ ହୋଇଛି।

{"id":171471}

ସିବିଆଇ ଚାର୍ଜସିଟ୍ ରେ ପିଟର ମୁଖାର୍ଜୀ, କାର୍ତ୍ତି ଚିମ୍ବରମ, ଭାସ୍କର, ପି.ଚିଦାମ୍ବରମ, ସିନ୍ଧୁଶ୍ରୀ ଖୁଲ୍ଲର, ଅନୁପ ପୂଜାରୀ, ପ୍ରବୋଧ ସକ୍ସେନା, ଆର.ପ୍ରସାଦ, ଆଇଏନଏକ୍ସ ମିଡିଆ, ଏଏସସିଏଲ ଓ ଶତରଞ୍ଜ ପରିଚାଳନାର ମଧ୍ୟ ନାମ ରହିଛି। ଏହାଛଡା କେନ୍ଦ୍ର ଅର୍ଥମନ୍ତ୍ରାଳୟଙ୍କ ୪ ଜଣ ପୂର୍ବତନ ଅଧିକାରୀଙ୍କୁ ମଧ୍ୟ ମାମଲାରେ ସିବିଆଇ ଅଭିଯୁକ୍ତ କରିଛି। ସେପଟେ ଅଭିଯୋଗପତ୍ର ଦାଖଲ ହେବା ଯୋଗୁ ସିବିଆଇ ମାମଲାରେ ପି.ଚିଦାମ୍ବରମଙ୍କ ଜାମିନ ନିବେଦନ ଉପରେ କୋର୍ଟ ନିଜର ନିଷ୍ପତ୍ତି ସଂରକ୍ଷିତ ରଖିଛନ୍ତି।

{"id":171472,"align":"center","width":531,"height":398}

ଚିଦାମ୍ବରମଙ୍କ ଜାମିନକୁ ସିବିଆଇଙ୍କ ବିରୋଧ
ତେବେ ଆଇଏନଏକ୍ସ ମିଡିଆ ମାମଲାରେ ସାକ୍ଷମାନେ ସୁପ୍ରିମକୋର୍ଟରେ ସେମାନଙ୍କ ସାକ୍ଷ ରେକର୍ଡ ନ କରାଇବା ପର୍ଯ୍ୟନ୍ତ ଚିଦମ୍ବରମଙ୍କୁ ଜାମିନ ନ ଦେବା ଲାଗି ସିବିଆଇ କୋର୍ଟଙ୍କୁ ନିଦେବନ କରିଛନ୍ତି। ଯଦି କୋର୍ଟ ତାଙ୍କୁ ଜାମିନ ମଞ୍ଜୁର କରନ୍ତି ତେବେ ସାକ୍ଷା ପ୍ରଭାବିତ ହେବା ସହ  ଆର୍ଥିକ ଅପରାଧୀମାନେ ଦେଶ ଛାଡି ପଳାୟନ କରିବାର ଭୟ ଥିବାର ସିବିଆଇ ଆଶଙ୍କା ବ୍ୟକ୍ତ କରିଛି। ଆଇଏନଏକ୍ସ ମିଡିଆ ମାମଲାରେ ସିବିଆଇ ପି.ଚିଦାମ୍ବରମଙ୍କ ବିରୋଧରେ ଆଇପିସିର ୧୨୦ ବି, ୪୨୦, ୪୬୮ ଓ ୪୭୧ରେ ମୋକଦ୍ଦମା ରୁଜୁ ହୋଇଛି। ଏହା ଛଡା ପ୍ରିଭେନସନ ଅଫ କର୍ପସନ ଆକ୍ଟର ଧାରା ୯,୧୩(୨) ଓ ୧୩(୧) ଡି ଅନୁସାରେ ମଧ୍ୟ ଅଭିଯୋଗ ରୁଜୁ ହୋଇଛି। ତେବେ ମାମଲାରେ କେବଳ ଇନ୍ଦ୍ରାଣୀ ମୁଖାର୍ଜୀ ନୁହଁନ୍ତି ଜଣେ ଅନ୍ୟ ସାକ୍ଷୀ ମଧ୍ୟ ସାକ୍ଷଦେଇଥିବା ସିବିଆଇ କହିଛନ୍ତି।   

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.