ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ; ଭାରତ ଯୋଡ଼ ଯାତ୍ରାରେ ହୋଇଥିଲେ ସାମିଲ୍
12/01/2023 at 7:38 PM

ନୂଆଦିଲ୍ଲୀ: ପୂର୍ବତନ ଅର୍ଥ ସଚିବ ଅରବିନ୍ଦ ମାୟାରାମଙ୍କ ଘରେ ସିବିଆଇ ଚଢ଼ାଉ। ତାଙ୍କର ଦିଲ୍ଲୀ ଓ ଜୟପୁର ସ୍ଥିତ ଘରେ ସିବିଆଇ ଚଢ଼ାଉ କରିଥିବା ସୂଚନା ମିଳିଛି। ଦୁର୍ନୀତି ଅଭିଯୋଗରେ ଏହି ଚଢ଼ାଉ କରାଯାଇଥିବା କୁହାଯାଇଛି। ସେକ୍ରେଟାରୀ ଥିବା ବେଳେ ମାୟାରାମ ଟଙ୍କା ଛାପିବା ନେଇ ଟେଣ୍ଡର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି।

କେବଳ ସେତିକି ନୁହେଁ ଏହି ଅଭିଯୋଗରେ ଗୁରୁବାର ସିବିଆଇ ଏକ ମାମଲା ରୁଜୁ କରିଛି। ଅରବିନ୍ଦଙ୍କ ସମେତ ଅର୍ଥମନ୍ତ୍ରାଳୟ ଓ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆର ପୂର୍ବତନ ଅଜଣା ଅଫିସରଙ୍କ, ଏବଂ ଡି ଲା ରୁଇ ଇଣ୍ଟରନ୍ୟାସ୍ନାଲ ଲିମିଟେଡ୍ ୟୁକେ ବିରୋଧରେ ମାମଲା ରୁଜୁ ହୋଇଛି। ଭାରତୀୟ ମୁଦ୍ରାରେ ଲାଗିଥିବା ସ୍ୱତନ୍ତ୍ର ପ୍ରକାର ସୂତା ରପ୍ତାନୀରେ ଅନିୟମିତତା ହୋଇଥିବା ଅଭିଯୋଗରେ ଏହି ମାମଲା ହୋଇଛି ବୋଲି ସିବିଆଇ କହିଛି।
Related Posts
ଭୟଙ୍କର ସଡ଼କ ଦୁର୍ଘଟଣା, ଖାଇକୁ ଖସିଲା ବସ୍, ୩୦ଜଣ ମୃତ
8 February 2023