ଫିଲ୍ମ ମେକର ଜସପ୍ରୀତ ସିଂ ୱାଲିଆଙ୍କ ନାଁରେ ମାମଲା ରୁଜୁ, କୋଟି ଟଙ୍କାର ଠକେଇ ଅଭିଯୋଗ
29/05/2023 at 11:41 AM

ମୁମ୍ଵାଇ ୨୯।୦୫: ଫିଲ୍ମ ନିର୍ମାତା ବଣ୍ଟି ୱାଲିଆଙ୍କ ବିରୋଧରେ ସିବିଆଇ ଏକ ମାମଲା ରୁଜୁ କରିଛି। ଜସପ୍ରୀତ ସିଂ ୱାଲିଆ ତଥା ବଣ୍ଟି ୱାଲିଆ ଆଇଡିବିଆଇ ବ୍ୟାଙ୍କକୁ ୧୧୯କୋଟି ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ଏନେଇ ଅଧିକାରୀ କହିଛନ୍ତି ଯେ ଜୁନ୍ ୨୦୦୮ରେ ବଣ୍ଟି ୱାଲିଆ ବ୍ୟକ୍ତିଗତ ଗ୍ୟାରେଣ୍ଟି ଉପରେ ଦୁଇଟି ଲୋନ ନେଇଥିଲେ। ବଣ୍ଟି ୱାଲିଆଙ୍କ କମ୍ପାନୀ ଜିଏସ ଏଣ୍ଟରଟେନମେଣ୍ଟ ପିଭି ଲିମିଟେଡ ସଞ୍ଜୟ ଦତ୍ତ ଏବଂ ବିପାଶା ବାସ୍ ଫିଲ୍ମ ‘ଲମହା’ ନିର୍ମାଣ ପାଇଁ ଆର୍ଥିକ ଯୋଜନା ଭାବରେ ୨.୩୫ ମିଲିୟନ ଡ଼ଲାର ଏବଂ ୪.୯୫ କୋଟି ଟଙ୍କା RTL ପ୍ରଦାନ କରିଥିଲା।
ବର୍ତ୍ତମାନ ଆଇଡିବିଆଇ ବ୍ୟାଙ୍କ ଦାବି କରିଛି ଯେ ଯୋଜନା ଅନୁଯାୟୀ ଫିଲ୍ମ ‘ଲମହା’ ୨୦୦୯ରେ ମୁକ୍ତିଲାଭ କରିବାର ଥିଲା କିନ୍ତୁ ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରମୋଟର ଏବଂ ପ୍ରଦର୍ଶକଙ୍କ ମଧ୍ୟରେ ବିବାଦ ଲାଗି ରହିଥିଲା। ଯାହା ପରେ ଫିଲ୍ମ ରିଲିଜ୍କୁ ଅଟକାଇ ଦେଇଥିଲେ। ଠିକ୍ ସମୟରେ ଚଳଚ୍ଚିତ୍ର ରିଲିଜ୍ ହୋଇନଥିବାରୁ, ଏହି ଆକାଉଣ୍ଟ୍ ୩୦ ସେପ୍ଟେମ୍ବର ୨୦୦୯ରୁ ଅଚଳ ହୋଇଗଲା। ଏହା ପରେ, ଜିଏସପିଏଲ, ପିଭିଆର ଏବଂ ବେସରକାରୀ ବ୍ୟାଙ୍କ ମଧ୍ୟରେ ହୋଇଥିବା ସେଟଲମେଣ୍ଟ ଚୁକ୍ତିନାମା ଅନୁଯାୟୀ ବ୍ୟାଙ୍କ PVR ରେ ବିତରକମାନଙ୍କୁ ନିଯୁକ୍ତ କରିଥିଲା। ଏହା ସହିତ PVR ରୁ ଏକ ପ୍ରତିବଦ୍ଧତା ମଧ୍ୟ ନିଆଯାଇଥିଲା ଯେ ଏହା ପୋଷ୍ଟ ପ୍ରଡକ୍ସନ କାର୍ଯ୍ୟ ପାଇଁ ୮କୋଟି ଟଙ୍କା ବିନିଯୋଗ କରିବ । ହେଲେ PVR ଏହାର କମିଟ୍ମେଣ୍ଟକୁ ପୂରଣ କରିପାରିଲା ନାହିଁ ।
ଆଇଡିବିଆଇ ବ୍ୟାଙ୍କ ଅଭିଯୋଗ କରିଛି ଯେ ଫୋରେନସିକ୍ ଅଡିଟ୍ ସମୟରେ ବଣ୍ଟି ୱାଲିଆଙ୍କ କମ୍ପାନୀ ଏକ ନକଲି ବ୍ୟବହାର ପ୍ରମାଣପତ୍ର ଦାଖଲ କରି ବ୍ୟାଙ୍କକୁ ପାଣ୍ଠି ପଠାଇ ଆକାଉଣ୍ଟ ବୁକ୍କୁ ମନିପ୍ୟୁଲେଟ୍ କରିଛି। ପ୍ରତାରଣା, ଜାଲିଆତି, ରେକର୍ଡ ଜାଲିଆତି, ଜନସାଧାରଣଙ୍କ ଟଙ୍କା ଅପବ୍ୟବହାର, ଭୁଲ ତଥ୍ୟ ଉପସ୍ଥାପନ ଉଲ୍ଲଂଘନ ଅଭିଯୋଗରେ ସିବିଆଇ ଚଳଚ୍ଚିତ୍ର ନିର୍ମାତା ବଣ୍ଟି ୱାଲିଆଙ୍କ ବିରୋଧରେ ମାମଲା ରୁଜୁ କରିଛି।
You Can Read :