ସମୀର ଓ୍ବାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କଲା ସିବିଆଇ, ଘରେ ମଧ୍ୟ ରେଡ୍
12/05/2023 at 6:01 PM

ନୂଆଦିଲ୍ଲୀ, ୧୨/୦୫: ଆଇଆରଏସ ଅଧିକାରୀ ସମୀର ଓ୍ବାଙ୍ଖଡେଙ୍କ ପାଇଁ ଅଡ଼ୁଆ ବଢ଼ିଛି। ସମୀରଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରିଛି ସିବିଆଇ। ଏହାସହ ସିବିଆଇ ସମୀରଙ୍କ ମୁମ୍ବାଇ ସ୍ଥିତ ଘରେ ମଧ୍ୟ ତଲାସି କରିଛି। ସିବିଆଇ ଦିଲ୍ଲୀ, ମୁମ୍ବାଇ, କାନପୁର ଏବଂ ରାଞ୍ଚିରେ ଓ୍ବାଙ୍ଖଡେଙ୍କ ଘର ସହ ୨୮ ସ୍ଥାନରେ ରେଡ୍ କରିଛି। ଏହା ସହ ପ୍ରଶାସନିକ ଅଧିକାରୀ ଏବଂ ଅନ୍ୟ ଦୁଇଜଣଙ୍କ ଘରେ ମଧ୍ୟ ରେଡ୍ କରିଛି।
ସୂଚନାଥାଉକି, ୨୦୨୧ ଅକ୍ଟୋବରରେ ମୁମ୍ବାଇ କାର୍ଡେଲିୟା କ୍ରୁଜ୍ ଜାହଜରେ ହୋଇଥିବା ଡ୍ରଗ୍ସ ରେଡ୍ର ନେତୃତ୍ବ ନେଇଥିଲେ। ସମୀର ଓ୍ବାଙ୍ଖଡେ। ଏହି ରେଡ୍ରେ ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ଯାହାକୁ ନେଇ ସମୀର ଓ୍ବାଙ୍ଖଡେ ଚର୍ଚ୍ଚାରେ ଥିଲେ। ଅବଶ୍ୟ ପରେ ଆର୍ଯ୍ୟନଙ୍କୁ କ୍ଲିନ୍ ଚିଟ୍ ମିଳିଥିଲା।
ଏନସିବି ଲାଞ୍ଚ ମାମଲାରେ ଓ୍ବାଙ୍ଖଡେ ଏବଂ ଅନ୍ୟମାନଙ୍କ ଯାଞ୍ଚ ପରିସରକୁ ନେବାପାଇଁ ଲେଖିଥିଲା। ଗତ ବର୍ଷ ଏସଆଇଟି ଦ୍ବାରା କର୍ଡେଲିଆ ରେଡ୍ ଭୁଲ୍ ଢଙ୍ଗରେ ହୋଇଥିବା ଜଣାପଡ଼ିବା ଏବଂ ଆର୍ଯ୍ୟନ ଖାନ୍ଙ୍କୁ କ୍ଲିନ୍ ଚିଟ୍ ମିଳିବା ପରେ ପରେ ଗତ ବର୍ଷ ତାଙ୍କୁ ଏନସିବିରୁ ବାହାର କରିଦିଆଯାଇଥିଲା। ବର୍ତ୍ତମାନ ସମୀର ଓ୍ବାଙ୍ଖଡେ ଚେନ୍ନାଇରେ ଟ୍ୟାକ୍ସ ସେବାର ମହାନିର୍ଦ୍ଦେଶକ (DGTS) କାର୍ଯ୍ୟାଳୟରେ ନିଯୁକ୍ତ ଅଛନ୍ତି।
ଭିଜିଲାନ୍ସ ରିପୋର୍ଟ ଆଧାରରେ ସିବିଆଇ ଦ୍ବାରା ପ୍ରାଥମିକ ଯାଞ୍ଚ ପରେ ଆଇଆରଆଏସ ଅଧିକାରୀ ଓ୍ବାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ମାମଲା ରୁଜୁ କରାଯାଇଛି। ଭିଜିଲାନ୍ସ ଯାଞ୍ଚ ସମୟରେ ଜଣାପଡ଼ିଛି ସମୀର ଓ୍ବାଙ୍ଖଡେ ଦୁର୍ନୀତି କରି ସମ୍ପତ୍ତି ଅର୍ଜନ କରିଛନ୍ତି।