Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • ଭୁବନେଶ୍ବର : ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ପଛରେ ରହିଛି ସୁଚିନ୍ତିତ ଷଡ଼ଯନ୍ତ୍ର : ନରସିଂହ ମିଶ୍ର
  • ||
  • ଆଉ ୧୦ ଜିଲ୍ଲାରେ ଭର୍ଚୁଆଲ୍‌ ହାଇକୋର୍ଟ, ଘୋଷଣା କଲେ ହାଇକୋର୍ଟ ମୁଖ୍ୟ ବିଚାରପତି
  • ||
  • ଭୁବନେଶ୍ୱର : ୧୩ ଜିଲ୍ଲାରେ ବର୍ଷିବ, ୟେଲୋ ୱାର୍ଣ୍ଣିଂ ଜାରି
  • ||
  • ରାଉରକେଲାରେ ହାଇଓ୍ୱାକୁ ପିଟିଲା ବସ୍‌ : ୨ ମୃତ, ୨୫ ଆହତ
  • ||

IRCTCରେ ଚାକିରି ନାଁରେ ଜମି ହଡ଼ପ ମାମଲା; ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କ ବାସଭବନରେ CBI ଚଢ଼ାଉ

6/03/2023 at 11:53 AM

ପାଟନା: ଇଣ୍ଡିଆନ ରେଲୱେ କ୍ୟାଟେରିଂ ଓ ଟୁରିଜିମ କୋରପୋରେସନ(IRCTC) ଦୁର୍ନୀତି ମାମଲାରେ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ରାବଡ଼ୀ ଦେବୀଙ୍କ ବାସଭବନରେ ଚଢ଼ାଉ। ରେଳ ବିଭାଗରେ ଚାକିରି ଦେଇ ଲୋକଙ୍କ ଜମି ହଡ଼ପ କରିଥିବା ଅଭିଯୋଗରେ ସୋମବାର ସକାଳେ ରାବଡ଼ୀଙ୍କ ଘରେ ଚଢ଼ାଉ କରିଛି ସିବିଆଇ।

ମିଳିଥିବା ସୂଚନା ଅନୁସାରେ, IRCTC ଦୁର୍ନୀତି ମାମଲାର ସିବିଆଇ ଅଫିସର ରାବଡ଼ୀ ଦେବୀଙ୍କୁ ପଚରାଉଚରା ଜାରି ରଖିଛନ୍ତି। ୨୦୦୪ରୁ ୨୦୦୯ ଯାଏ ଲାଲୁ ପ୍ରସାଦ ଯାଦବ କେନ୍ଦ୍ର ରେଳମନ୍ତ୍ରୀ ଥିବା ବେଳେ ଏହି ଦୁର୍ନୀତି ହୋଇଥିଲା। ଏଥିରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାର ଆଶାୟୀଙ୍କୁ ଚାକିରି ଦେବାକୁ କହି ସେମାନଙ୍କ ଠାରୁ ଜମି ହଡ଼ପ କରିଥିଲେ ବୋଲି ଅଭିଯୋଗ ହୋଇଛି। ରେଳ ବିଭାଗରେ ଚାକିରି ପାଇବା ପାଇଁ କମ୍‌ ଦାମ୍‌ରେ ଲାଲୁ ଯାଦବଙ୍କୁ ଲୋକେ ଜମି ବିକ୍ରି କରିଥିବା କୁହାଯାଉଛି।

ଆଜି ସିବିଆଇ ଚଢ଼ାଉ ପରେ ଲାଲୁଙ୍କ ଘର ସାମ୍ନାରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ବହୁ ସଂଖ୍ୟାରେ ସୁରକ୍ଷାକର୍ମୀ ମୁତୟନ କରାଯାଇଛି।   ସୂଚନା ଥାଉକି ଏହି ମାମଲାରେ ଫେବ୍ରୁଆରୀ ୨୭ ତାରିଖରେ ଦିଲ୍ଲୀର ଏକ କୋର୍ଟ ଲାଲୁ ଯାଦବ, ରାବଡ଼ୀ ଦେବୀ ତାଙ୍କ ବଡ଼ ଝିଅଙ୍କ ସମେତ ମୋଟ ୧୬ ଜଣଙ୍କୁ ସମନ କରିଥିଲେ। ଅପରାଧୀଙ୍କୁ ମାର୍ଚ୍ଚ ୧୫ ତାରିଖରେ କୋର୍ଟରେ ହାଜର ହେବାକୁ ସ୍ୱତନ୍ତ୍ର ବିଚାରପତି ଗୀତାଞ୍ଜଳୀ ଗୋୟଲ ସୂଚନା ଦେଇଥିଲେ।

ଏହି ମାମଲାରେ ଅନ୍ୟ ଅଭିଯୁକ୍ତମାନେ ହେଲେ-

ଚାକିରି ନାଁରେ ଜମି ହଡପ ଅଭିଯୋଗରେ ଅନ୍ୟ ଏକ ଅଭିଯୁକ୍ତ ହେଲେ ଭୋଳା ଯାଦବ। ଲାଲୁ ରେଳମନ୍ତ୍ରୀ ଥିବା ବେଳେ ସେ ବିଭାଗର ଅଫିସର ଭାବେ ଲାଲୁଙ୍କ ପାଇଁ ସ୍ୱତନ୍ତ୍ର ଡ୍ୟୁଟିରେ ଥିଲେ। ୨୦୨୨ ଜୁଲାଇରେ ଭୋଳାଙ୍କୁ ଗିରଫ କରିଥିଲା ସିବିଆଇ।

ଗତବର୍ଷ ଅକ୍ଟୋବର ୧୦ ତାରିଖରେ ଏହି ମାମଲାରେ ଚାର୍ଜଶିଟ୍ ଫାଇଲ୍ ହୋଇଥିଲା। ଅପରାଧିକ ଷଡ଼ଯନ୍ତ୍ର ଓ ଦୁର୍ନୀତି ଅଭିଯୋଗରେ ୧୬ ଜଣଙ୍କ ନାଁରେ ଛାର୍ଜଶିଟ୍ ଦାଖଲ କରିଥିଲା ସିବିଆଇ। ସିବିଆଇ ଚାର୍ଜଶିଟ୍‌ରେ ଲାଲୁଙ୍କ ଝିଅ ମିଶା ଭାରତୀ, ସେଣ୍ଟ୍ରାଲ ରେଲ୍‌ୱେର ପୂର୍ବତନ ଜେନେରାଲ୍ ମ୍ୟାନେଜର ସୌମ୍ୟା ରାଘବନ, ପୂର୍ବତନ ରେଲ୍‌ୱେ ସିପିଓ କମଲ ଦୀପ ମିନରାଇ ଓ ଜମି ଦେଇ ନିଯୁକ୍ତି ପାଇଥିବା ୭ ଚାକିରି ଆଶୟୀ ଓ ୪ ଘରୋଇ ସଂସ୍ଥାର ନାଁ ରହିଥିଲା। ଏହି ମାମଲାରେ ପ୍ରାରମ୍ଭିକ ତଦନ୍ତ ପରେ ମାମଲା ଦାୟର କରାଯାଇଥିଲା।

ଦୁର୍ନୀତିରେ ହୋଇଥିବା ଏଫ୍‌ଆଇଆର୍‌

ଏହି ମାମଲାରେ ଦାୟର ହୋଇଥିବା ଏଫ୍‌ଆଇଆର୍‌ରେ କୁହାଯାଇଛି ଯେ ୨୦୦୪ ରୁ ୨୦୦୯ ମଧ୍ୟରେ ଲାଲୁ ରେଳ ମନ୍ତ୍ରୀ ଥିବା ବେଳେ ବିହାର ପାଟନାର କିଛି ଲୋକ ରେଳ ବିଭାଗର ଗ୍ରୁପ୍‌ ଡିରେ ବୈକଳ୍ପିକ ଭାବେ ଚାକିରି ପାଇଥିଲେ। ମୁମ୍ବାଇ, ଜବଲପୁର, କୋଲକାତା, ଜୟପୁର ଏବଂ ହାଜିପୁରରେ ସେମାନଙ୍କର ନିଯୁକ୍ତି ହୋଇଥିଲା। ଏହା ବଦଳରେ ନିଯୁକ୍ତି ପାଇଥିବା ପ୍ରାର୍ଥୀ ଓ ତାଙ୍କ ପରିବାର ଲୋକେ ଲାଲୁଙ୍କ ପରିବାର ଓ ତାଙ୍କ କମ୍ପାନୀ ଏକ ଇନ୍‌ଫୋସିଷ୍ଟମ ପ୍ରାଇଭେଟ୍ ଲିମିଟେଡ୍ ନାଁରେ ନିଜ ଜମି ଲେଖି ଦେଇଥିଲେ। କମ୍ପାନୀ ନାଁରେ ଜମି ହୋଇସାରିବା ପରେ ଲାଲୁଙ୍କ ପରିବାର କମ୍ପାନୀ ଠାରୁ ଜମି ନେଇଯାଇଥିଲେ।

ଏଥିରେ ଆହୁରି ମଧ୍ୟ କୁହାଯାଇଛି ଯେ ପାଟନାରେ ଥିବା ୧,୦୫,୨୯୨ ସ୍କୋୟାର ଫୁଟ୍ ଜମି ଲାଲୁଙ୍କ ପରିବାର ଅକ୍ତିଆର କରିଛନ୍ତି। ଏଥିମଧ୍ୟରୁ ୫ଟି କମ୍ ଟଙ୍କାରି ବିକ୍ରି କରାଯାଇଥିବା ବେଳେ ଦୁଇଟି ଚାକିରି ବଦଳରେ ଉପହାର ସୂରୂପ ଅକ୍ତିଆର କରାଯାଇଛି। ଅଧିକାଂଶ ବିକ୍ରେତାଙ୍କୁ ନଗଦ ଟଙ୍କା ଦେଇ ଜମି କିଣାଯାଇଛି। ବିହାରର ବର୍ତ୍ତମାନର ଜମିର ସାର୍କଲ୍‌ ମୂଲ୍ୟ ଅନୁସାରେ ଅକ୍ତିଆର କରିଥିବା ଜମି ୪.୩୯ କୋଟିର ହେବ ବୋଲି ଏଫ୍‌ଆଇଆର୍‌ରେ କୁହାଯାଇଛି।    

   Related Posts