LIFESTYLE
suno sunao
Aao Nxt
LIFESTYLE_728X90_B
suno sunao
AAo728x90 (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ସିବିଆଇ ସ୍କାନରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ

9/06/2018 at 5:00 AM

ସିବିଆଇ ସ୍କାନରରେ ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଅଧିକାରୀ । ଗତ କାଲି ଦୁଇ ଅଧତ୍କାରୀ ଏବଂ ଜଣେ ପୂର୍ବତନ ଅଧିକାରୀଙ୍କ ବାସଭବନ ସମେତ ୫ଟି ସ୍ଥାନରେ ଏକକାଳୀନ ରେଡ କରିଛି ସିବିଆଇ । ନ୍ୟୁ ପ୍ଲେଟ ମିଲ ଡିଜିଏମ୍ ରାଜୀବ ରଞ୍ଜନଙ୍କ ରାଉରକେଲା ସେକ୍ଟର-୧୫ସ୍ଥିତ ସରକାରୀ ବାସଭବନ, ଭାରପ୍ରାପ୍ତ ଡ଼ିଜିଏମ ପି.କେ ଦାସଙ୍କ ସେକ୍ଟର-୧୭ସ୍ଥିତ ସରକାରୀ ବାସଭବନ ଏବଂ ପୁର୍ବତନ ନିର୍ବାହୀ ନିର୍ଦ୍ଦେଶକ ପି.ସାହୁଙ୍କ ବାସଭବନ ରେଡ କରିଛି ସିବିଆଇ । ଏହା ସହ ନିୟୁ ପ୍ଲେଟ ମିଲରେ ଥିବା ସିଭିଓ କାର୍ଯ୍ୟାଳୟ, ରାଜୀବ ରଞ୍ଜନଙ୍କ କାର୍ଯ୍ୟାଳୟ ସହ ମ୍ୟାନେଜମେଣ୍ଟ କାର୍ଯ୍ୟ।ଳୟରେ ରେଡ କରିଛି ସିବିଆଇ । ମହାରତ୍ନ କମ୍ପାନୀ ସେଲ ଅଧିନରେ ପରିଚାଳିତ ରାଉରକେଲା ଷ୍ଟିଲ ପ୍ଲାଣ୍ଟର ଓଭନ ମେସିନ ଓ କୋଲ ଡ଼ାଏ କୁଲିଙ୍ଗ ପ୍ଲାଣ୍ଟ ମରାମତି ଟେଣ୍ଡରରେ ମହାଦୁର୍ନିତୀ ହୋଇଥିବା ଅଭିଯୋଗ ହୋଇଥିଲା । ଏହି ଦୁର୍ନିତୀ ମାମଲାରେ ସିବିଆଇ ୨୦୧୭ ଜାନୁଆରୀରେ ତତ୍ କାଳୀନ ନିର୍ବାହୀ ନିର୍ଦ୍ଦେଶକ ଭୁବନେଶ୍ବର ପ୍ରସାଦ ବର୍ମ।ଙ୍କୁ ରାଉରକେଲାରୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା । ଗତକାଲି ୫ ସ୍ଥାନରେ ସିବିଆଇ ଚଢ଼।ଉ କରି ବହୁ ଗୁରୁତ୍ବପୁର୍ଣ୍ଣ ଦସ୍ତାବିଜ ଜବତ କରିଛି ।

Leave a Reply

   Related Posts