ଭ୍ରଷ୍ଟାଚାରୀଙ୍କୁ ତ୍ରାହି ନାହିଁ; ଦିଲ୍ଳୀରୁ ପଞ୍ଜାବ ୫୦ଟି ସ୍ଥାନରେ ସିବିଆଇର ଜବରଦସ୍ତ ରେଡ୍

Published By : Prameya-News7 Bureau | January 11, 2023 IST

ନୂଆଦିଲ୍ଲୀ, ୧୧/୦୧: ଦୁର୍ନୀତିଖୋର୍‌ଙ୍କ ଉପରେ ଆକ୍ସନ ମୋଡରେ ଜାତୀୟ ଯାଞ୍ଚ ଏଜେନ୍ସି। ରାଜଧାନୀ ଦିଲ୍ଲୀରୁ ପଞ୍ଜାବ ପର୍ଯ୍ୟନ୍ତ ୫୦ଟି ସ୍ଥାନରେ ସିବିଆଇ ଟିମ୍ ରେଡ୍ କରିଛି । ଫୁଡ୍ କର୍ପୋରେସନ ଅଫ୍ ଇଣ୍ଡିଆ (ଏଫସିଆଇ) ସ୍କାମରେ ହୋଇଥିବା ଘୋଟାଲା ସହ ଜଡ଼ିତ ମାମଲାରେ ହୋଇଛି ଏହି ରେଡ୍ । ସିବିଆଇ ଦିଲ୍ଳୀ, ହରିୟାଣା, ପଞ୍ଜାବ ସହ ବିଭିନ୍ନ ରାଜ୍ୟରେ ୫୦ ରୁ  ଅଧିକ ସ୍ଥାନରେ ରେଡ୍ କରୁଛି। କୁହାଯାଉଛି ଯେ ଏଫସିଆଇ ସହ ମିଲ୍ ମାଲିକଙ୍କ ଠିକଣାରେ ଏହି ରେଡ୍ କରାଯାଉଛି।

ପ୍ରକୃତରେ ସିବିଆଇ ଭାରତୀୟ ଖାଦ୍ୟ ନିଗମରେ ହୋଇଥିବା ଘୋଟାଲା ଅଭିଯୋଗରେ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଏଫସିଆଇର ଜଣେ ଅଧିକାରୀଙ୍କୁ ଗିରଫ ମଧ୍ୟ କରାଯାଇଥିଲା। ଖରାପ ମାନର ଶସ୍ୟକୁ ଭଲ ମାନର ଶସ୍ୟ କହି ଭ୍ରଷ୍ଟାଚାର ହେଉଥିଲା। ଆଉ ଏହି ଭ୍ରଷ୍ଟାଚାର ବିରୋଧରେ ସିବିଆଇ ରେଡ୍ କରିଛି।

ଏକ ରିପୋର୍ଟ ଅନୁଯାୟୀ, ଏଫସିଆଇର ବୈଷୟିକ ସହାୟକଙ୍କ ଠାରୁ କାର୍ଯ୍ୟକାରୀ ନିର୍ଦେ୍ଦଶକଙ୍କ ଭୂମିକା ସିବିଆଇର ଯାଞ୍ଚରେ ରହିଛି। ସେ କହିଛନ୍ତି ଏଫସିଆଇରେ ଜଣେ ଡେପୁଟି ଜେନେରାଲ ମ୍ୟାନେଜର୍‌ଙ୍କୁ ୫୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଗିରଫ କରାଯିବା ପରେ ଏହି ରେଡ୍ ଆରମ୍ଭ ହୋଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.