ରେଳ ଅଧିକାରୀଙ୍କ ଘରେ CBI ଚଢ଼ଉ; ଦେଢ଼ କୋଟିରୁ ଅଧିକ ଟଙ୍କା ଓ ୧୭ କିଲୋ ସୁନା ଗହଣା ଜବତ
17/01/2023 at 4:00 PM

ଭୁବନେଶ୍ୱର ୧୭/୦୧: ରେଳବାଇ ମୁଖ୍ୟ ବାଣିଜ୍ୟିକ ପରିଚାଳକଙ୍କ ଘରେ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସିବିଆଇ ଚଢ଼ଉ କରିଛି। ସମ୍ପୃକ୍ତ ଅଧିକାରୀଙ୍କ ପରିଚୟ ପ୍ରମୋଦ ଜେନା। ଚଢ଼ଉ ସମୟରେ ତାଙ୍କ ଘରୁ ୧ କୋଟି ୫୭ ଲକ୍ଷ ଟଙ୍କା ସିବିଆଇ ଜବତ କରିଛି। ଏହାସହ ତାଙ୍କ ଘରୁ ୧୭ କିଲୋ ସୁନା ଅଳଙ୍କାର ଜବତ ହୋଇଛି। ମିଳିଥିବା ଗହଣାର ଆନୁମାନିକ ମୂଲ୍ୟ ୮.୫ କୋଟି ହେବ ବୋଲି କୁହାଯାଇଛି।
ବ୍ୟାଙ୍କରେ ପ୍ରମୋଦଙ୍କ ନାଁରେ ୨ କୋଟି ୫୦ ଲକ୍ଷ ଟଙ୍କାର ଫିକ୍ସଡ୍ ଡିପୋଜିଟ୍ ଥିବା ଜଣାପଡ଼ିଛି। ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ତାଙ୍କ ଘରେ ଏହି ଚଢ଼ଉ ହୋଇଛି। ପ୍ରମୋଦଙ୍କ ପରିବାର ଲୋକଙ୍କ ନାଁରେ ଥିବା ବିପୁଳ ପରିମାଣର ସମ୍ପତ୍ତିକୁ ମଧ୍ୟ ସିବିଆଇ ଜବତ କରିଛି। ପ୍ରମୋଦ ୧୯୮୯ ମସିହା ବ୍ୟାଚ୍ର ଆଇଆର୍ପିଏସ୍ (ଇଣ୍ଡିଆନ୍ ରେଲୱେ ପର୍ସନେଲ୍ ସର୍ଭିସ୍) ଅଧିକାରୀ ବୋଲି ଜଣାପଡ଼ିଛି।