CBI ସ୍କାନରରେ ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି, ଘର ଏବଂ ଅଫିସ୍ ସମେତ ବିଭିନ୍ନ ସ୍ଥାନରେଏକକାଳୀନ ରେଡ୍

Published By : Prameya-News7 Bureau | May 17, 2022 IST

ନୂଆଦିଲ୍ଲୀ ୧୭।୫: ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି. ଚିଦାମ୍ବରମ୍‌ଙ୍କ ପାଇଁ ପୁଣି ବଢିଲା ଅଡୁଆ । ପି. ଚିଦାମ୍ବରମ୍‌ଙ୍କ ପୁଅ କାର୍ତ୍ତି ଚିଦାମ୍ବରମ୍‌ଙ୍କ ଠିକଣାରେ ସିବିଆଇ ଚଢାଉ କରିଛି । ସିବିଆଇ ଦିଲ୍ଲୀ ଏବଂ ଚେନ୍ନାଇରେ ଥିବା ପ୍ରାୟ ୭ଟି ସ୍ଥାନରେ ଏକାକାଳୀନ ଛାନଭିନ୍ ଜାରି ରଖିଛି । ମଙ୍ଗଳବାର ସକାଳ ୬ଟାରୁ ଏହି ଚଢାଉ ଆରମ୍ଭ କରାଯାଇଥିବା ବେଳେ ଖବର ଲେଖା ହେବା ବେଳକୁ ଛାନଭିନ୍ ଜାରି ରହିଥିଲା ।

ମିଳିଥିବା ସୂଚନା ଅନୁସାରେ ପି. ଚିଦାମ୍ବରମ୍‌ଙ୍କ ବିରୋଧରେ ଥିବା ପୁରୁଣା ମାମଲାରେ ଏହି ରେଡ୍ କରୁନି ସିବିଆଇ । ବରଂ କୌଣସି ନୂଆ ମାମଲାରେ ସିବିଆଇ ଛାନଭିନ୍ କରୁଥିବା ଜଣାପଡିଛି । ଅବୈଧ ଲେଣଦେଣ ଅଥବା ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସିବିଆଇ ରେଡ୍ କରୁଥିବା କୁହାଯାଉଛି । କିନ୍ତୁ ଏ ନେଇ ସିବିଆଇ ତରଫରୁ କୌଣସି ସୂଚନା ଦିଆଯାଇନାହିଁ ଯେ କେଉଁ ମାମଲାରେ ଚଢାଉ କରାଯାଉଛି । ଉଲ୍ଲେଖଯୋଗ୍ୟ ଯେ, ପି. ଚିଦାମ୍ବରମ୍ କଂଗ୍ରେସ ସରକାରରେ ଅର୍ଥ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.