ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ସିବିଆଇର ଉଚରାଉଚରା, ୩୦୦ କୋଟି ଟଙ୍କା ଲାଞ୍ଚ ମାମଲା

Published By : Prameya-News7 Bureau | October 08, 2022 IST

ନୂଆଦିଲ୍ଲୀ: ମେଘାଳୟର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କୁ ପଚରାଉଚରା କରିଛି ସିବିଆଇ । ଦିଲ୍ଲୀ ସ୍ଥିତ ସିବିଆଇ ମୁଖ୍ୟାଳୟରେ ତାଙ୍କୁ ପଚରାଉଚରା କରାଯାଇଛି । ୩୦୦ କୋଟି ଟଙ୍କା ଲାଞ୍ଚ ମାମଲାରେ ପୂର୍ବତନ ରାଜ୍ୟପାଳଙ୍କୁ ସିବିଆଇ ପଚରାଉଚରା କରିଥିବା ଜଣାପଡିଛି । ଖବର ଅନୁସାରେ, ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ସମୟରେ, ଦୁଇଟି ଫାଇଲ୍ କ୍ଲିୟର କରିବା ପାଇଁ ତାଙ୍କୁ ୩୦୦ କୋଟି ଟଙ୍କା ଲାଞ୍ଚ ଯଚା ଯାଇଥିଲା।  

ଏହା ପୂର୍ବରୁ ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲିକଙ୍କ ୩୦୦ କୋଟି ଟଙ୍କା ଲାଞ୍ଚ ଅଫର କରାଯିବା ଅଭିଯୋଗ ଉପରେ ସିସିଆଇ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା । କେନ୍ଦ୍ର ସରକାର ଏହାର ମଞ୍ଜୁରୀ ଦେଇଥିଲେ । ଉଲ୍ଲେଖଯୋଗ୍ୟ, ସତ୍ୟପାଲ ମଲିକ ଦାବି କରିଥିଲେ ଯେ ଜାମ୍ମୁ କାଶ୍ମୀରର ରାଜ୍ୟପାଳ ଥିବା ସମୟରେ ତାଙ୍କୁ ୩୦୦ କୋଟି ଟଙ୍କା ଲଞ୍ଚ ଯଚା ଯାଇଥିଲା । 'ଅମ୍ୱାନୀ' ଏବଂ 'ଆରଏସଏସ' ସହ ଜଡିତ ବ୍ୟକ୍ତିଙ୍କ ଦୁଇଟି ଫାଇଲକୁ ମଞ୍ଜୁରୀ ଦେବା ପାଇଁ ଏହି ଅଫର ଦିଆଯାଉଥିଲା, କିନ୍ତୁ ସେ ଏଥିରୁ ଦୂରେଇ ରହିଥିଲେ।

ଏହାସହ ସେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ମଧ୍ୟ ପ୍ରଶଂସା କରିଥିଲେ । ସେ କହିଥିଲେ, ‘ସେହି ସମୟରେ ପିଏମ ମୋଦୀ ତାଙ୍କୁ କୌଣସି ଦୁର୍ନୀତି ସହ ବୁଝାମଣା ନକରିବାକୁ କହିଥିଲେ’। ସତ୍ୟପାଲ ମଲିକଙ୍କ ଏହା ଦାବି ଉପରେ ସିବିଆଇ ତଦନ୍ତ ପାଇଁ ଜାମ୍ମୁ କାଶ୍ମୀର ପ୍ରଶାସନ କେନ୍ଦ୍ର ସରକାରଙ୍କୁ ସୁପାରିସ୍ କରିଥିଲା। କେନ୍ଦ୍ର ସରକାର ଏହାକୁ ମଞ୍ଜୁର କରିଛନ୍ତି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.