scan steel
web-baneer-728x90
krs-728-90-banner english (2)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଆସନ୍ତାକାଲି କଟକ ଆସୁଛନ୍ତି ମମତା: କହିଲେ, ସିବିଆଇ ତଦନ୍ତ କରି କିଛି ଲାଭ ନାହିଁ

5/06/2023 at 8:08 PM

କୋଲକାତା: ବାଲେଶ୍ୱର ବାହାନଗା ଠାରେ ହୋଇଥିବା ଟ୍ରେନ୍ ଦୁର୍ଘଟଣାରେ ସିବିଆଇ ତଦନ୍ତକୁ ପ୍ରଭାବ ଶୂନ୍ୟ କହିଛନ୍ତି ପଶ୍ଚିମବଙ୍ଗ ମୁକ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏହାଦ୍ୱାରା କିଛି ଫଳ ମିଳିବ ନାହିଁ ବୋଲି ମମତା କହିଛନ୍ତି। କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌ରେ ଚିକିତ୍ସିତ ହେଉଥିବା ଆହତଙ୍କୁ ଭେଟିବା ପରେ ଏପରି କହିଛନ୍ତି ମମତା।

ସେ କହିଛନ୍ତି “୧୨ ବର୍ଷ ତଳେ ମୁଁ ଜ୍ଞାନେଶ୍ୱର ଏକ୍ସପ୍ରେସ୍ ଦୁର୍ଘଟମା ମାମଲା ସିବିଆଇ ତଦନ୍ତ ପାଇଁ ଦେଇଥିଲି। କିନ୍ତୁ ସେଥିରେ କୌଣସି ଫଳ ମିଳିଲା ନାହିଁ। ସେହିପରି ସାନ୍ଥିଆ ଟ୍ରେନ୍ ଦୁର୍ଗଟଣା ମାମଲା ମଧ୍ୟ ସିବିଆଇ ତଦନ୍ତ ପାଇଁ ଦେଇଥିଲି। ସେଥିରେ ବି କିଛି ଫଳ ମିଳିଲା ନାହିଁ। ସିବିଆଇ ଅପରାଧିକ ମାମଲାର ତଦନ୍ତ କରେ। ହେଲେ ଏହା ଏକ ଦୁର୍ଘଟଣା ଜନିତ ମାମଲା। ପ୍ରଥମେ ଏହିସବୁ ମାମଲାରେ ରେଳବାଇ ସୁରକ୍ଷା କମିଶନ ତଦନ୍ତ କରୁଥିଲେ। ଆମ ଚାହୁଁଛୁ ଯେ ଲୋକେ ସତ ଜାଣନ୍ତୁ। ଏହା ସତ୍ୟକୁ ଲୁଚାଇବାର ସମୟ ନୁହେଁ। ଯେଉଁମାନେ ତାଙ୍କ ପରିବାର ସଦସ୍ୟଙ୍କୁ ହରାଇଲେ ସେମାନଙ୍କ ବିଷୟରେ ଭାବ।”

ପଢ଼ନ୍ତୁ -ବାହାନଗା ରେଳ ଦୁର୍ଘଟଣାରେ ଥାନାରେ ଏତଲା, ରେଲଓ୍ଵେକୁ କରାଗଲା ଦାୟୀ

ମମତା ଆହୁରି କହିଛନ୍ତି ଯେ ଅନେକ ମୃତଦେହକୁ ଏବେ ବି ଚିହ୍ନଟ କରାଯାଇ ନାହିଁ। ମୁଁ ଯାହା ଜାଣିଛି ପ୍ରାୟ ୧୨୦ ମୃତଦେହ ଅଜଣା ଭାବେ ପଡ଼ି ରହିଛି। ପ୍ରଥମେ ଏଗୁଡ଼ିକର ସମାଧାନ କରାଯାଉ ବୋଲି ମମତା କହିଛନ୍ତି। କୋଲକାତାର ଏସ୍‌ଏସ୍‌କେଏମ୍‌ ହସ୍‌ପିଟାଲ୍‌ରେ ଆହତଙ୍କୁ ଭେଟି ସେମାନଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିଛନ୍ତି ମମତା। ବାଲେଶ୍ୱର ଦୁର୍ଘଟଣା ଦଶନ୍ଧୀରେ ସବୁଠାରୁ ଭୟଙ୍କର ରେଳ ଦୁର୍ଘଟଣା ବୋଲି ମମତା କହିଛନ୍ତି।

ମମତା ବାନାର୍ଜୀ ଆସନ୍ତାକାଲି କଟକ ଆସୁଛନ୍ତି। ଏ ନେଇ ସେ କହିଛନ୍ତି “ମୁଁ ଆସନ୍ତାକାଲି କଟକ ଯିବି। ସେଠାରେ ୫୩ ରୋଗୀ ଚିକିତ୍ସିତ ହେଉଛନ୍ତି। ବର୍ତ୍ତମାନ ସୁଦ୍ଧା ୭୬ ମୃତଦେହ ଆମ ରାଜ୍ୟକୁ ଅଣାଯାଇ ସାରିଛି। ରାଜ୍ୟର ବିଭିନ୍ନ ହସ୍‌ପିଟାଲ୍‌ରେ ପାଖାପାଖି ୨୦୬ ଜଣ ଚିକିତ୍ସିତ ହେଉଛନ୍ତି। ଅନ୍ୟ ରାଜ୍ୟର ୧୬ ରୋଗୀ ମଧ୍ୟ ଏଠାରେ ଚିକିତ୍ସିତ ହେଉଛନ୍ତି। ମେଦିନୀପୁରରେ ସର୍ବାଧିକ ୬୬ ଜଣ ଚିକିତ୍ସିତ ହେଉଛନ୍ତି।”

ପଢ଼ନ୍ତୁ –ଟ୍ରେନ ଦୁର୍ଘଟଣାରେ ପୀଡିତଙ୍କ କ୍ଲେମ୍ ନିଜେ ସାମଧାନ କରିବେ ଇନସ୍ୟୁରାନ୍ସ କମ୍ପାନି, ବୀମା ନିୟାମକର ନିର୍ଦ୍ଦେଶ

ଶୁକ୍ରବାର ସନ୍ଧ୍ୟାରେ ବାଲେଶ୍ୱର ବାହାନଗା ଠାରେ କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏଥିରେ ୧୨୦୭ ଆହତ ହୋଇଥିବା ବେଳେ ୨୭୫ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରେ ରେଳ ବିଭାଗ ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଛି। ତା ସହିତ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି।  

   Related Posts