ବାହାନଗା ଟ୍ରାଜେଡିରେ ସିବିଆଇ ତନାଘନା, ଷ୍ଟେସନରେ ଡେରା ପକାଇଛି ଟିମ୍

Published By : Prameya-News7 Bureau | June 10, 2023 IST

ବାଲେଶ୍ୱର ୧୦/୦୬: ବାଲେଶ୍ବରରେ ଏବେବି ଡେରା ପକାଇଛନ୍ତି ସିବିଆଇ ଅଧିକାରୀ । ବୋଧ ହୁଏ ତାଙ୍କ ହାତରେ ଲାଗିଛି କିଛି ଖିଅ । ସେଥିପାଇଁ ବାଲେଶ୍ବର ସହ ବାହାନଗା ଷ୍ଟେସନକୁ ବାରମ୍ବାର ଗସ୍ତ କରୁଛନ୍ତି ସିବିଆଇ ଟିମ୍ । ସିବିଆଇ ତଦନ୍ତ ନ ସରିବା ଯାଏଁ ବାହାନଗା ଷ୍ଟୋସନରେ କୌଣସି ଟ୍ରେନ ଅଟକିବ ନାହିଁ ।

ସୂଚନା ଥାଉକି, ରେଳ ଦୁର୍ଘଟଣାର କ୍ରମାଗତ ତୃତୀୟ ଦିନରେ ସିବିଆଇ ତଦନ୍ତ ଜାରି ରଖିଛି । ଶୁକ୍ରବାର ସିବିଆଇର ୨ଜଣିଆ ଟିମ୍‌ ଦୁର୍ଘଟଣାସ୍ଥଳ ବୁଲି ଦେଖିଥିଲେ । ପରେ ବିଭିନ୍ନ ସ୍ଥାନରେ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ଅପରାହ୍ଣ ଦେଢ଼ଟା ବେଳେ ଏହି ଟିମ୍‌ ଦୁର୍ଘଟଣା ସ୍ଥଳରେ ପହଞ୍ଚିଥିଲା । ପରେ ସେଠାରୁ ଟିମ୍‌ ପ୍ୟାନେଲ ରୁମ୍‌କୁ ଯାଇଥିଲା । ସେଠାରେ ଅଧିକାରୀମାନେ ବେଶ୍‌ କିଛି ସମୟ ଯାଞ୍ଚ କରିଥିଲେ । ପରେ ରିଲେ ରୁମ୍‌କୁ ଯାଇଥିଲେ । ସେଠାରେ ମଧ୍ୟ ସେମାନେ ତନାଘନା କରିଥିଲେ । ୨ ଘଣ୍ଟା ପରେ ଏହି ଟିମ୍‌ ଫେରିଥିଲା ।

wp:embed {"url":"https://www.prameyanews7.com/an-egg-carton-came-out-of-the-crashed-buggy/","type":"wp-embed","providerNameSlug":"prameya-news-7"}
https://www.prameyanews7.com/an-egg-carton-came-out-of-the-crashed-buggy/
/wp:embed

ଏହି ସମୟ ଭିତରେ ସେମାନେ ଷ୍ଟେସନରେ ଥିବା ବିଭିନ୍ନ କମ୍ପ୍ୟୁଟରର ହାର୍ଡ ଡିକ୍ସ ଜବତ କରିଥିଲେ । ଏହାବ୍ୟତୀତ ସେଠାରେ ରେକର୍ଡ ହୋଇଥିବା ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ସଂଗ୍ରହ କରିଥିଲେ । ପରେ ବାହାନଗା ବଜାର ଷ୍ଟେସନ ଭିତରେ ଥିବା ପ୍ରାଇଭେଟ ନମ୍ବର ଏକ୍ସଚେଞ୍ଜ ବୁକ୍‌ ଯାଞ୍ଚ କରିଥିଲେ । ଶେଷରେ ରିଲେ ରୁମ୍‌କୁ ଯାଇ କିଛି ସମୟ ରହିଥିଲେ । ଏହି ସମୟ ଭିତରେ ଏହି ଟିମ୍‌ ରିଲେ ରୁମ୍‌, ପ୍ୟାନେଲ ରୁମ୍‌, ଡାଟା ଲକର ସିଲ୍‌ କରିଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Rath Yatra

Copyright © 2024 - Summa Real Media Private Limited. All Rights Reserved.