କୋଇଲା ଯୋଗାଣ ଚୁକ୍ତି : ଆଦାନୀ ଏଣ୍ଟରପ୍ରାଇଜେସ୍ ବିରୋଧରେ ସିବିଆଇ ଯାଞ୍ଚ ନିର୍ଦେଶ

Published By : Prameya-News7 Bureau | January 17, 2020 IST

ନୂଆଦିଲ୍ଲୀ ୧୭/୧: ସିବିଆଇ କୋଇଲା ଦୁର୍ନୀତି ମାମଲାରେ ଅନିୟମିତତା ଅଭିଯୋଗରେ ଅଦାନି ଏଣ୍ଟରପ୍ରାଇଜେସ୍ ଲିମିଟେଡ ଏବଂ ଭାରତୀୟ ରାଷ୍ଟ୍ରୀୟ ଉପଭୋକ୍ତା ସହକାରୀ ସଙ୍ଘ ଲିମିଟେଡର ପୂର୍ବତନ ଚେୟାରମ୍ୟାନ୍ ଏବଂ ପୂର୍ବତନ ପ୍ରବନ୍ଧ ନିର୍ଦେଶକଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି।

{"id":212337,"sizeSlug":"large"}

ଏହି ମାମଲା ଆନ୍ଧ୍ରପ୍ରଦେଶ ପାଓ୍ବାର ଜେନେରେସନ କର୍ପୋରେସନକୁ ଆମଦାନୀ ହେଉଥିବା  କୋଇଲାର ଦୁର୍ନୀତି ମାମଲା ସହ ଜଡ଼ିତ। ସିବିଆଇ ଅଧିକାରୀ କହିଛନ୍ତି ଯେ ଏଜେନ୍ସି ଅଭିଯୋଗର ପ୍ରାଥମିକ ଯାଞ୍ଚ ପରେ ଦୁର୍ନୀତି ନିବାରଣ ଅଧିନିୟମ ବ୍ୟବସ୍ଥା ଏବଂ ଭାରତୀୟ ଦଣ୍ଡ ସଂହିତା ଅନୁସାରେ ଠକେଇ ଏବଂ ଅପରାଧିକ ଷଡ଼ଯନ୍ତ୍ର ଅଭିଯୋଗରେ ମାମଲା ରୁଜୁ କରାଯାଇଛି।

{"id":212338,"width":585,"height":441,"sizeSlug":"large"}

୨୦୧୦ମସିହାରେ ଆନ୍ଧ୍ର ପ୍ରଦେଶ ପାଓ୍ବାର ଜେନେରେସନ କର୍ପୋରେସନ ଯେ କୌଣସି ବନ୍ଦରରୁ ଡାକ୍ତର ନରଲା ଟାଟା ରାଓ୍ବ ଥର୍ମାଲ୍ ପାଓ୍ବାର ଷ୍ଟେସନ,ବିଜୟଓ୍ବାଡ଼ା ଏବଂ ରାୟଲସୀମା ଥର୍ମାଲ୍ ପାଓ୍ବାର ଷ୍ଟେସନ,କଡପାକୁ ୬ଲକ୍ଷ ଟନ୍ କୋଇଲା ଯୋଗାଣ ପାଇଁ ଟେଣ୍ଡର ଜାରି କରିଥିଲେ। ଏହା ବନ୍ଦରରୁ ଶେଷ ଷ୍ଟେସନ ଯାଏଁ କୋଇଲାର ପହଞ୍ଚାଇବାର ବ୍ୟବସ୍ଥା ଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.