ସେକ୍ସଟର୍ସନ ଅଭିଯୁକ୍ତକୁ ଗିରଫ କଲା ସିବିଆଇ, ଦିଲ୍ଲୀରେ ବସି ଆମେରିକାର ପ୍ରଫେସରଙ୍କୁ କରୁଥିଲା ଟାର୍ଗେଟ୍
2/12/2022 at 9:01 PM

ନୂଆଦିଲ୍ଲୀ: ଦିଲ୍ଲୀରେ ବସି ଆମେରିକାର ଜଣେ ପ୍ରଫେସରଙ୍କୁ ସେକ୍ସଟର୍ସନ କରୁଥିବା ଜଣେ ଯୁବକକୁ ଗିରଫ କରିଛି ସିବିଆଇ । ମହିଳାଙ୍କ ସହ କରିଥିବା ସେକ୍ସ ଚାର୍ଟର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ କରିବା ଧମକ ଦେଇ ତାଙ୍କ ଠାରୁ ପ୍ରାୟ ୩୯ ଲକ୍ଷ ଟଙ୍କା (୪୮,୦୦୦ ଆମେରିକୀୟ ଡଲାର) ଆଦାୟ କରିଥିଲେ । ଟଙ୍କା ନେବା ପରେ ବି ଅଭିଯୁକ୍ତ ବ୍ଲାକମେଲିଂ କରିବା ବନ୍ଦ କରି ନଥିଲା । ଗିରଫ ହୋଇଥିବା ବ୍ୟକ୍ତିର ନାଁ ରାହୁଲ ବୋଲି ଜଣାପଡିଛି ।
ବ୍ଲାକମେଲିଂରେ ଅତିଷ୍ଠ ହେବା ପରେ ପ୍ରଫେସର ଜଣଙ୍କ ଆମେରିକାର ତଦନ୍ତକାରୀ ଏଜେନ୍ସି ଏଫବିଆଇକୁ ମାମଲା ବିଷୟରେ ଜଣାଇବା ସହ ଅଭିଯୁକ୍ତକୁ ଧରିବା ପାଇଁ ନିବେଦନ କରିଥିଲେ । ନିଜ ନାଗରିକ ସହ ହେଉଥିବା ବ୍ଲାକମେଲିଂ ମାମଲା ଜାଣିବା ପରେ ଏଫବିଆଇ ସକ୍ରିୟ ହୋଇଥିଲା ଏବଂ ଅଭିଯୁକ୍ତକୁ ହାତକଡି ପିନ୍ଧାଇଛି ।
ଆମେରିକୀୟ ପ୍ରଫେସରଙ୍କ ସହ ହେଉଥିବା ବ୍ଲାକମେଲିଂ ବାବଦରେ ଏଫବିଆଇ ଭାରତ ଯାଞ୍ଚ ଏଜେନ୍ସି ସିବିଆଇକୁ ଅବଗତ କରାଇଥିଲା । ପରେ ସିବିଆଇ ମିଳିଥିବା ସୂଚନା ଆଧାରରେ ତଦନ୍ତ ଆରମ୍ଭ କରିଥିଲା ଏବଂ ଅଭିଯୁକ୍ତ ରାହୁଲ କୁମାରକୁ ଦିଲ୍ଲୀର ଅସୋଲା ଅଞ୍ଚଳରୁ ଗିରଫ କରିଥିଲା ।