vridhi excotica
ori homes
vridhi excotica
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ୟୁକ୍ରେନରେ ଋଷର ଘନଘନ ଆକ୍ରମଣ, ଲୁହାଂସ୍କକୁ କବଜା କଲା ପୁଟିନ ସେନା
  • ||
  • ସେୟାର ବଜାରରେ ଉତ୍ସାହ : ଆରମ୍ଭରୁ ସବୁଜ ରଙ୍ଗରେ ଖୋଲିଲା ସେନସେକ୍ସ ଓ ନିଫ୍ଟି
  • ||
  • ‘ଶିବସେନାକୁ ଶେଷ କରିବାକୁ ଚାହୁଁଚି ବିଜେପି’ : ଗୁରୁତର ଅଭିଯୋଗ ଆଣିଲେ ଉଦ୍ଧବ
  • ||
  • କାହିଁକି ମ୍ୟାଚରେ ପଛେଇଗଲା ଭାରତ ? କାରଣ କହିଲେ ବ୍ୟାଟିଂ କୋଚ୍
  • ||
  • ଭୂମିକମ୍ପରେ ଥରିଲା ଆଣ୍ଡାମାନ-ନିକୋବର, ରିକ୍ଟର ସ୍କେଲରେ ତୀବ୍ରତା ୫.୦
  • ||
  • ଲଘୁଚାପ ପ୍ରଭାବରେ ୪ ଦିନ ପ୍ରବଳ ବର୍ଷା, ଅଧିକ ଭିଜିବ ଏହି ସବୁ ଜିଲ୍ଲା
  • ||
  • ବୁମରାହଙ୍କ ପଡିଆ ଛାଡିବା ଟିମ୍‌କୁ ପଡିଲା ମହଙ୍ଗା, ଦୁଇଟି ରିଭ୍ୟୁ ବରବାଦ କଲେ ପନ୍ତ
  • ||

ଆଜି ରିୟାଙ୍କୁ ନୁହେଁ ତାଙ୍କ ବାପା-ମାଆଙ୍କୁ ସିବିଆଇର ପଚରାଉଚୁରା

1/09/2020 at 1:28 PM

ମୁମ୍ବାଇ ୧/୯: ବଲିଉଡ ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ଯାଞ୍ଚ କରୁଥିବା ସିବିଆଇ ମଙ୍ଗଳବାର ରିୟା ଚକ୍ରବର୍ତ୍ତୀଙ୍କ ବାପା-ମାଆ ସମେତ ୮ଜଣଙ୍କୁ ପଚରାଉଚୁରା କରୁଛି। ଯାଞ୍ଚ ଏଜେନ୍ସି ଆଜି ଅଭିନେତ୍ରୀଙ୍କୁ ପଚରାଉଚୁରା କରି ନାହିଁ। ରିୟାଙ୍କୁ ଗତ ୪ଦିନରେ ୩୫ଘଣ୍ଟା ଯାଏଁ ପଚରାଉଚୁରା ହୋଇ ସାରିଛି। ନାର୍କୋଟିକ୍ସ କଣ୍ଟୋଲ୍ ବ୍ୟୁରୋ ସହିତ ପ୍ରବର୍ତ୍ତନ ନିର୍ଦେଶାଳୟ ମଧ୍ୟ ମାମଲାରେ ଡ୍ରଗ୍ ଆଙ୍ଗଲର ଯାଞ୍ଚ କରୁଛି। ସିଦ୍ଧାର୍ଥ ପିଠାନୀ,ନୀରଜ ଏବଂ କେଶବ ପଚରାଉଚୁରା ପାଇଁ ଆଜି ବି ଡିଆରଡିଓ ଗେଷ୍ଟ ହାଉସ୍ ପହଞ୍ଚିଛନ୍ତି।

ସିବିଆଇର ଟିମ୍ ଆଜି ବି ସିଦ୍ଧାର୍ଥ ପିଠାନୀ,ନୀରଜ ଏବଂ କେଶବଙ୍କୁ ପଚରାଉଚୁରା କରୁଛି। ଏହା ପୂର୍ବରୁ ମଧ୍ୟ ଏହି ୩ଜଣଙ୍କୁ ଯାଞ୍ଚ ଏଜେନ୍ସି ପଚରାଉଚରା କରି ସାରିଛି। ଏହା ବ୍ୟତୀତ ସାମୁଏଲ ମିରାଣ୍ଡାଙ୍କୁ ମଧ୍ୟ ପଚରାଉଚରା ପାଇଁ ଡକାଯାଇଛି।

ଗୋଆର ହୋଟେଲ୍ ବ୍ୟବସାୟୀ ଗୌରବ ଆର୍ଯ୍ୟା ପୁଣି ଥରେ ପଚରାଉଚୁରା ପାଇଁ ଇଡି ଅଫିସ୍ ପହଞ୍ଚିଛନ୍ତି। ଏଠାରେ ତାଙ୍କ ସହ ତାଙ୍କ ଓକିଲ ମଧ୍ୟ ଅଛନ୍ତି। ଗୌରବଙ୍କ ଓକିଲ ମନୁ ଶର୍ମାଙ୍କ କହିବା ଅନୁସାରେ ତାଙ୍କ ମହକିଲଙ୍କ ଉପରେ ଲାଗିଥିବା ସମସ୍ତ ଅଭିଯୋଗ ମିଛ। ଏହି ମାମଲାରେ ଗୌରବ ଶୀଘ୍ର ବୟାନ ଜାରି କରିବେ।

ସୁଶାନ୍ତ ମାମଲାର ଯାଞ୍ଚ କରୁଥିବା ସିବିଆଇ ଟିମ୍ ଆଜି ରିୟାଙ୍କ ବାପା-ମାଆ ଏବଂ ଭାଇ ଶୋଭିକଙ୍କୁ ପଚରାଉଚୁରା ପାଇଁ ଡକାଇଛି। ତାଙ୍କୁ ମଧ୍ୟ ଡିଆରଡିଓ ଗେଷ୍ଟ ହାଉସରେ ପଚରାଉଚୁରା କରାଯାଉଛି। ରିୟାଙ୍କ ମାଆଙ୍କୁ ପ୍ରଥମ ଥର ପଚରାଉଚୁରା ପାଇଁ ଡକାଯାଇଛି। ସୁଶାନ୍ତଙ୍କ ପୂର୍ବତନ ବିଜନେସ୍ ମ୍ୟାନେଜର ଶୃତି ମୋଦିଙ୍କୁ ମଧ୍ୟ ସିବିଆଇ ଡକାଇଛି।

   Related Posts