ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଡବିଲ: ପୁରୁଣା ବସ୍‌ଷ୍ଟାଣ୍ଡରେ ଯୁବକକୁ ଛୁରାମାଡ଼, ଅତର୍କିତ ଆକ୍ରମଣରେ ଆକବର ଗୁରୁତର
  • ||
  • ଇଡିରେ ହାଜର ହେଲେ ଅର୍ଚ୍ଚନାଙ୍କ ଆରକିଟେକ୍ଟ, ଆର୍ଥିକ କାରବାର ନେଇ ହୋଇପାରେ ଜେରା
  • ||

ଦିଲ୍ଲୀ ସରକାର ଏବଂ କେନ୍ଦ୍ର ମଧ୍ୟରେ ବଢ଼ିପାରେ ତିକ୍ତତା, ୧ ହଜାର ବସ୍‌ କିଣା ଘୋଟାଲାରେ ସିବିଆଇ ତଦନ୍ତ ନିର୍ଦ୍ଦେଶ

19/08/2021 at 5:01 PM

ନୂଆଦିଲ୍ଲୀ, ୧୮/୦୮: ପୁଣିଥରେ କେନ୍ଦ୍ର ସରକାର ଏବଂ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ୍‌ଙ୍କ ମଧ୍ୟରେ ତିକ୍ତତା ବଢ଼ିବାର ଆଶଙ୍କା କରାଯାଉଛି । କାରଣ ଗୃହ ମନ୍ତ୍ରଣାଳୟ ଦିଲ୍ଲୀ ସରକାରଙ୍କ ଦ୍ୱାରା କିଣାଯାଇଥିବା ୧ ହଜାର ବସ୍‌ରକୁ ନେଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମନ୍ତ୍ରଣାଳୟ ଏକ ହଜାର ଲୋ-ଫ୍ଲୋର ବସ୍‌ କିଣିବାରେ ଘୋଟଲା ଅଭିଯୋଗ ହେବା ପରେ ଏହା ଉପରେ ସିବିଆଇ ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବସ୍‌ କିଣିବା ଏବଂ ଏହାର ରକ୍ଷଣା ବେକ୍ଷଣା ନିମନ୍ତେ ଦିଲ୍ଲୀ ଟ୍ରନ୍ସପୋର୍ଟ କର୍ପୋରେସନ୍‌ ସହିତ ହୋଇଥିବା ଡିଲ୍‌ର ଯାଞ୍ଚ ଏବେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ କରିବ। ଏହା ପୂର୍ବରୁ ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣର ଏକ କମିଟି ଗଠନ କରିଥିଲେ । ଏହି କମିଟି ବସ୍‌ କିଣାରେ ଅନେକ ଦୁର୍ନୀତି ହୋଇଥିବା ଜାଣିବାକୁ ପାଇଥିଲା । ଏହାର ରିପୋର୍ଟ କମିଟି କେନ୍ଦ୍ର ଗୃହ ମନ୍ତ୍ରଣାଳୟକୁ ପଠାଇଥିଲା । ୨୧ ଜୁଲାଇରେ ଗଭର୍ଣ୍ଣର ଏହି ଡିଲ୍‌ ସହିତ ଜଡ଼ିତ ଦସ୍ତାବିଜ ମନ୍ତ୍ରଣାଳୟ ପାଖକୁ ପଠାଇଥିଲେ ।

ଗୃହ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ଗୋବିନ୍ଦ ମୋହନ ସିବିଆଇ ଯାଞ୍ଚ ନେଇ ଦିଲ୍ଲୀର ମୁଖ୍ୟ ଶାସନ ସଚିବ ବିଜ ଦେବଙ୍କୁ ଅଗଷ୍ଟ ୧୬ ତାରିଖରେ ଜଣାଇଥିଲେ । ସେ ଏକ ଚିଠିରେ ଲେଖିଥିଲେ ଯେ, ମୁଁ ଏହି ପତ୍ର ଦିଲ୍ଲୀରେ କିଣା ଯାଇଥିବା ୧ ହଜାର ବସ୍‌ ସମ୍ୱନ୍ଧରେ ଲେଖୁଛି । ଦିଲ୍ଲୀର ଲେଫ୍ଟନାଣ୍ଟ ଗଭର୍ଣ୍ଣରଙ୍କ ଦ୍ୱାରା ଗଠିତ ତିନି ଜଣିଆ କମିଟି ଏହା ଉପରେ ନିଜର ରିପୋର୍ଟ ଗୃହ ମନ୍ତ୍ରଣାଳୟକୁ ଦେଇଥିଲେ । ମନ୍ତ୍ରଣାଳୟ ଏହାକୁ ତର୍ଜମା କରିବା ପରେ ସିବିଆଇକୁ ତଦନ୍ତ ଦାୟିତ୍ୱ ଦିଆଯିବାକୁ ନିଷ୍ପତ୍ତି ହୋଇଛି ।

   Related Posts