oroinfra
maganna
anutap
FileReOpen
TASTEtheBEST
EVOS_WebBanner_728X90
oroinfra
ChampionMaganna_WebBanner_728X90
Anutap_WebBanner_728X90
FileReOpen_WebBanner_728X90
TASTEtheBEST_WebBanner_728X90
EVOS_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାୟଗଡ଼ା : ଗୁମ୍ମା ଘାଟିରେ ଦୁର୍ଘଟଣା : ସ୍ୱାମୀ ମୃତ, ସ୍ତ୍ରୀ ଏବଂ ପୁଅ ଗୁରୁତର
  • ||
  • ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୪୯ କୋଭିଡ୍ ପଜିଟିଭ୍
  • ||
  • ମେକ୍ସିକୋ ଧୁଆଁଧାର ଫାୟାରିଂ: ୭ ପୋଲିସ କର୍ମଚାରୀ, ମେୟରଙ୍କ ସମେତ ୧୮ ଜଣଙ୍କ ମୃତ୍ୟୁ
  • ||
  • ଜଲପାଇଗୁଡ଼ିରେ ଦୁର୍ଗା ଭସାଣି ବେଳେ ଫ୍ଲାସ ଫ୍ଲଡ୍, ବନ୍ୟାରେ ଭାସି ୭ ମୃତ
  • ||

ମମତାଙ୍କ ୨ ମନ୍ତ୍ରୀ ଓ ଜଣେ ବିଧାୟକ ଗିରଫ, ନାରଦା ସ୍କାମ୍‌ରେ ବାନ୍ଧିଲା ସିବିଆଇ

17/05/2021 at 12:32 PM

ନୂଆଦିଲ୍ଲୀ, ୧୭|୦୫: ଗିରଫ ହେଲେ ପଶ୍ଚିମବଙ୍ଗର ୨ ମନ୍ତ୍ରୀ । ପଶ୍ଚିମବଙ୍ଗରେ ତ୍ରୁଣମୂଳ (ଟିଏମସି) ସରକାର ଗଠନ ହେବା ମାତ୍ରେ ନାରଦା ସ୍କାମର ତଦନ୍ତ ପୁଣି ଆରମ୍ଭ ହୋଇଛି । ଏହି ଦୁର୍ନୀତି ଅଭିଯୋଗ ନେଇ କ୍ୟାବିନେଟ ମନ୍ତ୍ରୀ ଫିରହାଦ୍ ହାକିମ, କ୍ୟାବିନେଟ ମନ୍ତ୍ରୀ ସୁବ୍ରତ ମୁଖାର୍ଜୀ, ଟିଏମସି ବିଧାୟକ ମଦନ ମିତ୍ର ଏବଂ ପୂର୍ବତନ ବିଜେପି ନେତା ଶୋଭନ ଚାଟାର୍ଜୀଙ୍କ ଘରେ ରେଡ କରିବା ପରେ ସିବିଆଇ ଗିରଫ କରିଛି ।

ସୂଚନାନୁସାରେ, ସୋମବାର ସକାଳେ ପରିବହନ ମନ୍ତ୍ରୀ ତଥା କୋଲକାତା ମ୍ୟୁନିସିପାଲିଟି କର୍ପୋରେସନର ସଭାପତି ଫିରହାଦ୍ ହାକିମଙ୍କ ଘରେ ସିବିଆଇ ଟିମ୍ ପହଞ୍ଚିଥିଲା । କିଛି ସମୟ ପରେ ସିବିଆଇ ଫିରହାଦ୍ ହାକିମଙ୍କୁ ସାଙ୍ଗରେ ନେଇ ଯାଇଥିଲା । ସମର୍ଥକମାନେ ଫିରହାଦଙ୍କ ଘରେ ପହଞ୍ଚି ପ୍ରଦର୍ଶନ କରିଥିଲେ ।

ସିବିଆଇ ଟିମ୍ ସୁବ୍ରତ ମୁଖାର୍ଜୀ ଏବଂ ମଦନ ମିତ୍ରଙ୍କୁ କାର୍ଯ୍ୟାଳୟକୁ ଆଣି ପଚରା ଉଚରା କରୁଥିଲା । ଏହା ବ୍ୟତୀତ ସିବିଆଇ ଟିମ୍ ପୂର୍ବତନ ବିଜେପି ନେତା ଶୋଭନ ଚାଟାର୍ଜୀଙ୍କ ଘରେ ମଧ୍ୟ ଚଢଉ କରିଥିଲା । ନିର୍ବାଚନ ପୂର୍ବରୁ ଟିଏମସି ଛାଡି ସୋଭନ ଚାଟାର୍ଜୀ ବିଜେପିରେ ଯୋଗ ଦେଇଥିଲେ । ଟିକେଟ୍ ନ ପାଇବା ପରେ ସେ ବିଜେପି ଛାଡିଥିଲେ । ଏବେ ସମସ୍ତ ୪ ନେତାଙ୍କୁ ଗିରଫ କରାଯାଇଛି । ଯାହାକୁ ନେଇ ପଶ୍ଚିମବଙ୍ଗ ରାଜନୀତି ଗରମ ହେବାରେ ଲାଗିଛି ।

   Related Posts