Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, odisha news,khabar odisha,news in oriya

ପ୍ରମୁଖ ଖବର
  • କଟକ : କଟକ ଷ୍ଟେସନରୁ ଭଦ୍ରକ-ନୟାଗଡ ମେମୁ ଟ୍ରେନ୍‌ର ଶୁଭାରମ୍ଭ କଲେ ଦୁଇ କେନ୍ଦ୍ରମନ୍ତ୍ରୀ
  • ||
  • ନୂଆପଡା : ଟ୍ରାପ୍ କ୍ୟାମେରାରେ କଏଦ ହେଲା କଲରାପତରିଆ ବାଘ
  • ||
  • ଖଲ୍ଲିକୋଟ : ଋଷିକୁଲ୍ୟା ମୁହାଁଣରେ ବିରଳ ପ୍ରଜାତିର ସାମୁଦ୍ରିକ କଇଁଛ, ଏହାର ଓଜନ ୧୪୦ କିଲୋ
  • ||
  • ନାରାୟଣପାଟଣା : ମିଳିଲା ଗର୍ଭବତୀ ମହିଳାଙ୍କ ଝୁଲନ୍ତା ମୃତଦେହ, ଜ୍ବାଇଁ ବିରୋଧରେ ହତ୍ୟା ଅଭିଯୋଗ
  • ||
  • କାଠୁଆ : ଜାମ୍ମୁକାଶ୍ମୀର କଠୁଆରେ ଭୟଙ୍କର ବିସ୍ଫୋରଣ, ପୂରା ଅଞ୍ଚଳରେ ହାଇଆଲର୍ଟ
  • ||
  • ଭୁବନେଶ୍ୱର : ବଢିଲା ପୁଣି ଓମ୍‌ଫେଡ୍‌ କ୍ଷୀରର ଦର, ପ୍ୟାକେଟ୍‌ ପିଛା ବଢିଲା ୨ଟଙ୍କା
  • ||
  • ନୂଆଦିଲ୍ଲୀ : Twitterର ବଡ ଆକ୍ସନ, ପାକିସ୍ତାନ ସରକାରଙ୍କ ଟ୍ଵିଟର ଆକାଉଣ୍ଟକୁ ବ୍ଲକ କଲା ଭାରତ
  • ||
  • ଭୁବନେଶ୍ୱର : ରାଜ୍ୟରେ ବଢ଼ିବ ପଶ୍ଚିମା ଝଡ଼ର ପ୍ରଭାବ, ଘଡ଼ଘଡି ସହ ପ୍ରବଳ ବର୍ଷା ସମ୍ଭାବନା
  • ||

ମଦ ଘୋଟାଲା ପରେ ଗୁଇନ୍ଦାଗିରି ମାମଲା, ସିସୋଦିଆଙ୍କ ବିରୋଧରେ ସିବିଆଇ ରୁଜୁ କଲା ଦ୍ବିତୀୟ FIR

16/03/2023 at 1:40 PM

ନୂଆଜିଲ୍ଲୀ: ଅଡ଼ୁଆ ସୂତାରେ ଛନ୍ଦି ହେଉଛନ୍ତି ପୂର୍ବତନ ଦିଲ୍ଲୀ ଉପ-ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ପୁଣି ମନୀଷଙ୍କ ପାଇଁ ବଢ଼ିଲା ଅଡୁଆ । ସିବିଆଇ ମନୀଷଙ୍କ ବିରୋଧରେ ଗୁଇନ୍ଦିଗିରି ପାଇଁ ମାମଲା ରୁଜୁ କରିଛି ।  ଫିଡବ୍ୟାକ୍ ୟୁନିଟ୍ ମାମଲା ଆଧାରରେ ସିସୋଦିଆଙ୍କ ନାଁରେ କେସ୍ ଫାଇଲ୍ ହୋଇଛି ।

୨୦୧୬ରେ ଆମ୍ ଆଦମୀ ପାର୍ଟି ଏକ ଫିଡବ୍ୟାକ୍ ୟୁନିଟ୍ ଗଠନ କରି ବିଭିନ୍ନ ରାଜନେତାଙ୍କ ଅଜାଣତରେ ଗୁଇନ୍ଦାଗିରି କରିଥିଲେ । ତେବେ ଏହି ୟୁନିଟ୍ ଗଠନ କରିବାରେ କେନ୍ଦ୍ର ସରକାରଙ୍କ ମଧ୍ୟ କୌଣସି ଅନୁମତି ମିଳିନଥିଲା । ଏହି ଫିଡବ୍ୟାକ୍ ୟୁନିଟ୍ ସମ୍ପୂର୍ଣ୍ଣ ବେଆଇନ ହୋଇଥିବାରୁ ଏହାକୁ ନେଇ ତଦନ୍ତ ଆରମ୍ଭ କରିଥିଲା ସିବିଆଇ । ଏହା କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ମନୀଷ ସିସୋଦିଆଙ୍କ ବିରୋଧରେ ଦ୍ବିତୀୟ ଏଫଆଇଆର୍ ରୁଜୁ କରିଛି ।

ଏହା ପୂର୍ବରୁ ସିବିଆଇ ମନୀଷଙ୍କ ବିରୋଧ ଅବକାରୀ ନୀତି ଘୋଟାଲା କେସ୍ ରୁଜୁ କରିଥିଲା । ୨୬ ତାରିଖରେ ପଚରାଉଚରା ପରେ  କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସି ତାଙ୍କୁ ଗିରଫ କରିଛି । ସିବିଆଇ ପରେ ମଦ ଘୋଟାଲାରେ ପ୍ରଦର୍ଶନ ନିର୍ଦ୍ଦେଶାଳୟ ମଧ୍ୟ ଯାଞ୍ଚ କରୁଛି । ମାନିଂ ଲଣ୍ଡ୍ରିଂ ମାମଲାରେ ମଧ୍ୟ କେସ୍ ରୁଜୁ ହୋଇଛି । ଦିଲ୍ଲୀ ପୂର୍ବତନ ଉପ-ମୁଖ୍ୟମନ୍ତ୍ରୀ ଏବେ ବିଚାର ବିଭାଗୀୟ ଜେଲ୍ ରହିଥିବାବେଳେ ଆଉ ଏକ ମାମଲା ସିସୋଦିଆଙ୍କ ପାଇଁ ଅଡୁଆ ବଢ଼ାଇ ଦେଇଛି ।

   Related Posts