ମଣିପୁର ହିଂସାରେ ମହିଳାଙ୍କୁ ହତ୍ୟା ମାମଲା: ୯ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା CBI

Published By : Prameya-News7 Bureau | December 09, 2023 IST

ନୂଆଦିଲ୍ଲୀ: ଗତ ଜୁଲାଇ ୧୫ରେ ମଣିପୁରରେ ହିଂସା ସମୟରେ ନାଗା ସମ୍ପ୍ରଦାୟର ଜଣେ ମହିଳାଙ୍କୁ ଉଗ୍ରବାଦୀମାନେ ହତ୍ୟା କରିଥିଲେ। ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇ ୯ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରିଛି। ଅଧିକାରୀମାନେ ଶନିବାର ଏହା ସୂଚନା ଦେଇଛନ୍ତି।

ଗୌହାଟୀର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଏହି ଚାର୍ଜସିଟ୍ ଦାଖଲ କରାଯାଇଛି। ସିବିଆଇ ଅନୁଯାୟୀ ହତ୍ୟା ଭଳି ଏହି ଜଘନ୍ୟ ଅପରାଧ ପାଇଁ ୯ ଜଣଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଛି।

ପ୍ରକାଶଥାଉକି ମଣିପୁର ସରକାରଙ୍କ ଅନୁରୋଧ କ୍ରମେ ଇମ୍ଫାଲ ସ୍ଥିତ ପୋଲିସ ଷ୍ଟେସନରେ ମାମଲା ପଞ୍ଜୀକୃତ ହେବା ପରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ଏହି ମାମଲାର ତଦନ୍ତ ଆରମ୍ଭ କରିଛି।

ସିବିଆଇ ମୁଖପାତ୍ର କହିଛନ୍ତି ଯେ ଜୁଲାଇ ୧୫ରେ ଅଭିଯୁକ୍ତମାନେ ଜଣେ ମହିଳାଙ୍କୁ ବନ୍ଧକ ରଖିଥିଲେ। ଅପହରଣ ପରେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଚିହ୍ନଟ କରିବା ସହିତ ଅଧିକ ତଦନ୍ତ ଚାଲିଛି ବୋଲି ସେ କହିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.