ବଢିଲା ଛୋଟା ରାଜନର ସମସ୍ୟା, ସାମ୍ବାଦିକ ହତ୍ୟା ଉଦ୍ୟମ ସମେତ ରୁଜୁ ହେଲା ୪ ନୂଆ ମାମଲା

Published By : Prameya-News7 Bureau | January 22, 2020 IST

ନୂଆଦିଲ୍ଲୀ୨୨।୧:  ଅଣ୍ଡରୱାର୍ଲଡ ଡନ ଦାଉଦ୍ ଇବ୍ରାହିମର ସହଯୋଗୀ ଛୋଟା ରାଜନ ବେଳକୁ ବେଳ ଆଇନ ଜାଲରେ ଅଧିକ ଛନ୍ଦି ହେବାରେ ଲାଗିଛି। ତା ବିରୋଧରେ ଆହୁରି ୪ଟି ନୂଆ ମାମଲା ରୁଜୁ ହୋଇଥିବା ସିବିଆଇ ବୁଧବାର ସୂଚନା ଦେଇଛନ୍ତି। ଏଥିରେ ୧୯୯୭ ମସିହାରେ ସାମ୍ବାଦିକ ଶେରସିଂହ ପରମାର ହତ୍ୟା ଉଦ୍ୟମ ଅଭିଯୋଗ ଥିବା ସିବିଆଇ ଆଧିକାରୀ କହିଛନ୍ତି।

{"id":214707,"sizeSlug":"large"}

୧୨ଜାନୁୟାରୀ ୧୯୯୭ରେ ଏଣ୍ଟପ ହିଲସ୍ଥିତ ଏକ ବିଲ୍ଡିଂ ବାହାରେ ରାଜନର ମୋଟରସାଇକେଲ ସୁଟର ଗ୍ୟାଙ୍ଗ ପରମାରଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏ ନେଇ ମୁମ୍ବାଇ ପୋଲିସରେ ହୋଇଥିବା ଏତଲା ସିବିଆଇ ଗ୍ରହଣ କରିଛି। ସେହିପରି ରାଜନର ଅସୁଲି ଗ୍ୟାଙ୍ଗ ବିରୋଧରେ ଥିବା ଆଉ ୨ଟି ମାମଲାକୁ ମଧ୍ୟ ସିବିଆଇ ତଦନ୍ତ ଲାଗି ଗ୍ରହଣ କରିଛି। ଏଥିରେ ୧୯୯୫ ମସିହାରେ ବ୍ୟବସାୟୀ ଦେବାଙ୍ଗ ବିପିନ ପାରୀଖଙ୍କୁ ରାଜନ ଓ ତାର ସହଯୋଗୀ ସତମ ଓ ସୁରେଶ  ୨୦ ଲକ୍ଷ ଟଙ୍କା ଦାବି କରୁଥିବା ନେଇ ପୋଲିସରେ ଅଭିଯୋଗ କରିଥିଲେ।

{"id":214708,"sizeSlug":"large"}

ସେହିପରି ହେମନ୍ତ ନାମକ ଛୋଟା ରାଜନ ଗୋଷ୍ଠୀର ଜଣେ ଦୁର୍ବୃତ୍ତ ଘିଶୁଲାଲ ଜୈନ ନାମକ ଜନୈକ ବ୍ୟକ୍ତିଙ୍କୁ ୨୫ଲକ୍ଷଟଙ୍କା ଦେବାକୁ ଧମକାଇଥିବାର ମଧ୍ୟ ଅଭିଯୋଗ ଥିଲା। ଉଭୟ ମାମଲାରେ ପୋଲିସ ଅଭିଯୋଗଫର୍ଦ୍ଦ ଦାଖଲ କରିଥିଲା। ହେଲେ ରାଜନ ଫେରାର ଥିବାରୁ ତାକୁ କୋର୍ଟରେ ହାଜର କରାଯାଇପାରିନଥିଲା। ସେହିପରି ରାଜନ ବିରୋଧରେ ଶେଷମାମଲା ୧୯୯୬ ମସିହାରେ ରୁଜୁ ହୋଇଥିଲା। ବିଲ୍ଡର ଶବିର ଏନ ପଟେଲ ଓ ତାଙ୍କ ପୁଅକୁ ଜୀବନରେ ମାରିଦେବାକୁ ରାଜନ ଧମକ ଦେଇଥିଲା। ମହାରାଷ୍ଟ୍ର ସରକାର ସମସ୍ତ ମାମଲା ସିବିଆଇକୁ ହସ୍ତାନ୍ତର କରିଦେଇଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.