WhatsApp Image 2023-12-03 at 20.27.35 (1)
WhatsApp Image 2023-12-03 at 20.27.35
WhatsApp Image 2023-12-03 at 20.27.36 (1)
WhatsApp Image 2023-12-03 at 20.27.36
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

କେଜରିୱାଲଙ୍କ ସରକାରୀ ବଙ୍ଗଳାରେ କୋଟି କୋଟି ଟଙ୍କା ଖର୍ଚ୍ଚର ଯାଞ୍ଚ କରିବ ସିବିଆଇ, ରୁଜୁ ହେଲା ମାମଲା

27/09/2023 at 6:40 PM

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ବଙ୍ଗଳା ନବୀକରଣ ମାମଲାରେ ଏବେ ସିବିଆଇ ମାମଲା ରୁଜୁ କରିଛି। ସିବିଆଇ ଏବେ ଏହି ନୂଆ ମାମଲାର ତଦନ୍ତ କରିବ। ଅରବିନ୍ଦ କେଜରିଓ୍ବାଲଙ୍କ ବଙ୍ଗଳା ନବୀକରଣକୁ ନେଇ ବେଶ୍‌ ବିବାଦ ହୋଇଥିଲା। ତେବେ ମାମଲାରେ ସିବିଆଇ କେସ୍‌ ରୁଜୁ କରିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ପାଇଁ ଅସୁବିଧା ବଢ଼ାଇପାରେ।

ପ୍ରକୃତରେ କଂଗ୍ରେସ ଏବଂ ବିଜେପି ଭଳି ପାର୍ଟୀ ଏହା ଅଭିଯୋଗ କରିଆସୁଛନ୍ତି ଯେ, ମୁଖ୍ୟମନ୍ତ୍ରୀ କେଜରିଓ୍ବାଲଙ୍କ ବଙ୍ଗଳାର ନବୀକରଣରେ ୪୫ କୋଟି ଟଙ୍କା ଖର୍ଚ୍ଚ ହୋଇଥିଲା। ଏହି ପାର୍ଟୀ ଦାବି କରିଛନ୍ତି ନବୀକରଣରେ ଲକ୍ଷାଧିକ ଟଙ୍କାର ପରଦା ଏବଂ ମାର୍ବଲ ଲଗାଯାଇଥିଲା।

ଆହୁରି ପଢ଼ନ୍ତୁ: ଗୁଜରାଟ ୟୁନିଭର୍ସିଟି ମାନହାନି ମାମଲା: କୋର୍ଟରେ ନିଜକୁ ସାଧାରଣ ଜନତା କହି ଆଶ୍ୱସ୍ତି ମାଗିଲେ କେଜରିୱାଲ

ବଙ୍ଗଳା କାମ ପାଇଁ ଆର୍ଥିକ ନିୟମରେ ହୋଇଥିଲା ପରିବର୍ତ୍ତନ: ବିରୋଧୀ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କ ୬ ଫ୍ଲାଗ ଷ୍ଟାଫ୍‌ ରୋଡ୍ ସ୍ଥିତ ଘରେ ନବୀକରଣକୁ ନେଇ ବିଜେପି, କଂଗ୍ରେସ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଏହି ନବୀକରଣ କାମ ସେତେବେଳେ ହୋଇଥିଲା ଯେତେବେଳେ ଦିଲ୍ଲୀରେ କରୋନା ମହାମାରୀ ଉତ୍କଟ ଥିଲା। ଏହା ମଧ୍ୟ ଅଭିଯୋଗ ହୋଇଥିଲା ଯେ, ବଙ୍ଗଳାରେ ନୂଆ ଭାବରେ କାମ କରିବା ପାଇଁ ଆର୍ଥିକ ନିୟମରେ ପରିବର୍ତ୍ତନ ମଧ୍ୟ ହୋଇଥିଲା।

ସୂଚନାଥାଉକି, ଏହା ପୂର୍ବରୁ ପ୍ରଥମେ ଜୁନ୍‌ ମାସରେ ଏହା ଖବର ଆସିଥିଲା କେଜରିଓ୍ବାଲ ସରକାରୀ ବାସଭବନର ନବୀକରଣରେ କଥିତ ଭାବରେ ପ୍ରଶାସନିକ ଏବଂ ଆର୍ଥିକ ଜାଲିଆତିର ଯାଞ୍ଚ କରାଯିବ। ଏଲଜି ସଚିବାଳୟ ଏହି ମାମଲାରେ କେନ୍ଦ୍ର ସରକାରଙ୍କୁ ସୁପାରିଶ କରିଥିଲେ, ଯାହା ପରେ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏହି ଆକ୍ସନ ନେଇଛି।

   Related Posts