ଶିକ୍ଷକ ନିଯୁକ୍ତି ଦୁର୍ନୀତି ମାମଲାରେ ଗିରଫ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନକୁ ଖାରଜ କଲେ ସିବିଆଇ କୋର୍ଟ

Published By : Prameya-News7 Bureau | November 28, 2022 IST

କୋଲକାତା: ଶିକ୍ଷକ ନିଯୁକ୍ତିରେ ଦୁର୍ନୀତି ମାମଲାରେ ପଶ୍ଚିମବଙ୍ଗର ପୂର୍ବତନ ଶିକ୍ଷାମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ଜାମିନ ଆବେଦନ ଖାରଜ କଲେ ସ୍ୱତନ୍ତ୍ର ସିବିଆଇ କୋର୍ଟ। ବେଲ୍ ଖାରଜ କରିବା ସହିତ ତାଙ୍କ ବିଚାର ବିଭାଗୀୟ ହାଜତର ତାରିଖ ଡିସେମ୍ବର ୧୨ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି।

ଦୁର୍ନୀତି ମାମଲାରେ ଜୁଲାଇ ୨୩ ତାରିଖରେ ପାର୍ଥଙ୍କୁ ଗିରଫ କରିଥିଲା ଇଡି। ହେଲେ ଜାମିନ ପାଇଁ ଆବେଦନ କରିଥିଲେ ଶ୍ରୀ ଚାଟାର୍ଜୀ। ତେବେ କୋର୍ଟ ତାଙ୍କ ଆବେଦନକୁ ଖାରଜ କରିଦେବା ସହିତ ତାଙ୍କର ବିଚାର ବିଭାଗୀୟ ହାଜତ ସୀମାକୁ ଆଉ ୧୪ ଦିନ ପାଇଁ ଘୁଞ୍ଚାଇ ଦେଇଛନ୍ତି।

କେବଳ ପାର୍ଥ ଚାଟାର୍ଜୀ ନୁହଁନ୍ତି ତାଙ୍କ ସହିତ ପଶ୍ଚିମବଙ୍ଗର ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନର ପୂର୍ବତନ ଅଧ୍ୟକ୍ଷ କଲ୍ୟାଣମୟୀ ଗାଙ୍ଗୁଲି, ପଶ୍ଚିମବଙ୍ଗ ସ୍କୁଲ୍ ସର୍ଭିସ କମିଶନର ପୂର୍ବତନ ପରାମର୍ଶଦାତା ଏସ୍‌ପି ସିହ୍ନା, WBSSCର ପୂର୍ବନ ଚେୟାର ମ୍ୟାନ୍ ସୁବୀରେଶ ଭଟ୍ଟାଚାର୍ଯ୍ୟ ଓ ପୂର୍ବତନ ଏସ୍‌ଏସ୍‌ସି ଚେୟାରମ୍ୟାନ୍ ଅଶୋକ ଶାହଙ୍କ ବିଚାର ବିଭାଗୀୟ ହାଜତ ତାରିଖ ଆଉ ୧୪ ଦିନକୁ ବଢ଼ାଇ ଦେଇଛନ୍ତି ସ୍ୱତନ୍ତ୍ର କୋର୍ଟ। ଏମାନେ ସମସ୍ତେ ଡିସେମ୍ବର ୧୨ ତାରିଖରେ ସିବିଆଇ କୋର୍ଟରେ ହାଜର ହେବେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.