ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସିବିଆଇ ସମନ

Published By : Prameya-News7 Bureau | April 21, 2023 IST

ନୂଆଦିଲ୍ଲୀ: ୩୦୦ କୋଟି ଲାଞ୍ଚ ଘଟଣାରେ ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକଙ୍କୁ ସମନ କଲା ସିବିଆଇ। ସତ୍ୟପାଲ ରାଜ୍ୟପାଳ ଥିବା ବେଳେ ଦୁଇଟି ଫାଇଲ୍ ପାସ୍ କରାଇବା ପାଇଁ ତାଙ୍କୁ ୧୫୦,୧୫୦ କୋଟି ଟଙ୍କାର ଲାଞ୍ଚ ଯଚାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଏହି ମାମଲାରେ ସିବିଆଇ ତାଙ୍କୁ ସମନ କରିଛି।

ଏନେଇ ସତ୍ୟପାଲ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି "ସିବିଆଇ ମୋତେ ଏହି ମାମଲାରେ ମୋତେ ଡାକିଛି। ସେମାନେ କେସ୍ ସମ୍ପର୍କରେ କିଛି ସ୍ପଷ୍ଟୀକରଣ ଚାହୁଁଛନ୍ତି। ସେମାନେ ମୋତେ ମଉଖିକ ଭାବରେ ୨୭ କିମ୍ବା ୨୮ ତାରିଖରେ ହାଜର ହେବାକୁ କହିଛନ୍ତି।"

ନିକଟରେ ବିଭିନ୍ନ ଗଣମାଧ୍ୟମରେ ସାକ୍ଷାତକାର ଦେଇ କେନ୍ଦ୍ର ସରକାରଙ୍କ ବିରୋଧରେ ଅନେକ ଖୁଲାସା କରିଥିଲେ ଜାମ୍ମୁ-କାଶ୍ମୀର ପୂର୍ବତନ ରାଜ୍ୟପାଳ ସତ୍ୟପାଲ ମଲ୍ଲିକ। ପୁଲୱାମା ଆକ୍ରମଣ ଠାରୁ ଆରମ୍ଭ କରି ଗୋଆ ମୁଖ୍ୟମନ୍ତ୍ରୀଙ୍କ ଦୁର୍ନୀତି ବିଷୟରେ ଖୁଲାସା କରିଥିଲେ।

ଏନେଇ ତାଙ୍କ ବିରୋଧରେ କେନ୍ଦ୍ର ସରକାର ଖୁବ୍‌ଶୀଘ୍ର କାର୍ଯ୍ୟାନୁଷ୍ଠାନ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଆଉ ଏବେ ସିବିଆଇ ସମନ କରିବା ପରେ ମୋଦୀ ସରକାରଙ୍କୁ ଟାର୍ଗେଟ୍ କରିଛି କଂଗ୍ରେସ।

କଂଗ୍ରେସ ଦଳ ଟ୍ୱିଟ୍ କରି କହିଛି "ଶେଷରେ ମୋଦୀ ଆଉ ରହି ପାରିଲେନି। ସତ୍ୟପାଲ ମଲ୍ଲିକ ଦେଶ ସାମ୍ନାରେ ତାଙ୍କର ଗଣ୍ଠିଲି ଖୋଲି ଦେଇଥିଲେ। ଏବେ ସିବିଆଇ ମଲ୍ଲିକ ଜୀଙ୍କୁ ଡାକିଛନ୍ତି। ଏହା ତ ହେବାର ଥିଲା। ଆଉ ଗୋଟେ କଥା ହେବ। ଗୋଦୀ ମିଡିଆ ଏବେ ନିରବ ରହିବ। ଲେଖିକି ରଖି ନିଅନ୍ତୁ।"

wp:html /wp:html

ସତ୍ୟପାଲ ମଲ୍ଲିକ ୨୦୧୮ ଅଗଷ୍ଟ ୨୩ରୁ ୨୦୧୯ ଅକ୍ଟୋବର ୩୦ ପର୍ଯ୍ୟନ୍ତ ଜାମ୍ମୁ-କାଶ୍ମୀର ରାଜ୍ୟପାଳ ଥିବା ବେଳେ ତାଙ୍କୁ ଦୁଇଟି ଫାଇଲ୍ କ୍ଲିୟର୍ କରିବାକୁ ୩୦୦ କୋଟି ଲାଞ୍ଚ ଯଚାଯାଇଥିଲା ବୋଲି ସେ ଅଭିଯୋଗ କରିଥିଲେ। ଫାଇଲ୍‌ ପାସ୍ କରିବାକୁ ତାଙ୍କୁ ଆର୍‌ଏସ୍‌ଏସ୍ ଓ ବିଜେପି ନେତା ରାମ ମାଧବ ଏହି ଅଫର ଦେଇଥିଲେ ବୋଲି ସତ୍ୟପାଲ ଖୁଲାସା କରିଥିଲେ।

ହେଲେ ରାମ ମାଧବ ଏହାକୁ ଭିତ୍ତିହିନ କହିବା ସହ ସତ୍ୟପାଲଙ୍କ ବିରୋଧରେ ମାନହାନୀ ମକଦ୍ଦମା କରିଥିଲେ। ଗତବର୍ଷ ଅକ୍ଟୋବର ମାସରେ ଏହି ମାମଲାରେ ସତ୍ୟପାଲଙ୍କୁ ପ୍ରଶ୍ନ କରିଥିଲା ସିବିଆଇ।  

ସତ୍ୟପାଲଙ୍କ ଅଭିଯୋଗ କ୍ରମେ ଜାମ୍ମୁ-କାଶ୍ମୀରର ସରକାରୀ କର୍ମଚାରୀଙ୍କ ପାଇଁ ଗ୍ରୁପ୍ ମେଡିକାଲ ଇନ୍‌ସୁରାନ୍ସ ସ୍କିମ୍ ଓ ୨,୨୦୦୦ କୋଟି ମୂଲ୍ୟର କିରୁ ହାଇଡ୍ରୋ ଇଲେକ୍ଟ୍ରିକ୍ ପାୱାର ପ୍ରୋଜେକ୍ଟରେ ଫାଇଲ୍ ପାସ୍ କରିବାକୁ ତାଙ୍କୁ ୧୫୦-୧୫୦ କରି ମୋଟ ୩୦୦ କୋଟି ଲାଞ୍ଚ ଦିଆଯାଇଥିଲା। ବିଜେପି ନେତା ରାମ ମାଧମ ଫାଇଲ୍ ପାସ୍ କରିବାକୁ ସତ୍ୟପାଲ ମଲ୍ଲିକଙ୍କୁ କହିଥିଲେ। ହେଲେ ସତ୍ୟପାଲ ଏପରି କରିବାକୁ ମନା କରିଦେଇଥିଲେ। ତାଙ୍କ ଅଭିଯୋଗ କ୍ରମେ ସିବିଆଇ ଗତବର୍ଷ ଏପ୍ରିଲ ମାସରେ ମାମଲା ରୁଜୁ କରିଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.