ନୂଆଦିଲ୍ଲୀ: ବିହାରର ପ୍ରଖ୍ୟାତ ଶିକ୍ଷାନୁଷ୍ଠାନ ବାଳିକା ବିଦ୍ୟାପୀଠର ପୂର୍ବତନ ସମ୍ପାଦକ ଡ. ଶାରଦା ଚନ୍ଦ୍ରଙ୍କ ହତ୍ୟା ଘଟଣାରେ ଆମ୍ରପାଲି ଗ୍ରୁପ୍ ଏମ୍ଡି ଅନୀଲ ଶର୍ମାଙ୍କ ସହ ୬ ଜଣଙ୍କ ନାଁରେ ହତ୍ୟା ମାମଲା ରୁଜୁ କଲା ସିବିଆଇ। ୨୦୧୪ ଅଗଷ୍ଟ ୨ ତାରିଖରେ ଶାରଦା ଚନ୍ଦ୍ର ୟୁନିଭର୍ସିଟି କ୍ୟାମ୍ପସ ଭିତରେ ଖବର କାଗଜ ପଢ଼ୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପାଟନା ହାଇକୋର୍ଟ ନିର୍ଦ୍ଦେଶକ୍ରମେ ସିବିଆଇ ଏହି ହତ୍ୟାକାଣ୍ଡର ତଦନ୍ତ ଭାର ଗ୍ରହଣ କରିଥିଲା।
ବିହାର ଲଖିସରାଇରେ ୟୁନିଭର୍ସିଟି କ୍ୟାମ୍ପସରେ ଥିବା ତାଙ୍କ ବାସଭବନରେ ଶ୍ରୀ ଶାରଦ ଖାବର କାଗଜ ପଢ଼ୁଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା। ଏହି ଘଟଣାରେ ପ୍ରଥମେ ସ୍ଥାନୀୟ ପୁଲିସ ତଦନ୍ତ କରୁଥିଲା। ପରେ ଅକ୍ଟୋବର ମାସରେ ମାମଲା ବିହାର ସିଆଇଡି ହାତକୁ ଯାଇଥିଲା। ୨୦୧୭ ମସିହାରେ ଶାରଦାଙ୍କ ପତ୍ନୀ ଉଶା ଶର୍ମା ସିଆଇଡି ତଦନ୍ତକୁ ନେଇ ପ୍ରଶ୍ନ ଉଠାଇଥିଲେ। ଏହାପରେ ସେ ପାଟନା କୋର୍ଟରେ ରିଟ୍ ପିଟିସନ(ଲିଖିତ ଆବେଦନ) ଦାଖଲ କରିଥିଲେ। ଗତମାସରେ ଏହି ମାମଲାରେ ଶୁଣାଣି ହୋଇଥିଲା। ପାଟନା ହାଇକୋର୍ଟର ଜଷ୍ଟିସ ରାଜୀବ ରଞ୍ଜନ ପ୍ରସାଦ ଜଣିକିଆ ଖଣ୍ଡପୀଠ ଶୁଣାଣି କରି ମାମଲାର ତଦନ୍ତ ଭାର ସିବିଆଇକୁ ଦେଇଥିଲେ।
ମାମଲାରେ ବୁଧବାର ସିବିଆଇ ଦାଖଲ କରିଥିବା ଚାର୍ଜଶିଟ୍ରେ ଲେଖାଯାଇଛି “ ଅଭିଯୋଗ ଅନୁସାରେ, ଅଗଷ୍ଟ ୨୦୦୯ରେ ଆମ୍ରପାଲି ଗ୍ରୁପ ଏମ୍ଡି ଅନୀଲ ଶର୍ମା ବାଳିକା ବିଦ୍ୟାପୀଠର ଟ୍ରଷ୍ଟକୁ ବଳପୂର୍ବକ ଅକ୍ତିଆର କରିଥିଲେ। ଅନିଲ, ରାଜେନ୍ଦ୍ର ପ୍ରସାଦ ସିଂଘାନିଆ, ଡ. ପ୍ରବୀଣ କୁମାର ସିହ୍ନା, ଶ୍ୟାମ ସୁ୍ନ୍ଦର ପ୍ରସାଦ ଏବଂ ସମ୍ଭୁ ଶରଣ ସିଂହଙ୍କ ସହାୟତା ମୃତ ଶାରଦ ଚନ୍ଦ୍ରଙ୍କୁ ହଟାଇ ଅନିଲ ଏହି ଟ୍ରଷ୍ଟକୁ ଅକ୍ତିଆର କରିଥିଲେ। ଏହାପରଠାରୁ ଶାରଦା ଓ ଏମାନଙ୍କ ମଧ୍ୟରେ ବିବାଦ ଆରମ୍ଭ ହୋଇଥିଲା।”
ଏଥିରେ ଆହୁରି ମଧ୍ୟ କୁହାଯାଇଛି “ ଡ. ପ୍ରବୀଣ କୁମାର ସିହ୍ନା ଓ ଡ. ଶ୍ୟାମ ସୁନ୍ଦର ସିଂହଙ୍କ ନାଁରେ ବ୍ୟକ୍ତିଗତ ଆକାଉଣ୍ଟ ଖୋଲି ବାଳିକା ବିଦ୍ୟାପୀଠରୁ ମିଳୁଥିବା ଆୟକୁ ବେଆଇନ ଭାବେ ଲୁଟ୍ କରାଯାଉଥିଲା। ଯାହାକୁ ନେଇ ଶାରଦା ଚନ୍ଦ୍ର ଅଭିଯୋଗ କରିଥିଲେ। ଏହାପରେ ଠାରୁ ଶାରଦାଙ୍କୁ ବାରମ୍ବାର ଧମକ ଦିଆଯିବ ସହିତ ତାଙ୍କ ଘରେ ଭଙ୍ଗାରୁଜା କରିବା ଓ ମାର୍ପିଟ୍ ମଧ୍ୟ କରାଯାଉଥିଲା।”
ଏହି ମାମଲମାରେ ରାଜ୍ୟ ସିଆଇଡି ଦ୍ୱାରା ନିରପେକ୍ଷ ତଦନ୍ତ ହେଉନଥିବା ଅନୁଭବ କରି କୋର୍ଟ ମାମଲା ସିବିଆଇ ହାତକୁ ଦେଇଥିଲେ। ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା। ସୂଚନା ଥାଉକି, ଏହି ଘଟଣାରେ ଅନୀଲ ଶର୍ମା ୨୦୧୪ ମସିହାରୁ ଆଣ୍ଟିସିପେଟୋରୀ ବେଲ୍ ପାଇସାରିଛନ୍ତି। ପୁଣି ନୋଏଡ଼ାରେ ଓ ଗ୍ରେଟର ନୋଏଡ଼ାରେ ଘର କିଣାବିକାକୁ ନେଇ ଠକେଇ ମାମଲାରେ ମଧ୍ୟ ଅନିଲଙ୍କୁ ଗିରଫ ୨୦୧୯ରେ ଜେଲ ଦଣ୍ଡ ଦେଇଥିଲେ ସୁପ୍ରିମକୋର୍ଟ। ଏଥିରେ ସେ ବେଲ୍ ପାଇଯାଇଛନ୍ତି।