Retail icon award
Retail icon award
728*90
728*90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

NHAI ଜମି ଅଧିଗ୍ରହଣରେ ବାବୁଙ୍କ କମିଶନ ଗେମ୍, ଘରୁ ମିଳିଲା ୬ କୋଟି ଟଙ୍କା, ବାନ୍ଧିଲା ସିବିଆଇ

10/06/2023 at 9:03 AM

ପୁଣେ ୧୦।୦୬ : ସିବିଆଇ ପଞ୍ଝାରେ ଆଇଏଏସ୍‌ ଅଫିସର ଅନିଲ ରାମୋଦ । ଏକାସାଙ୍ଗେ ବିଭିନ୍ନ ସ୍ଥାନରେ ଚଢାଉ କରିବା ସମୟରେ ବିପୁଳ ପରିମାଣର ସଂପତ୍ତି ସହ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଛି । ଏକାସାଙ୍ଗେ ୬ କୋଟି ଟଙ୍କାର ନଗଦ ଟଙ୍କ ମଧ୍ୟ ଜବତ କରିଛି ସିବିଆଇ ।

ଖବର ଅନୁଯାୟୀ, ଆଇଏଏସ୍‌ ଅଫିସର ଅନିଲ ରାମୋଦା ରାଷ୍ଟ୍ରୀୟ ରାଜମାର୍ଗ ପ୍ରାଧିକରଣ (NHAI) ପାଇଁ ମହାରାଷ୍ଟ୍ରରେ ଅତିରିକ୍ତ ଡିଭିଜିଓନାଲ କମିଶନର ଭାବେ ନିଯୁକ୍ତ ହୋଇଥିଲେ । ସେ ସାତାରା ଓ ସୋଲାପୁର ମଧ୍ୟରେ ଏକ ରାଜପଥ ନିର୍ମାଣ ଲାଗି ହେବାକୁ ଥିବା ଜମିଗ୍ରହଣରେ ଅଧିକ ଟଙ୍କା ଦେବାକୁ ଚାଷୀମାନଙ୍କଠୁ ଲାଞ୍ଚ ନେଉଥିଲେ । ଯାହା ପରେ ଆଠ ଲକ୍ଷ ଲାଞ୍ଚ ନେବା ସମୟରେ ଧରିଥିଲା ସିବିଆଇ ।

ସେପଟେ ସିବିଆଇର ଜଣେ ପ୍ରବକ୍ତା କହିଛନ୍ତି ଯେ, ଅନିଲ ରାମୋଦଙ୍କ ନାଁରେ ଲାଞ୍ଚ କାରବାର ନେଇ ଯାଞ୍ଚ ଚାଲିଛି । କୃଷକମାନଙ୍କ ଠାରୁ ମୋଟ ଜମି ବିକ୍ରିର ୧୦ ପ୍ରତିଶତ ଲାଞ୍ଚ ନେବାକୁ ଧାର୍ଯ୍ୟ କରିଥିଲେ । ଯାହାର ଅଭିଯୋଗ ସିବିଆଇ ନିକଟକୁ ଆସିଥିଲା । ଏହାପରେ ସିବିଆଇ  ଅନିଲ ରାମୋଦଙ୍କୁ ଧରିବା ପାଇଁ ଜାଲ ବିଛାଇଥିଲା । ଏହିକ୍ରମରେ ଅନିଲ ରାମୋଦ ଆଠ ଲକ୍ଷ ଟଙ୍କା ଲାଞ୍ଚ ନେବା ବେଳେ ଧରିଛି  ସିବିଆଇ  । ଏହି ଘଟଣାରେ ଅଧିକ ତଦନ୍ତ ଚାଲିଛି ।  

ସେହିପରି ଅନିଲ ରାମୋଦଙ୍କୁ ଠାରୁ ଏତେ ପରିମାଣର ଟଙ୍କା ମିଳିବା ପରେ ଏକାସାଙ୍ଗ ବିଭିନ୍ନ ସ୍ଥାନରେ ଚଢାଉ କରିଥିଲା ସିବିଆଇ । ଯେଉଁ ଚଢାଉରେ ସିବିଆଇକୁ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଛି । ଖାସ୍‌ କରି ଚଢାଉ ବେଳେ ୬ କୋଟି ଟଙ୍କାର ନଗଦ ଟଙ୍କା ମଧ୍ୟ ମିଳିଛି । ଏହାସହିତ ଅନିଲ୍‌ ରାମୋଦାଙ୍କ ପରିବାର ସଦସ୍ୟଙ୍କ ନାଁରେ ୧୪ଟି ଅଚଳାଚଳ ସମ୍ପତ୍ତି ମଧ୍ୟ ଠାବ ହୋଇଛି ।

You Can Read :

   Related Posts