ସିବିଆଇ ଜାଲରେ PMBIର ମାର୍କେଟିଙ୍ଗ୍‌ ଅଫିସର, ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲେ ଅଧିକାରୀ

Published By : Prameya-News7 Bureau | November 14, 2022 IST

ବ୍ରହ୍ମପୁର, ୧୪।୧୧: ସିବିଆଇ ଜାଲରେ କେନ୍ଦ୍ରୀୟ କର୍ମଚାରୀ । ଲାଞ୍ଚ କାରବାର ବେଳେ କେନ୍ଦ୍ରୀୟ କର୍ମଚାରୀଙ୍କୁ ଧରିଲା CBI । ଜନ ଔଷଧି ବିଭାଗର ଫାର୍ମାସୁଇଟିକାଲ ଆଣ୍ଡ ମେଡିକାଲ ଡିଭାଇସେସ ବ୍ୟୁରୋ ଅଫ ଇଣ୍ଡିଆ ( PMBI )ର ମାର୍କେଟିଂ ଅଫିସର ସ୍ବରୂପ ପଣ୍ଡାଙ୍କୁ ଗିରଫ କରିଛି ସିବିଆଇ । ବ୍ରହ୍ମପୁରର ହରେକୃଷ୍ଣ ନଗରରେ ଜଣେ ବ୍ୟବସାୟୀଙ୍କ ନାଁରେ ଜନ ଔଷଧି ପରିଯୋଜନାରେ ଏକ ସେଣ୍ଟର ଖୋଲିବା ପାଇଁ ଅନୁମତି ଦେବାକୁ ୧୫ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭୁବନେଶ୍ବର ସିବିଆଇ ଜୋନାଲ ୟୁନିଟ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଫାର୍ମାସୁଟିକାଲ ଫର୍ଟିଲାଇଜର ମନ୍ତ୍ରଣାଳୟର ଜନ ଔଷଧି ପରିଯୋଜନାରେ ଜେନେରିକ ମେଡିସିନ ବିକ୍ରି ପାଇଁ କେନ୍ଦ୍ରସରକାରଙ୍କ ଏକ ଆଉଟଲେଟ ଖୋଲାଯାଇଥିଲା । ଏନେଇ ବ୍ରହ୍ମପୁରରେ ଏକ ସେଣ୍ଟର ଖୋଲିବା ପାଇଁ ଦିବାକର ନାମକ ଜଣେ ବ୍ୟକ୍ତି ଆଗ୍ରହୀ ଥିଲେ । ଏଥିପାଇଁ ଆବେଦନ ମଧ୍ୟ କରିଥିଲେ । ତେବେ ଏହି ବିଭାଗ ଅଧୀନରେ ଆସୁଥିବା କେନ୍ଦ୍ରୀୟ କର୍ମଚାରୀ ସ୍ଵରୁପ ପଣ୍ଡାଙ୍କ ହାତରେ ଇଚ୍ଛୁକ ବ୍ୟବସାୟୀଙ୍କ ଭେରିଫିକେସନ କରି ଅନୁମତି ଦେବାର ପ୍ରାବଧାନ ରହିଥିଲା ।

ଯାହାର ଫାଇଦା ନେଇ ବ୍ୟବସାୟୀ ଦିବାକରଙ୍କ ଠାରୁ ୨୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ ସ୍ବରୂପ ପଣ୍ଡା । ଦିବାକର ସେଣ୍ଟର ଖୋଲିବା ପାଇଁ ଏଥିରେ ରାଜି ହୋଇ ୧୫ ହଜାର ଟଙ୍କା ଦେବେ ବୋଲି କହିଥିଲେ । ଏନେଇ ଦିବାକର ସ୍ଵରୂପଙ୍କ ବିରୋଧରେ ସିବିଆଇ ନିକଟରେ ଅଭିଯୋଗ କରିଥିଲେ । ଆଜି ହରେକୃଷ୍ଣନଗର ପାଖରେ ଥିବା ଏକ ବ୍ୟାଟମିଟନ କୋର୍ଟ ପାଖରେ ଦିବାକରଙ୍କ ଠାରୁ ଲାଞ୍ଚ ନେବା ବେଳେ PMBI ମାର୍କେଟିଂ ଅଫିସରଙ୍କୁ ଧରିଥିଲା ସିବିଆଇ ଟିମ। ଏନେଇ ପିସି ଆକ୍ଟରେ ଗିରଫ କରି ସ୍ଵରୂପଙ୍କୁ ଭୁବନେଶ୍ବର ଆଣୁଛି ସିବିଆଇ ଟିମ୍‌ ।

ବାଇଟ: ସିବିଆଇ ଅଧିକାରୀ

ବାଇଟ୍: ଅଭିଯୋଗକାରୀ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.