ଫ୍ଲୋର ଟେଷ୍ଟ୍ ପୂର୍ବରୁ ବିହାର ରାଜନୀତିରେ ହଲଚଲ୍, ଆରଜେଡି ନେତାଙ୍କ ଘରେ CBI ଓ ED ରେଡ୍

Published By : Prameya-News7 Bureau | August 24, 2022 IST

ବିହାର ୨୪/୦୮: ଫ୍ଲୋର ଟେଷ୍ଟ ପୂର୍ବରୁ ବିହାର ରାଜନୀତିରେ ଦେଖାଦେଇଛି ଉଷ୍ଣତା । ସିବିଆଇ ଓ ED ପକ୍ଷରୁ ଆରଜେଡି ଏମଏଲସି ସୁନୀଲ ସିଂଙ୍କ ଘରେ ଚଢାଉ କରିଛି । ବୁଧବାର ସକାଳୁ ସକାଳୁ ସିବିଆଇ ଟିମ୍ ପାଟନାରେ ସୁନୀଲ ସିଂଙ୍କ ବାସଭବନରେ ପହଞ୍ଚି ଚଢାଉ କରିଛି । ଲ୍ୟାଣ୍ଡ ଫର ଜବ୍ ସ୍କାମ ଅଧିନରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ବୋଲି କୁହାଯାଉଛି । ସୁନୀଲ ସିଂ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କ ନିକଟତର ।

ସୂଚନା ଥାଉକି, ନୀତୀଶ ସରକାର ଆଜି ବିଧାନସଭାରେ ସଂଖ୍ୟାଗରିଷ୍ଠତା ପ୍ରମାଣ କରିବେ । ଏହା ପୂର୍ବରୁ ଏପରି ହେବା ରାଜନୀତିକୁ ଅଧିକ ତୀବ୍ର କରିଦେଇଛି । ସେପଟେ ଆରଜେଡି ଏମଏଲସି ସୁନୀଲ ସିଂ କହିଛନ୍ତି ଯେ ଏହା ଉଦ୍ଦେଶ୍ୟମୂଳକ ଭାବେ କରାଯାଉଛି । ଏହାର କୌଣସି ଅର୍ଥ ନାହିଁ ।

ସେମାନେ ଭୟଭୀତ ହୋଇ ଅନୁସନ୍ଧାନକାରୀ ଏଜେନ୍ସି ବ୍ୟବହାର କରୁଛନ୍ତି । ଅନ୍ୟପକ୍ଷରେ, ଇଡି ମଧ୍ୟ ସକ୍ରିୟ ହୋଇପାରିଛି । ED ଝାଡଖଣ୍ଡ, ତାମିଲନାଡୁ, ବିହାର ଏବଂ ଦିଲ୍ଲୀର ୧୭ଟି ସ୍ଥାନରେ ଇଡି ଚଢାଉ କରିଛି । ଏହା କୁହାଯାଉଛି ଯେ ବେଆଇନ ଖଣି ବିରୋଧରେ ଇଡି ଏହି ପଦକ୍ଷେପ ନେଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.