ବ୍ୟାଙ୍କରୁ ୧୯୫୫କୋଟି ଟଙ୍କା ଠକେଇ -Educomp କଂପାନୀ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେଲା CBI

Published By : Prameya-News7 Bureau | February 13, 2020 IST

ନୂଆଦିଲ୍ଲୀ : ଏଡୁକମ୍ପ କଂପାନୀ ବିରୁଦ୍ଧରେ ଦୁର୍ନୀତି ମାମଲା ଦାୟର କଲା ସିବିଆଇ । ଏଡୁକମ୍ପ ସଲ୍ୟୁସନ୍ସ , ଏହାର ସହଯୋଗୀ କଂପାନୀଗୁଡ଼ିକ ବ୍ୟାଙ୍କରୁ ୧୯୫୫ କୋଟି ଟଙ୍କା ଠକିଥିବା ନେଇ ସିବିଆଇ ଏତଲା ଦେଇଛି । ଏହି କମ୍ପାନୀ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ ସହ ଟାଇ-ଅପ୍‌ ଥିବା ୧୩ଟି ବ୍ୟାଙ୍କରୁ ଟଙ୍କା ହେରଫେର କରିଛି।


ସିବିଆଇ ଅଧିକାରୀମାନେ ମଙ୍ଗଳବାର ଦିନ ଏହି ସୂଚନା ଦେଇ କହିଛନ୍ତି ସିବିଆଇ ୪ଟି ସ୍ଥାନରେ ଯାଂଚ କରିଛି । ଆଉ ଏଡୁକମ୍ପ ସଲ୍ୟୁସନ ଲିମିଟେଡ୍‌, ଏହାର ମ୍ୟାନେଜିଂ ଡାଇରେକ୍ଟର ଶାନ୍ତନୁ ପ୍ରକାଶ , ଗୁଆରାନ୍ତୋର ଜଗଦ୍ଦିଶ୍‌ ପ୍ରକାଶ , ଏହାର ସହଯୋଗୀ କଂପାନୀ ଏଡୁ ସ୍ମାର୍ଟ ଓ ଏହାର ନିର୍ଦ୍ଦେଶକ ଗୁଡ଼ିକର ୮ଟି ସ୍ଥାନରେ ଚଢ଼ଉ ହୋଇଛି ।


ଯାଂଚ ଅଧିକାରୀମାନେ କହିଛନ୍ତି କି କଂପାନୀ ଖାତାକୁ ୨୦୧୬ରେ ନନ୍‌ ପରଫରମିଂ ଆସେଟ୍‌ ଭାବେ ଘୋଷଣା କରାଯାଇଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.