ବ୍ୟାଙ୍କ୍ ଗ୍ରାହକଙ୍କ ସପକ୍ଷରେ ବାହାରିଲେ ସିବିଡିଟି, ଜାନୁଆରୀ ୧ ପରେ ଡିଜିଟାଲ୍ ଟ୍ରାଞ୍ଜାକ୍ସନ ନାମରେ ଆଦାୟ କରିଥିବା ଫି' ଫେରାଇବାକୁ ବ୍ୟାଙ୍କମାନଙ୍କୁ ଦେଲେ ନିର୍ଦ୍ଦେଶ

Published By : Prameya-News7 Bureau | August 31, 2020 IST

ନୂଆଦିଲ୍ଲୀ, ୩୧|୦୮: କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ ବା ସିବିଡିଟି ରବିବାର ବ୍ୟାଙ୍କକୁ ଜାନୁଆରୀ ୧, ୨୦୨୦ ପରେ କରାଯାଇଥିବା ଇଲେକ୍ଟ୍ରୋନିକ୍ ଟ୍ରାଞ୍ଜାକ୍ସନ ଉପରେ ଲଗାଯାଇଥିବା ଚାର୍ଜକୁ ଫେରସ୍ତ ନେବାକୁ କହିଛି । ଏଥିପାଇଁ ଏକ ସର୍କୁଲାର ମଧ୍ୟ ଜାରି କରାଯାଇଛି ।

ସର୍କୁଲାର ଅନୁସାରେ, ସିବିଡିଟି ନିକଟକୁ ଅନେକ ଅଭିଯୋଗ ଆସିଛି । ଯେଉଁଥିରେ କୁହାଯାଇଛି ଯେ, ୟୁପିଆଇ ଦ୍ୱାରା କରାଯାଇଥିବା ନେଣଦେଣରେ ଅନେକ ଅତିରିକ୍ତ ଶୁଳ୍କ ଲଗାଯାଇଛି । ୟୁପିଆଇ ନେଣଦେଣ ପାଇଁ ନିଶୁଳ୍କ ଅନୁମତି ପ୍ରଦାନ କରିବା ଆବଶ୍ୟକ । ଏଥିପାଇଁ କିଛି ନିର୍ଦ୍ଦିଷ୍ଟ ସଂଖ୍ୟା ରହିବା ଦରକାର । ଏହାପରେ ହିଁ ବ୍ୟାଙ୍କମାନେ ଲଗାଇପାରିବେ ।

ସର୍କୁଲାରରେ ଭାରତ ସରକାର କହିଛନ୍ତି ଯେ, ଏହା ପିଏସଏସ ଅଧିନିୟମ ଧାରା ୧୦ଏ ଓ ଆଇଟି ଅଧିନିୟମ ଧାରା ୨୬୯ ଏସୟୁର ଉଲଙ୍ଘନ ଅଟେ । ଏହି ଭଳି ଉଲଙ୍ଘନ ଆଇଟି ଅଧିନିୟମ ଧାରା ୨୭୧ ଡିଏସ ଓ ପିଏସଏସ ଅଦିନିୟମ ଧାରା ୨୬ ଅନୁସାରେ ଦଣ୍ଡନୀୟ ।

ଅଧିକାଂଶ ସରକାରୀ ବ୍ୟାଙ୍କ୍ ଗୋଟିଏ ମାସରେ ୨୦ରୁ ଅଧିକ ଥର ୟୁପିଆଇ ବ୍ୟବହାର କରି ବ୍ୟକ୍ତିଙ୍କଠାରୁ ବ୍ୟକ୍ତି ଟ୍ରାଞ୍ଜାକ୍ସନ ଉପରେ ୨.୫ରୁ ୫ ପ୍ରତିଶତ ଶୁଳ୍କ ନେଉଛନ୍ତି । ଅଗଷ୍ଟର ଏକ ରିପୋର୍ଟ ଅନୁସାରେ, ନ୍ୟାଶନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ଦ୍ୱାରା ସଞ୍ଚାଳିତ ଚ୍ୟାନେଲୁ ଜୁନରେ ୨.୬୧ ଲକ୍ଷ କୋଟି ଟଙ୍କାର ଟ୍ରାଞ୍ଜାକ୍ସନ ବାବଦରେ ତଥ୍ୟ ଦେଇଛି । ଯାହା ଜୁଲାଇରେ ୨.୯୦ ଲକ୍ଷ କୋଟି ଥିଲା ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.