ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣା ; ପୁଞ୍ଜିଲାଲଙ୍କ ବିରୋଧରେ ଚୂଡାନ୍ତ ଚାର୍ଜସିଟ୍ ଦାଖଲ କଲା କ୍ରାଇମ୍‌ବ୍ରାଞ୍ଚ

Published By : Prameya-News7 Bureau | January 31, 2019 IST

ପାଟଣାଗଡ ୩୧|୧: ପାଟଣାଗଡ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ପୁଞ୍ଜିଲାଲଙ୍କ ବିରୋଧରେ ଆଜି ପାଟଣାଗଡ ଏସଡିଜେଏମ୍ କୋର୍ଟରେ ଦାଖଲ ହୋଇଛି ଚୂଡାନ୍ତ ଚାର୍ଜସିଟ୍ । ୬୫ ପୃଷ୍ଠାର ଚାର୍ଜସିଟ୍  ଦାଖଲ କରିଛି କ୍ରାଇମବ୍ରାଞ୍ଚ । ୬୫ ପୃଷ୍ଠାର ଚାର୍ଜସିଟ୍ ରେ ରହିଛି ୭୬ ଜଣଙ୍କ ସାକ୍ଷ୍ୟ । ସାଇଣ୍ଟିଫିକ୍ ଓ ଫରେନସିକ୍ ରିପୋର୍ଟ ମଧ୍ୟ ଦାଖଲ ହୋଇଛି । ଆଜି କ୍ରାଇମବ୍ରାଞ୍ଚ ଉଚ୍ଚ ଅଧିକାରୀ ଏହି ଚାର୍ଜସିଟ୍ ଦାଖଲ କରିଛନ୍ତି ।

{"id":80088}

୨୦୧୮ ଫେବ୍ରୁଆରୀ ୨୩ରେ ପାର୍ସଲ ବୋମା ବିସ୍ଫୋରଣରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଥିଲେ । ଫେବ୍ରୁଆରୀ ୧୮ ତାରିଖରେ ପାଟଣାଗଡର ସୌମ୍ୟ ଶେଖର ସାହୁ ଓ ରୀମା ସାହୁଙ୍କର ବାହାଘର ହୋଇଥିଲା । ବାହାଘରର ୫ ଦିନ ପରେ ତାଙ୍କ ଘରକୁ ଏକ ପାର୍ସଲ ଆସିଥିଲା । ଯାହାକୁ ଖୋଲିବା ପରେ ଏକ ବଡ ଧରଣର ବିସ୍ଫୋରଣ ହୋଇଥିଲା । ବିସ୍ଫୋରଣରେ ସୌମ୍ୟ ଓ ତାଙ୍କ ଜେଜେ ମାଙ୍କର ମୃତ୍ୟୁ ହୋଇଥିବା ବେଳେ ରୀମା ଗୁରୁତର ହୋଇ ଚିକିତ୍ସାଧୀନ ଥିଲେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.