କାବେରୀ ଜଳବିବାଦ ; କର୍ଣ୍ଣାଟକ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଚେତାବନୀ
3/05/2018 at 10:16 AM

କାବେରୀ ଜଳ ବିବାଦ ମାମଲାରେ କର୍ଣ୍ମାଟକ ସରକାରଙ୍କ ଉପରେ ବର୍ଷୀଛନ୍ତି ସୁପ୍ରିମକୋର୍ଟ । ତୁରନ୍ତ ତାମିଲନାଡୁକୁ ଅତି କମ୍ରେ ୨ ଟିଏମସି ଜଳ ଛାଡିବାକୁ କର୍ଣ୍ମାଟକକୁ ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଏହିପରିମାଣର ଜଳ ଯୋଗାଇବାରେ ବିଫଳ ହେଲେ ଗୁରୁତର ପରିଣତି ଭୋଗିବାକୁ ହେବ ବୋଲି ସୁପ୍ରିମକୋର୍ଟ ଚେତାଇ ଦେଇଛନ୍ତି । ତାମିଲନାଡୁର ପିଟିସନ ଉପରେ ଶୁଣାଣି କରି ସର୍ବୋଚ୍ଚ କୋର୍ଟ ଏପରି ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଫେବୃଆରୀ ୧୬ ରାୟ ଭିତ୍ତିରେ କାବେରୀ ଜଳ ବଣ୍ଟନ ସଂପର୍କୀତ ଖସଡା ସ୍ଥିର କରିବା ସଂପର୍କୀତ ଆବେଦନର ଶୁଣାଣି ମଙ୍ଗଳବାରକୁ ଧାର୍ଯ୍ୟ କରିଛନ୍ତି । ଏଥି ସହିତ ଏହି ଖସଡା ବା ସ୍କିମ ପ୍ରସ୍ତୁତ ଲାଗି ନିଆଯାଇଥିବା ପଦକ୍ଷେପ ସଂପର୍କରେ ସତ୍ୟପାଠ ଆକାରରେ ତଥ୍ୟ ରଖିବାକୁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।ମଙ୍ଗଳବାର ଏହି ସତ୍ୟାପାଠ ଦାଖଲ କରିବାକୁ କେନ୍ଦ୍ରକୁ କହିଛନ୍ତି କୋର୍ଟ । ତେବେ କର୍ଣ୍ଣାଟକ ନିର୍ବାଚନ ଦୃଷ୍ଟିରୁ ମାମାଲାର ଶୁଣାଣିକୁ ମେ ୧୨ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ ଆଟର୍ଣ୍ମୀ ଜେନେରାଲ କୋର୍ଟଙ୍କୁ ଆବେଦନ କରିଥିବା ବେଳେ, କେନ୍ଦ୍ର ସରକାର କାବେରୀ ପ୍ରସଙ୍ଗରେ ଅଯଥା ରାଜନୀତି କରୁଥିବା ତାମିଲନାଡୁ ପକ୍ଷରୁ ଲଢୁଥିବା ଓକିଲ ଶେଖର ନାଫାଡେ କହିଥିଲେ । କୋର୍ଟ ଏପରି ନିର୍ଦ୍ଦେଶ ରଖିଥିଲେ ବି ସେପଟେ କାବେରୀ ଜଳ ବିବାଦ ନେଇ ଥମୁନି ଆନ୍ଦୋଳନ । ବିଭିନ୍ନ ତରିକାରେ କର୍ଣ୍ମାଟକରେ ଚାଲିଛି ଆନ୍ଦୋଳନ ।