ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ରାଜ୍ୟରେ ମହିଳା ଉଦ୍ୟୋଗୀଙ୍କ ପାଇଁ ହେବ ଶିଳ୍ପ ପାର୍କ, ମେକ୍‌ ଇନ୍‌ ଓଡିଶା କନ୍‌କ୍ଲେଭ୍‌ରେ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା
  • ||
  • ଭୁବନେଶ୍ୱର: ଇଡିରେ ହାଜର ହେଲେ ଶିବ ପ୍ରସାଦ, ଅର୍ଚ୍ଚନାଙ୍କ ସହ ଟଙ୍କା କାରବାର ନେଇ ଦ୍ୱିତୀୟ ଥର ହାଜିରା
  • ||
  • କୋଣାର୍କ: ଦର୍ଶକଙ୍କ ମନ ମୋହୁଛି ମହୋତ୍ସବ, ଦ୍ୱିତୀୟ ସଂଧ୍ୟାରେ ଦର୍ଶକଙ୍କୁ ଆକର୍ଷିତ କଲା ମଣିପୁରୀ ନୃତ୍ୟ
  • ||
  • ଉମରକୋଟ : ଗଛକୁ ପିଟିଲା କାର୍‌ , ତିନି ମୃତ, ଦୁଇ ଗୁରୁତର
  • ||

ଦିଲ୍ଲୀ ପବନରେ ବିଷ: ପ୍ରଦୂଷଣ ପାଇଁ ଦାୟୀ ନୁହନ୍ତି ଚାଷୀ, ଏମିତି କହିଲେ କେଜେରିଓ୍ବାଲ   

4/11/2022 at 1:59 PM

ନୂଆଦିଲ୍ଲୀ, ୪/୧୧: ବିଷ ବଳୟରେ ଦିଲ୍ଲୀ। ବାୟୁ ପ୍ରଦୂଷଣ ଯୋଗୁ ଅଣନିଶ୍ବାସୀ ହୋଇପଡ଼ିଲେଣି ରାଜଧାନୀବାସୀ। ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ବାୟୁ ପ୍ରଦୂଷଣ AQI- ୪୫୦ ପାର୍ କରିଛି। ପଞ୍ଚାବ ଓ ହରିୟାଣାର ଚାଷୀ ନଡ଼ା ଜଳାଇବା ଯୋଗୁ ପ୍ରଦୂଷଣ ବଢୁଛି। ରାଜଧାନୀରେ ବିଷ ମିଶା ପବନକୁ ନେଇ ମୁହଁ ଖୋଲିଛନ୍ତି ମୁଖ୍ୟମନ୍ତ୍ରୀ କେଜେରିଓ୍ବାଲ।

ବାୟୁ ପ୍ରଦୂଷଣ ପାଇଁ କେବଳ ଚାଷୀ ନୁହନ୍ତି, ଏଥିପାଇଁ ସରକାର ମଧ୍ୟ ସମାନ ପ୍ରତିଶତ ଦାୟୀ। କ୍ଷେତରେ ଅମଳ ପରବର୍ତ୍ତୀ ସମୟରେ ଚାଷୀ ନଡ଼ା ଜଳାଇବା ଯୋଗୁ ବାୟୁ ପ୍ରଦୂଷଣ ବଢୁଛି। ଏହି ବିଷାକ୍ତ ବାୟୁ କେବଳ ପଞ୍ଜାବ, ହରିୟାଣା ନୁହେଁ ପୂରା ଉତ୍ତର ଭାରତରେ ବ୍ୟାପୁଛି। ଫଳରେ ଲୋକଙ୍କ ନିଶ୍ବାସ ନେବାରେ ସମସ୍ୟା ସୃଷ୍ଟି ହେଉଛି। ତେଣୁ କେନ୍ଦ୍ର ସରକାର, ରାଜ୍ୟମାନଙ୍କୁ ଦୋଷାରୋପ ନକରି ବାୟୁ ପ୍ରଦୂଷଣ ହ୍ରାସ କରିବା ଦିଗରେ ଠୋସ୍ ପଦକ୍ଷେପ ନେବା ଆବଶ୍ୟକ ବୋଲି କେଜେରିଓ୍ବାଲ କହିଛନ୍ତି।

-ଚଳିତ ବର୍ଷ ପଞ୍ଜାବରେ ଫସଲ ଅମଳ ବଢିଥିବାରୁ ନଡ଼ା ଜାଳିବା ମଧ୍ୟ ବଢୁଛି। ଗତ ବର୍ଷ ଅପେକ୍ଷା ଚାଷୀଙ୍କ ନଡ଼ା ଜାଳିବା ୨୨ ପ୍ରତିଶତ ବଢିଛି। ପଞ୍ଜାବରେ ଭଗବତ୍ ସିଂ ମନ ସରକାରଙ୍କୁ ମାତ୍ର ୬ମାସ ହୋଇଛି, ଏତେ କମ୍ ସମୟ ମଧ୍ୟରେ ବାୟୁ ପ୍ରଦୂଷଣ ରୋକିବାକୁ ସମ୍ଭବ ନୁହେଁ। ତେଣୁ ପଲ୍ୟୁସନ କଣ୍ଟ୍ରୋଲ କରିବାକୁ ହେଲେ ଆପ୍ ସରକାରଙ୍କୁ ଅଧିକ ସମୟ ଦରକାର ବୋଲି ଅରବିନ୍ଦ କେଜେରିଓ୍ବାଲ କହିଛନ୍ତି।

– ଭାରତ ପୃଥିବୀ ବିଜ୍ଞାନ ମନ୍ତ୍ରଣାଳୟ ଏଜେନ୍ସି, ‘ସଫର’ ଅନୁଯାୟୀ, ଚାଷୀ ନଡ଼ା ଜାଳିବା ଯୋଗୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ୩୪ ପ୍ରତିଶତ ବାୟୁ ପ୍ରଦୂଷଣ ବଢିଛି। ଗତବର୍ଷ ଅପେକ୍ଷା ଏହା ୭ ପ୍ରତିଶତ ବୃଦ୍ଧି ପାଇଛି। ପ୍ରଦୂଷଣ ବଢୁଥିବାରୁ ଆସନ୍ତା କାଲିଠାରୁ ପ୍ରାଥମିକ ବିଦ୍ୟାଳୟକୁ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି ଦିଲ୍ଲୀ ସରକାର।

   Related Posts