ChampionMaganna_WebBanner_728X90
ChampionMaganna_WebBanner_728X90
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ଅଜଣା ଗାଡ଼ି ଦୁର୍ଘଟଣାରେ ଜଣେ ମୃତ ଅନ୍ୟଜଣେ ଗୁରୁତ୍ତର

20/12/2021 at 10:39 PM

କଣ୍ଟାବାଞ୍ଜି  ୨୦/୧୨ : କାମକରି ଘରକୁ ଫେରିବା ସମୟରେ ଘଟିଲା ଦୁର୍ଘଟଣା। ଏଥିରେ ଜଣଙ୍କର ମୃତ୍ୟୁ ହେବା ସହ ଅନ୍ୟଜଣେ ଗୁରୁତ୍ତର ଆହତ ହୋଇଛନ୍ତି। ମୃତକ ଜଣକ ମୁରିବାହାଲ ଥାନା କୁରଲୁବାହାଲ ନରେଶ ନିଆଲ ହୋଇଥିବା ବେଳେ ଗୁରୁତର ଆହତ ବ୍ୟକ୍ତି ସଦାନନ୍ଦ ବେହେରା ବୋଲି ଜଣା ପଡ଼ିଛି।

ଏଭଳି ଘଟଣା କଣ୍ଟାବାଞ୍ଜି ଅଞ୍ଚଳରେ ଦେଖିବାକୁ ମିଳିଛି। କଣ୍ଟାବାଞ୍ଜି ସହରକୁ ଆସି ୨ଜଣ କାମ ସାରି ମୋଟର ସାଇକେଲରେ ଘରକୁ ଫେରୁଥିଲେ। କଣ୍ଟାବାଞ୍ଜିରୁ ଗୁଡ଼ିଘାଟ ଯିବା ରାସ୍ତାରେ ଏକ ଅଜଣା ଗାଡ଼ି ଆସି ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ଜଣକ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ କଣ୍ଟାବାଞ୍ଜି ଡାକ୍ତରଖାନାରେ ଚିକିତ୍ସା କରାଯାଉଛି। ଦୁର୍ଘଟଣାର ଶିକାର ହୋଇଥିବା ଦୁଇଜଣ ବ୍ୟକ୍ତିଙ୍କୁ କେମିତି ଓ କେଉଁ ଗାଡ଼ି ଧକ୍କା ଦେଇଛି? ତାହା ଏବେ ସୁଦ୍ଧା ସ୍ପଷ୍ଟ ଜଣାପଡି ନାହିଁ। ଘଟଣା ସ୍ଥଳରେ କଣ୍ଟାବାଞ୍ଜି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି l

   Related Posts