scan steel
web-baneer-728x90
WhatsApp Image 2023-12-06 at 12.52.17
728x90-banner-17.2.24jpg
Untitled-1 copy (1)
previous arrow
next arrow

Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online, Odisha News, khabar odisha,news in oriya

ଥୋପ୍ପରଘାଟରେ ସିରିଜ୍ ଦୁର୍ଘଟଣା; ୪ମୃତ, ୮ ଆହତ, ସିସିଟିଭିରେ ଭିଡିଓ କଏଦ୍

25/01/2024 at 11:06 AM

ଚେନ୍ନାଇ: ତାମିଲନାଡ଼ୁରେ ଭୟଙ୍କର ସଡ଼କ ଦୁର୍ଘଟଣା । ଧର୍ମାପୁର ଜିଲ୍ଲାର ଥୋପ୍ପରଘାଟ ଅଞ୍ଚଳରେ ଏହି ଦୁର୍ଘଟଣା ହୋଇଛି । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୮ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ଚିକିତ୍ସା କରାଯାଉଛି । ଏହି ଘଟଣା ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ୍ ଦୁଃଖ ପ୍ରକାଶ କରିଛନ୍ତି । ଏହା ସହିତ ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଲେଖାଏଁ ଏବଂ ଆହତଙ୍କୁ ୫୦ ହଜାର ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।    

ବୁଧବାର ଥୋପ୍ପରଘାଟ ଜାତୀୟ ରାଜପଥରେ ଏହି ସିରିଜ୍ ଦୁର୍ଘଟଣା ଘଟିଛି । ଯାହାର ଭିଡିଓ ସିସିଟିଭିରେ କଏଦ୍ ଦୋଇଛି । ତିନୋଟି ଟ୍ରକ୍ ପଛକୁ ପଛ ଦୁର୍ଘଟଣାଗ୍ରସ୍ତ ହୋଇଛନ୍ତି । ଦ୍ରୁତଗତରେ ଆସୁଥିବା ଏକ ଟ୍ରକ୍ ନିୟନ୍ତ୍ରଣ ହରାଇ ପ୍ରଥମେ ଏକ ଟ୍ରକକୁ ପିଟିଥିଲା ପରେ ଦ୍ବିତୀୟ ଟ୍ରକକୁ ଧକ୍କା ଦେଇଥିଲା । ଫଳରେ ସର୍ବାଗ୍ରେ ଥିବା ଟ୍ରକ୍ ଟି ନିୟନ୍ତ୍ରଣ ହରାଇ ରାସ୍ତା ଡିଭାଇଡରରେ ପିଟି ହେବା ପରେ ପୋଲ ତଳକୁ ଖସିପଡ଼ିଥିଲା । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇବା ବେଳେ ୮ଜଣ ଗୁରୁତର ଭାବେ ଆହତ ହୋଇଥିଲେ । ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଆହତଙ୍କ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଛନ୍ତି ।  

   Related Posts