ବାସୁଦେବପୁର ୯|୬: ଭଦ୍ରକ ଜିଲ୍ଲା ବାସୁଦେବପୁର ମ୍ୟୁନିସିପାଲଟି ଉଚଡିହା ଛକ ନିକଟରେ ଆଜି ଭୋର ସମୟରେ ଚୋରାରେ ଗାଈ ଚାଲାଣ ହେଉଥିବାବେଳେ ଏକ ଟାଟା ଏସିଇ ଗାଡି ଭାରସାମ୍ୟ ହରାଇ ଓଲଟି ପଡିଛି । ଯାହାକୁ ନେଇ ଘଟଣାସ୍ଥଳରେ ଚାପା ଉତ୍ତେଜନା ଦେଖାଦେଇଛି। ସ୍ଥାନୀୟ ଗ୍ରାମବାସୀ ମାନେ ପହଂଚି ଗାଡିରେ ଥିବା ଗାଈ ଗୁଡିକୁ ଖୋଲିଦେଇଥିଲେ । ଗାଡିର ଡ୍ରାଇଭର ଫେରାର ହୋଇଯାଇଥିବା ବେଳେ ହେଲପରକୁ ଧରି ସ୍ଥାନୀୟ ଲୋକେ ପୋଲିସର ଜିମା ଦେଇଛନ୍ତି । ଉକ୍ତ ଗାଡିରେ ବାଲିମୁଣ୍ଡା ଅଂଚଳରୁ ୮ଟି ଗାଈ ବାଲେଶ୍ବର ଜିଲ୍ଲା ସାସପୁରା ଅଂଚଳକୁ ଚାଲାଣ ହେଉଥିବା ଜଣାପଡିଛି।
ଦିଲ୍ଲୀରେ ନୀତି ଆୟୋଗ ବୈଠକ, ଯୋଗ ଦେବେ ମୁଖ୍ୟମନ୍ତ୍ରୀ...
![Niti ayog meeting](https://api-news7.prameyanews7.com/prameya/document/compress/2/comp_2_175_1722047736355.webp)